ସମୟାନୁବର୍ତ୍ତୀ ରଣବୀର

ରଣବୀର ସିଂଙ୍କୁ ନେଇ ଏବେ ବଲିଉଡ୍‌ରେ ଚର୍ଚ୍ଚା। ଏବେ ତାଙ୍କୁ ଏକାଥରେ ଦୁଇଟି ଜିନିଷ ପ୍ରତି ଧ୍ୟାନ ଦେବାକୁ ପଡୁଛି। ଗୋଟିଏ ହେଲା, ଫିଲ୍ମ ଶୁଟିଂ ଏବଂ ଅନ୍ୟଟି ଏକ ରିୟାଲିଟି ଶୋ’ର ଆଙ୍କରିଂ କରିବା ପାଇଁ ପ୍ରସ୍ତୁତି । ଆଙ୍କରିଂ ପ୍ରାକ୍ଟିସ ପାଇଁ ସେ ଷ୍ଟୁଡିଓରେ ଠିକ୍‌ ସମୟରେ ପହଞ୍ଚତ୍ ଯାଉଛନ୍ତି। ପୁଣି ସେଠାରେ ନିଜ କାମ ଶେଷ କରି ନିର୍ଦ୍ଦିଷ୍ଟ ସମୟରେ ଯାଇ ଶୁଟିଂ ସେଟ୍‌ରେ ହାଜର। ଏ ନେଇ ରଣବୀର କହନ୍ତି, ‘କେବଳ ମୋ ବ୍ୟକ୍ତିଗତ ଜୀବନ ନୁହେଁ, ଶୁଟିଂ ହେଉ କି କୌଣସି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଥିଲେ ମୁଁ ସମୟକୁ ସବୁବେଳେ ଗୁରୁତ୍ୱ ଦିଏ। ମୋ ପାଇଁ କାହାର ସମୟ ନଷ୍ଟ ହେଉ ତାହା ମୁଁ ଚାହେଁନା। ମୁଁ ଏବେ ପ୍ରଥମ ଥର ପାଇଁ ଏକ ରିୟାଲିଟି ଶୋ’ର ଆଙ୍କରିଂ କରିବାକୁ ଯାଉଛି। ତେଣୁ ସେଭଳି କାମକୁ କିପରି ସୁଚାରୁ ରୂପେ ତୁଲାଇବି ସେ ନେଇ ପ୍ରାକ୍ଟିସ କରୁଛି।’ ସୂଚନାଯୋଗ୍ୟ ତାଙ୍କ ଅଭିନୀତ କପିଳଦେବଙ୍କ ବାୟୋପିକ୍‌ ‘୮୩’ ରିଲିଜ ଅପେକ୍ଷାରେ ରହିଛି। ଏଥିରେ ତାଙ୍କ ଅପୋଜିଟ୍‌ରେ ଅଛନ୍ତି ଦୀପିକା ପାଦୁକୋନ୍‌।

Share