Categories: ଜାତୀୟ

କେସିଆରଙ୍କୁ ଟାର୍ଗେଟ୍‌ କଲେ ନଡ୍ଡା

ନୂଆଦିଲ୍ଲୀ,୧୫।୧୨: ଆସନ୍ତା ବର୍ଷ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ଭାଜପା ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଇତିମଧ୍ୟରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କୁ ଟାର୍ଗେଟ୍‌ କରିଛନ୍ତି। ଗୁରୁବାର ତେଲେଙ୍ଗାନାର କରିମନଗରରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ନଡ୍ଡା କହିଛନ୍ତି, କେସିଆର ସରକାର ଗଣତନ୍ତ୍ରର ସ୍ବରକୁ ଚପାଇବାକୁ ଉଦ୍ୟମ କରୁଛନ୍ତି। ବର୍ତ୍ତମାନ ସମୟ ଆସିଛି କ୍ଷମତାରେ ଥିବା ସରକାରଙ୍କୁ ବିଶ୍ରାମ ଦିଆଯାଉ। ଏଥିସହ କେସିଆର ସରକାର ତେଲେଙ୍ଗାନାକୁ ଋଣରେ ବୁଡାଇଦେଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଅନ୍ୟପଟେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଯୁବକ, ମହିଳା, କୃଷକ ଏବଂ ଗରିବଙ୍କ ପାଇଁ କାମ କରୁଥିବା ବେଳେ କେସିଆର ସରକାର ଦୁର୍ନୀତି, ଲୋକ ଏବଂ ଗଣତନ୍ତ୍ର ବିରୋଧରେ କାର୍ଯ୍ୟ କରୁଛନ୍ତି ବୋଲି ନଡ୍ଡ କହିଛନ୍ତି।

Share