ଦିଗପହଣ୍ଡି,୨୫।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବନବିଭାଗ କର୍ମଚାରୀ ବୃନ୍ଦ ଜକର ପଞ୍ଚାୟତ ତେଣ୍ଟୁଆପଡା ଚୈତନ୍ୟ ପ୍ରସାଦ ଗ୍ରାମ ରାସ୍ତାରେ ଏକ କାଠ ବୋଝେଇ ଟାଟା ଏସିଇ ଡାଲା ଅଟୋକୁ ଜବତ କରିଛନ୍ତି । ବ୍ରହ୍ମପୁର ବନଖଣ୍ଡ ଦିଗପହଣ୍ଡି ବନାଞ୍ଚଳ ଅଧିନସ୍ଥ ନୂଆପଡ଼ା ସେକ୍ସନ ଅଧିନ ଏହି ଗ୍ରାମ ରାସ୍ତାରେ ବେଆଇନ ଭାବେ କାଠ ପଟା ଚୋରାଚାଲାଣ କରାଯାଉଥିବା ବନବିଭାଗକୁ ଖବର ମିଳିଥିଲା। ବନବିଭାଗ କର୍ମଚାରୀମାନେ ଖବର ପାଇ ଗାଡ଼ିର ପିଛା କରିଥିଲେ । ଏହି ସମୟରେ ଗାଡ଼ି ଚାଳକ ଜଣକ ଗାଡ଼ିଟିକୁ ରାସ୍ତାରେ ଛାଡ଼ିଦେଇ ସେଠାରୁ କୌଶଳ କ୍ରମେ ଚମ୍ପଟ ମାରିଥିଲେ। ଖବରପାଇ ଦିଗପହଣ୍ଡି ରେଞ୍ଜର ଦିବ୍ୟରଞ୍ଜନ ସାହୁ ଘଟଣାସ୍ଥଳରେ ପହଞ୍ଚି କାଠ ବୋଝେଇ ଗାଡ଼ିକୁ ଜବତ କରିବା ସହ ଦିଗପହଣ୍ଡି କାର୍ଯ୍ୟାଳୟକୁ ଆଣିଥିଲେ। ଖବର ଲେଖା ହେବା ସୁଦ୍ଧା ବନବିଭାଗ ପକ୍ଷରୁ କେତେ ପରିମାଣର କାଠ ଜବତ ହୋଇଛି। ତାହାର ମୂଲ୍ୟ କେତେ ହୋଇପାରେ ସେ ନେଇ ବନବିଭାଗ ପକ୍ଷରୁ କୌଣସି ସୂଚନା ମିଳିପାରି ନ ଥିବା ବେଳେ କାଠ ବୋଝେଇ ଗାଡ଼ିଟି ଆନ୍ଧ୍ରପ୍ରଦେଶର ଇଚ୍ଛାପୁରରୁ ତେଣ୍ଟୁଆପଡା ଚୈତନ୍ୟ ପ୍ରସାଦ ଗ୍ରାମକୁ ଆସୁଥିବା ନେଇ ସୂଚନା ମିଳିଛି ।


