Categories: ଖେଳ

ଭାରତର ଏହି ଖେଳାଳିଙ୍କ ଉଇକେଟ ଯିବା ପରେ ବହୁତ ଖୁସି ହୋଇଯାଇଥିଲେ ନ୍ୟୁଜିଲାଣ୍ଡ ଦଳ; ନଚେତ ସେ ଛଡ଼ାଇ ନେଇଥାନ୍ତେ…

ନୂଆଦିଲ୍ଲୀ,୧।୭: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲର ଶେଷ ଦିନରେ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ଉଇକେଟ ନେବା ପରେ ଖୁସି ହୋଇଯାଇଥିଲେ ନ୍ୟୁଜିଲାଣ୍ଡ ଦଳ। ଏନେଇ ଖୁଲାସା କରିଛନ୍ତି ନ୍ୟୁଜିଲାଣ୍ଡର ଦ୍ରୁତ ବୋଲର ଟିମ ସାଉଥୀ। କାରଣ ସେ ଦଳ ହାତରୁ ମ୍ୟାଚ୍‌ ଛଡ଼ାଇନେବାର କ୍ଷମତା ରଖିଥିବା ସେମାନେ ଭାବୁଥିଲେ।

ସାଉଥୀ କହିଛନ୍ତି, ମୁଁ ମିଛ କହିବି ନାହିଁ। କ୍ୟାଚ୍‌ ଛାଡ଼ିବା ପରେ ଫାଇନାଲ ହାତରୁ ଖସିଯିବା ପରି ମନେ ହୋଇଥିଲା। ପନ୍ତ ଯେଉଁଭଳି ଖେଳନ୍ତି, ସେ ୫ ରୁ ୬ ଓଭରରେ ମ୍ୟାଚ୍‌ ଆମ ହାତରୁ ଛଡ଼ାଇ ନେଇଥାନ୍ତେ। ମୁକାବିଲା ରୋମାଞ୍ଚକର ଥିଲା। ପରେ ପନ୍ତ ଆଉଟ ହେବା ପରେ ନିଶ୍ଚିତ ହୋଇଥିଲୁ ବୋଲି ସେ କହିଛନ୍ତି।

Share