Categories: ଖେଳ

କ୍ରିକେଟର୍‌ ଟିମ୍‌ ପେନ୍‌ଙ୍କ ଖରାପ କାର୍ଯ୍ୟ ଦେଖି ମୁହଁ ଖୋଲିଲେ ସ୍ତ୍ରୀ

ସିଡନୀ,୨୨।୧୧: ଆଶେସ ସିରିଜ ପୂର୍ବରୁ ଅଷ୍ଟ୍ରେଲିଆର ଉଇକେଟ କିପର ତଥା ପୂର୍ବତନ ଅଧିନାୟକ ଟିମ ପେନ୍‌ଙ୍କୁ ଝଟ୍‌କା ଲାଗିଛି। ପେନ୍‌ଙ୍କ ନାଁରେ ଜଣେ ଯୁବତୀଙ୍କୁ ତାଙ୍କ ଅଶ୍ଳୀଳ ଫଟୋ ଏବଂ ମେସେଜ୍‌ ପଠାଇବା ଅଭିଯୋଗ ହୋଇଛି। ଫଳରେ ତାଙ୍କୁ ଅଧିନାୟକ ପଦରୁ ଇସ୍ତଫା ଦେବାକୁ ପଡିଛି। ଏହି ମାମଲା ୨୦୧୭ର ବୋଲି ଜଣାପଡିଛି। ତେବେ ଏହି ବିବାଦ ଉପରେ ପେନ୍‌ଙ୍କ ସ୍ତ୍ରୀ ବୋନି ସ୍ବାମୀଙ୍କ ସପକ୍ଷରେ ମତ ଦେଇଛନ୍ତି।
ଏହି ଘଟଣାର ଅନୁସନ୍ଧାନରେ ପେନ୍‌ଙ୍କୁ କ୍ରିକେଟ ଅଷ୍ଟ୍ରେଲିଆ ଦ୍ୱାରା ଏକ କ୍ଲିନ ଚିଟ ଦିଆଯାଇଥିଲା। ତେବେ ଚାରି ବର୍ଷ ପରେ ପେନ୍‌ଙ୍କ ଅଶ୍ଳୀଳ ବାର୍ତ୍ତା ଭାଇରାଲ ହେବା ପରେ ତାଙ୍କୁ ଅଧିନାୟକ ପଦରୁ ଇସ୍ତଫା ଦେବାକୁ ପଡିଛି। ବୋନି ଏହି ପ୍ରସଙ୍ଗରେ ଦୁଃଖ ପ୍ରକାଶ କରି କହିଛନ୍ତି, ଟିମଙ୍କ ପ୍ରତି ମୋର ଟିକିଏ ସହାନୁଭୂତି ଅଛି। ବହୁତ କିଛି। ସେ ଏବଂ ମୁଁ ବ୍ୟକ୍ତିଗତ ଭାବରେ ୨୦୧୮ରେ ଏସବୁ ଦେଇ କରିଛୁ। ଏବେ ତାଙ୍କୁ ପୁଣି ଥରେ ଅଭିଯୁକ୍ତ କରାଯିବା ଦୁଃଖଦାୟକ ବୋଲି ସେ କହିଛନ୍ତି।
ଏପ୍ରିଲ ୨୦୧୬ରେ ଟିମ ପେନ୍‌ ଏବଂ ବୋନି ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ବିବାହର ଏକ ବର୍ଷ ପରେ ପେନ୍‌ ଏଭଳି କାର୍ଯ୍ୟ କରିଥିଲେ। ଏହା ସତ୍ତ୍ୱେ ବୋନି ତାଙ୍କୁ କ୍ଷମା କରିଛନ୍ତି। ବୋନି ଅନୁଭବ କରୁଛନ୍ତି ଯେ ମାମଲା ପୁନଃ ଅଭିଯୋଗ ଦ୍ୱାରା ପେନ୍‌ଙ୍କ ପ୍ରତି ଅନେକ ଅନ୍ୟାୟ କରାଯାଇଛି। ସତ କହିବାକୁ ଗଲେ ଏହି ଘଟଣା ମୋର ହୃଦୟକୁ ଭାଙ୍ଗି ଦେଇଛି। ମୁଁ ତାଙ୍କ ପାଇଁ ଦୁଃଖିତ ବୋଲି ସେ କହିଛନ୍ତି।

Share