ସନ୍ଧ୍ୟା ସୁଦ୍ଧା ସାରା ବିଶ୍ୱରେ ୭୮ ଭୂକମ୍ପ, ସିରିଆରେ ୪୬

ଅଲେପ୍ପୋ,୭ ।୨: ସୋମବାର ସକାଳେ ଥରି ଉଠିଛି ମଧ୍ୟ-ପୂର୍ବର ୪ଟି ଦେଶ ତୁର୍କୀ, ସିରିଆ, ଲେବାନନ ଓ ଇସ୍ରାଏଲ । ସବୁଠାରୁ ଅଧିକ କ୍ଷୟକ୍ଷତି ତୁର୍କୀ ଓ ଏହାକୁ ଲାଗି ରହିଥିବା ସିରିଆରେ ହୋଇଛି । ତୁର୍କୀରେ ୧୨ ଘଣ୍ଟା ମଧ୍ୟରେ ୭ ତୀବ୍ରତାରୁ ଅଧିକ ଦୁଇଟି ଭୂକ୍ମପ ଅନୁଭୁତ ହୋଇଥିଲା । ଏଥିରେ ବଡ ବଡ କୋଠା ଧରାଶୟୀ ହୋଇଯାଇଥିଲା ।

ଆମେରିକା ଭୂଗର୍ଭ ସର୍ବେକ୍ଷଣର ରିପୋର୍ଟ ଅନୁଯାୟୀ, ତୁର୍କୀରେ ସ୍ଥାନୀୟ ସମୟ ସକାଳ ୪ଟା ୧୭ରେ ପ୍ରଥମେ ୭.୮ ତୀବ୍ରତାର ଏକ ଭୂକମ୍ପ ଅନୁଭୁତ ହୋଇଥିଲା । ଏହାର ଠିକ୍ ୧୧ ମିନିଟ ପରେ ୬. ତୀବ୍ରତାର ଆଉ ଏକ ଭୂକମ୍ପ ତୁର୍କୀକୁ ପୁଣିଥରେ ଦୋହଲାଇ ଦେଇଥିଲା । ଏହାପରେ ଦ୍ୱିପ୍ରହର ୧ଟା ୨୪ରେ ପୁଣିଥରେ ୭.୫ ତୀବ୍ରତାର ଭୂକମ୍ପ ତୁର୍କୀରେ ଅନୁଭୁତ ହୋଇଥିଲା ।
ଅନ୍ୟପଟେ ସିରିଆରେ ସ୍ଥାନୀୟ ସମୟ ସକାଳ ୪ରୁ ରାତି ୯ଟା ମଧ୍ୟରେ ପ୍ରାୟ ୫୦ରୁ ଅଧିକ ଭୂକମ୍ପ ହୋଇଛି । ଏଥିମଧ୍ୟରୁ ୪ଟିର ତୀବ୍ରତା ରିକ୍ଟର ସ୍କେଲରେ ୬ରୁ ଅଧିକ ରହିଥିବା ବେଳେ ୧୦ଟିର ତୀବ୍ରତା ୬-୭ ତୀବ୍ରତା ମଧ୍ୟରେ ରହିଥିଲା ।
ସାରା ବଶ୍ୱରେ ସୋମବାର ସନ୍ଧ୍ୟା ସୁଦ୍ଧା ପ୍ରାୟ ୭୮ ଭୂକମ୍ପ ଆସିଥିବା ରେକର୍ଡ କରାଯାଇଛି । ଏଥିରେ ସିରିଆରେ ୪୬ଟି ଭୁକମ୍ପ ଅନୁଭୁତ ହୋଇଥିବା କୁହାଯାଇଛି । ଫଳରେ ତୁର୍କୀ ଓ ସିରିଆରେ ଅନେକ ବଡ ବଡ କୋଠା ମାଟିରେ ମିଶିଯାଇଛି । ଭୂକମ୍ପ ପରେ ଏଠାରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏହି ସମୟରେ ଭଙ୍ଗା କୋଠତଳୁ ଚିତ୍କାର ଶୁଣିବାକୁ ମିଳିଛି । ଜଣେ ୟୁଟ୍ୟୁବର ଭଙ୍ଗାଘର ତଳୁ ଭିଡିଓ ପଠାଇ ବଞ୍ଚାଇବାକୁ ଗୁହାରି କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଲା ବଲାଙ୍ଗୀର ପୋଲିସ: ଦେଶୀ ବନ୍ଧୁକ, ବାଇକ୍‌ ଜବତ

ବଲାଙ୍ଗୀର,୨୭।୧୨(ସୁନିଲ ମହାନ୍ତି): ବଲାଙ୍ଗୀର ଟାଉନ ଥାନା ପୋଲିସଏକ ସ୍ବତନ୍ତ୍ର ଟିମ୍‌ ଶନିବାର ଏକ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଛି l ଏ ନେଇ ବଲାଙ୍ଗୀର ଏସ୍‌ପି...

ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ...

ଭାଜପା ଦାରିଙ୍ଗବାଡ଼ି ମଣ୍ଡଳରେ ନୂଆ କର୍ମକର୍ତ୍ତା: ରାଜନୀତିକୁ ଆସୁଛନ୍ତି ଶିକ୍ଷିତ, ସ୍ବୟଂସେବକ

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): ବିଭିନ୍ନ ଦଳରେ ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀ ରାଜନୀତିକୁ ଆସିବା ଦେଖିବାକୁ ମିଳିଛି। ଏହି କ୍ରମରେ ରାଜ୍ୟ ଓ କେନ୍ଦ୍ରରେ ଶାସନ କରୁଥିବା ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri