Categories: ଖେଳ

ମୁଁ ଏସିଆ କପ୍‌ରୁ ଦିନିକିଆ ଡେବ୍ୟୁ କରିବି ବୋଲି ସ୍ବପ୍ନରେ ସୁଦ୍ଧା ଭାବି ନ ଥିଲି: ତିଳକ

ନୂଆଦିଲ୍ଲୀ,୨୨।୮: ଏସିଆ କପ୍‌ ଲାଗି ଭାରତୀୟ ଦିନିକିଆ ଟିମ୍‌ରେ ସ୍ଥାନ ପାଇଛନ୍ତି ଯୁବ ବ୍ୟାଟ୍ସମ୍ୟାନ୍‌ ତିଳକ ବର୍ମା। ଚଳିତ ମାସ ଆରମ୍ଭରେ ହୋଇଥିବା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଟି୨୦ରେ ଡେବ୍ୟୁ କରିିଥିଲେ ସେ। ଏବେ ତାଙ୍କ ପ୍ରଦର୍ଶନକୁ ନେଇ ଏସିଆ କପ୍‌ ଲାଗି ୧୭ ସଦସ୍ୟ ବିଶିଷ୍ଟ ଟିମ୍‌ରେ ସାମିଲ କରାଯାଇଛି। ତେବେ ବାମହାତୀ ବ୍ୟାଟ୍ସମ୍ୟାନ୍‌ ଚୟନକୁ ନେଇ ଖୁସିବ୍ୟକ୍ତ କରିବା ସହ ଘରୋଇ କ୍ରିକେଟର ଫର୍ମ ଦିନିକିଆ କ୍ରିକେଟରେ ଜାରି ରଖିବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି।

ଏକ ସାକ୍ଷାତକାରରେ ତିଳକ କହିଛନ୍ତି, ମୁଁ ଭାରତ ଲାଗି ଦିନିକିଆ ଖେଳିବି ବୋଲି ଆଶା ରଖିଥିଲି। ହେଲେ କେବେହେଲେ ଦିନିକିଆରେ ଏସିଆ କପ୍‌ରେ ଡେବ୍ୟୁ କରିବି ବୋଲି ସ୍ବପ୍ନରେ ସୁଦ୍ଧା ଭାବି ନ ଥିଲି। ଏହା ମୋ ପାଇଁ ବଡ଼ କଥା। ମୁଁ ଦିନିକିଆ କ୍ରିକେଟ ଖେଳିବାକୁ ନେଇ ଆଶ୍ୱସ୍ତ ଅଛି। ମୋ ରାଜ୍ୟ ପକ୍ଷରୁ ଲିଷ୍ଟ-ଏ କ୍ରିକେଟରେ ମୁଁ ଭଲ ପ୍ରଦର୍ଶନ କରିିିଥିଲି। ଅଣ୍ଡର-୧୯ରେ ମଧ୍ୟ ଭଲ ପ୍ରଦର୍ଶନ କରିଛି। ଏଣୁ ଦିନିକିଆରେ ସେଭଳି ଖେଳିପାରିବି ବୋଲି ବିଶ୍ୱାସ ରହିଛି। ଏବେ ମୁଁ ସେଥିଲାଗି ପ୍ରସ୍ତୁତି କରୁଛି ବୋଲି ସେକହିଛନ୍ତି।

Share