Categories: ଖେଳ

ହୃଦୟ ଜିତିଲେ ତିଳକ ବର୍ମା; ମା’ବାପାଙ୍କ ଲାଗି ଯାହା କରିଛନ୍ତି ଦେଖି ଚକିତ ହେଲେ ପ୍ରଶଂସକ

ହାଙ୍ଗଝୋ,୬।୧୦: ଭାରତର ଯୁବ ବ୍ୟାଟ୍ସମ୍ୟାନ ତିଳକ ବର୍ମା ଦେଶର ଉଦୀୟମାନ ତାରକାଙ୍କ ମଧ୍ୟରୁ ଅନ୍ୟତମ। ତାଙ୍କୁ ଦେଶର ଭବିଷ୍ୟତ ବୋଲି ମଧ୍ୟ କୁହାଯାଉଛି। ଏହି ବାମହାତୀ ବ୍ୟାଟ୍ସମ୍ୟାନ୍‌ କ୍ରମାଗତ ଭାବେ ନିଜର ବ୍ୟାଟିଂକୁ ନେଇ ନିଜର ଦକ୍ଷତାକୁ ପ୍ରମାଣିତ କରୁଛନ୍ତି। ଚାଇନାରେ ଖେଳାଯାଉଥିବା ଏସିଆନ ଗେମ୍ସର ସେମିଫାଇନାଲରେ ସେ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ଏହି ଇନିଂସ ସମୟରେ ତିଳକଙ୍କ ଏକ ଫଟୋ ଭାଇରାଲ ହେଉଛି।

ସେମିଫାଇନାଲରେ ଭାରତ ଏକପାଖିଆ ଭାବେ ବାଲାଂଦେଶକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ମ୍ୟାଚ୍‌ରେ ଭାରତୀୟ ସ୍ପିନରମାନେ ବିରୋଧୀ ଦଳକୁ ବଡ଼ ସ୍କୋର କରିବାକୁ ଦେଇ ନ ଥିଲେ। ପ୍ରଥମେ ବ୍ୟାଟିଂ କରି ବାଲାଂଦେଶ ୨୦ ଓଭରରେ ୯୬/୯ ରନ୍‌ କରିଥିଲା। ଏହି ଲକ୍ଷ୍ୟକୁ ଟିମ୍‌ ଇଣ୍ଡିଆ ୯.୨ ଓଭରରେ ଗୋଟିଏ ଉଇକେଟ ହରାଇ ହାସଲ କରିଛି। ମ୍ୟାଚ୍‌ରେ ତିଳକ ୫୫ ରନ୍‌ର ଅପରାଜିତ ଇନିଂସ ଖେଳିଥିଲେ।

ତେବେ ମ୍ୟାଚ୍‌ରେ ତିଳକ ଯେତେବେଳେ ନିଜର ୫୦ ରନ୍‌ ପୂରଣ କରିଥିଲେ, ସେତେବେଳେ ସେ ନିଆରା ଭାବେ ସେଲିବ୍ରେଟ୍‌ କରିଥିଲେ। ସେ ନିଜର ଟି-ଶର୍ଟକୁ ଉଠାଇ ତାଙ୍କର ଏକ ଟାଟୁକୁ ଦେଖାଇଥିଲେ। ଟାଟୁଟି ତାଙ୍କ ମା’ବାପାଙ୍କର ଥିଲା। ତିଳକଙ୍କ ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

The celebration for my mom, I was a bit down in the last few games, I included my best friend ‘Samaira’ in that as well. pic.twitter.com/8x4JiN8eon

— TILAK VARMA (@TilakVarmafc_72) October 6, 2023

Share