Categories: ଜାତୀୟ

ମୁକେଶ ଅମ୍ବାନୀଙ୍କ ଘର ଆଗରୁ ବିସ୍ଫୋରକ ମିଳିବା ଘଟଣାରେ ନୂଆ ମୋଡ

ନୂଆଦିଲ୍ଲୀ,୧୨।୩: ଭାରତର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଘର ପାଖରୁ ମିଳିଥିବା ବିସ୍ଫୋରକ ମାମଲାର ଲିଙ୍କ୍‌ ତିହାର ଜେଲ ସହ ରହିଥିବା ପ୍ରମାଣ ମିଳିଛି। ତିହାର ଜେଲ କର୍ତ୍ତୃପକ୍ଷ ସବ ଜେଲ ନଂ୮ରେ ବ୍ୟାପକ ସର୍ଚ୍ଚ ଅପରେସନ କରିଥିଲେ। ଏହି ସମୟରେ ଗୋଟିଏ ମୋବାଇଲ ଫୋନ ଓ ସିମ କାର୍ଡ ମିଳିଛି। ଏହି ମୋବାଇଲ ଫୋନ୍‌ରୁ ହିଁ ଟେଲିଗ୍ରାମ ଆକାଉଣ୍ଟ ‘ଜୈଶ-ଉଲ-ହିନ୍ଦ’ ତିଆରି କରାଯାଇଥିଲା। ଏହି ଆକାଉଣ୍ଟ ଜରିଆରେ ହିଁ ପ୍ରଥମେ ଅମ୍ବାନୀଙ୍କ ଘର ପାଖରେ ବିସ୍ଫୋରକ ଖଚିତ ଗାଡି ଠାବ ଘଟଣା ପାଇଁ ଜୈଶ-ଉଲ-ହିନ୍ଦ ନିଜକୁ ଦାୟୀ କରିଥିଲା। ଏଥିସହ ମୁକେଶ ଅମ୍ବାନୀଙ୍କ ଠାରୁ ଟଙ୍କା ମଧ୍ୟ ଦାବି କରାଯାଇଥିଲା। ପୋଲିସ ଏ ବିଷୟରେ ଖୋଳତାଡ ଆରମ୍ଭ କରିଛି।

Share