Categories: ଫୁରସତ

୩ ଛୁଆଙ୍କୁ ସାଥୀରେ ଧରି ଜଙ୍ଗଲରେ ବୁଲୁଛି ବାଘୁଣୀ, ଭାଇରାଲ ହେଉଛି ଭିଡିଓ

ଜଙ୍ଗଲ ରାସ୍ତାରେ ୩ ଛୁଆଙ୍କୁ ଧରି ଏକ ବାଘୁଣୀ ବୁଲୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓଟି ଆଇଏଏସ୍‌ ଅଧିକାରୀ ସୁପ୍ରିୟା ସାହୁଙ୍କ ଦ୍ୱାରା ତାଙ୍କ ଟୁଇଟର ପେଜ୍‌ରେ ଶେୟାର କରାଯାଇଛି। ଭିଡିଓରେ ଘଞ୍ଚ ବୁଦା ଭିତରେ ତିନିଟି ଛୁଆ ମା’ ବାଘୁଣୀ ପଛରେ ବୁଲୁଥିବାର ନଜର ଆସିଛନ୍ତି। ଯାହା ବହୁତ ଚମତ୍କାର ଦୃଶ୍ୟ।

ଭିଡିଓ ଶେୟାର କରି ସୁପ୍ରିୟା କ୍ୟାପଶନ ଲେଖିଛନ୍ତି, ‘ବାଘର ଦେଶ’। ଜଣେ ମା’ କିପରି ତା’ର ପିଲାମାନଙ୍କୁ ଶିକ୍ଷାଦିଏ ତାହା ଏହି ଭିଡିଓରେ ଦେଖିବାକୁ ମିଳିଛି। ବାଘୁଣୀ ଆଗେ ଆଗେ ଚାଲୁଛି। ପଛରେ ୩ ଛୁଆ ଚାଲୁଛନ୍ତି। କିଛି ବାଟ ଯିବା ପରେ ବାଘୁଣୀଟି ତା’ ପିଲାମାନଙ୍କୁ ଫେରିଚାହୁଁଛି। ପରେ ଛୁଆମାନେ ପୁଣି ମା’କୁ ଅନୁସରଣ କରି ତା’ ପଛେ ପଛେ ଚାଲୁଛନ୍ତି। ଭିଡିଓଟି ବେଶ୍‌ କୌତୂହଳପୂର୍ଣ୍ଣ।

ବର୍ତ୍ତମାନ ସୁଦ୍ଧା ଏହି ଭିଡିଓକୁ ୩୦ ହଜାରରୁ ଅଧିକ ଥର ଦେଖାସରିଲାଣି। ୟୁଜରମାନେ ଏଥିରେ ବେଶ୍‌ ମଜାଳିଆ କମେଣ୍ଟ ବି ଦେଉଥିବା ଦେଖିବାକୁ ମିଳିଛି। ଏହି ବିରଳ ଦୃଶ୍ୟ ଦେଖି ଅନେକ ଚକିତ ହୋଇଯାଇଛନ୍ତି। ସୁପ୍ରିୟା ମଧ୍ୟ ଭିଡିଓଟିକୁ ବହୁମାତ୍ରାରେ ଶେୟାର କରିବାକୁ ୟୁଜରମାନଙ୍କୁ ଅନୁରୋଧ କରିଛନ୍ତି।

Share