Categories: ଜାତୀୟ

ଦିବ୍ରୁଗଡ଼ ଜେଲରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ଚଣ୍ଡଗଡ଼,୨୪।୪: ଖଲିସ୍ତାନୀ ନେତା ଅମ୍ରିତପାଲ ସିଂଙ୍କୁ ଗିରଫ ପରେ ଏକ ସ୍ବତନ୍ତ୍ର ବିମାନରେ ଆସାମର ଦିବ୍ରୁଗଡ଼ ଜେଲକୁ ଅଣାଯାଇଛି। ଏନେଇ ଜେଲ୍‌ର ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡାକଡି କରିଦିଆଯିବା ସହ ଅମ୍ରିତପାଲଙ୍କୁ ଏକ ସେଲ୍‌ରେ କଡ଼ା ସୁରକ୍ଷା ମଧ୍ୟରେ ରଖାଯାଇଛି।

ଦିବ୍ରୁଗଡ଼ ଜେଲ ପୂର୍ବରୁ ତାଙ୍କର ଅନ୍ୟ ୯ଜଣ ସହଯୋଗୀ ଅଛନ୍ତି। ହେଲେ ଅମ୍ରିତପାଲ ଜେଲ୍‌ରେ ସହଯୋଗୀଙ୍କୁ ସାକ୍ଷାତ କରିପାରିବେ ନାହିଁ ବୋଲି ବାରଣ କରାଯାଇଛି। ଏପରିକି ତାଙ୍କୁ ସେଲ୍‌ରୁ ବାହାରକୁ ବାହାରିବାକୁ ଅନୁମତି ଦିଆଯାଇ ନାହିଁ। ସେଲ୍‌ରେ ତାଙ୍କୁ ଖାଇବା ବ୍ୟବସ୍ଥା କରାଯାଇଛି। ତାଙ୍କୁ ଜେଲରେ କାମ କରିବାକୁ ମଧ୍ୟ ମନା ହୋଇଛି। ବର୍ତ୍ତମାନ ଦିବ୍ରୁଗଡ଼ ଜେଲରେ ପ୍ରାୟ ୪୨୦ କଏଦୀ ଥିବାବେଳେ ସେମାନଙ୍କ ମଧ୍ୟରୁ ୧୦ଜଣ ଜାତୀୟ ସୁରକ୍ଷା ଆଇନ(ଏନ୍‌ଏସଏ)ରେ ଗିରଫ ହୋଇଛନ୍ତି। ଅନ୍ୟପକ୍ଷେ ଅମ୍ରିତପାଲଙ୍କ ଉପସ୍ଥତିକୁ ନେଇ ସେଣ୍ଟ୍ରାଲ ରିଜର୍ଭ ପୋଲସ ଫୋର୍ସ ଜେଲର ଚତୁଃପାର୍ଶ୍ୱରେ ୨୪ ଘଣ୍ଟାଆ ମୁତୟନ କରାଯାଇଛି।

Share