ଟାଇଗରଙ୍କ ହାଇଚାର୍ଜ

ବଲିଉଡ ନିର୍ଦ୍ଦେଶକ କରଣ ଜୋହର କିଛି ଦିନ ପୂର୍ବରୁ ଅଭିନେତା ଟାଇଗର ଶ୍ରଫଙ୍କ ସହ ବଡ ଆକ୍ସନ ପ୍ରୋଜେକ୍ଟ ‘ସ୍କ୍ରୁ ଢିଲା’ କରିବେ ବୋଲି ଘୋଷଣା କରିଥିଲେ। କିନ୍ତୁ ଏବେ ଏହି ପ୍ରୋଜେକ୍ଟକୁ ସ୍ଥଗିତ ରଖାଯାଇଛି। ଏହାର ପଛର କାରଣ ଟାଇଗର ଶ୍ରଫ୍‌ଙ୍କ ଅଧିକ ଫି’ ଦାବି। ଏହି ଫି’ ପାଇଁ ଟାଇଗର ବହୁତ ଜୋରିମନା ମାଗିଥିଲେ, ଯେଉଁଥିରେ କରଣ ଜୋହର ରାଜି ହୋଇ ନ ଥିଲେ।

କରଣ ‘ଷ୍ଟୁଡେଣ୍ଟ ଅଫ ଦି ଇୟର ୨’ ପରେ ଟାଇଗରଙ୍କ ସହ ଏହି ଆକ୍ସନ ଫିଲ୍ମ କରିବାକୁ ଚାହୁଁଥିଲେ। କିନ୍ତୁ ଟାଇଗର ଏଥିପାଇଁ ୩୦ କୋଟି ଟଙ୍କା ଦାବି କରିଥିଲେ। ଏଥିରେ କରଣ ରାଜି ହୋଇ ନ ଥିଲେ। କରଣ ଟାଇଗରଙ୍କୁ ମନାଇବା ପାଇଁ ଚେଷ୍ଟା କରିଥିଲେ। ତଥାପି ଟାଇଗର ଏଥିପାଇଁ ରାଜି ନ ଥିଲେ। ବାଧ୍ୟ ହୋଇ ଏବେ ଏହି ପ୍ରୋଜେକ୍ଟକୁ ସ୍ଥଗିତ ରଖାଯାଇଛି।

Share