Categories: ଖେଳ

ଟାଇଗର ଉଡସ୍‌ ଗୁରୁତର ଆହତ

ଲସ୍‌ ଏଞ୍ଜେଲସ୍‌,୨୪।୨: ଗଲ୍ଫର ଟାଇଗର ଉଡସ୍‌ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ଗୋଡରେ ଆଘାତ ଲାଗିଛି। ଚିକିତ୍ସା ଲାଗି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏୟାର ବ୍ୟାଗ୍‌ ଯୋଗୁ ତାଙ୍କର ବିଶେଷ କ୍ଷତି ହୋଇ ନ ଥିବା ସ୍ଥାନୀୟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ମଙ୍ଗଳବାର ସକାଳ ୭ଟା ୧୨ ଟାରେ ଲସ୍‌ ଏଞ୍ଜେଲସ୍‌ରେ ରୋଓ୍ବିଙ୍ଗ୍‌ ହିଲ୍ସ୍‌ ଇଷ୍ଟେଟ୍‌ ଏବଂ ରେଞ୍ଚୋ ପାଲୋସ୍‌ ଓ୍ବେରିଡସ୍‌ ନିକଟରେ ତାଙ୍କ କାର ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ତାଙ୍କ ଏସ୍‌ୟୁଭିର ଏହାର ବ୍ୟାଗ୍‌ ଠିକ ସମୟରେ ଖୋଲି ଯିବାରୁ ସେ ବଡ଼ ଧରଣର ଦୁର୍ଘଟଣାରୁ ସୁରକ୍ଷିତ ରହିଥିବା ଟୁଇଟ୍‌ କରି ଜଣାଇଛନ୍ତି। ସେ କାର ନିଜେ ଚଳାଉଥିଲେ। କାର୍‌ ରୋଡ୍‌ ଡିଭାଇଡରରେ ପିଟି ହୋଇ ରାସ୍ତା ତଳକୁ ଗଡ଼ି ପଡ଼ିଥିଲା।

Share