ଗୋବିନ୍ଦାଙ୍କ ଫିଲ୍ମର ରିମେକରେ ଦେଖାଦେବେ ଟାଇଗର

ମୁମ୍ବାଇ: ବଲିଉଡ ଷ୍ଟାର ଟାଇଗର ଶ୍ରଫ ୨୦୧୪ରେ ତାଙ୍କର ଆକ୍ଟିଂ କ୍ୟାରିୟର ଆରମ୍ଭ କରିଥିଲେ । ଏହି କିଛି ବର୍ଷ ମଧ୍ୟରେ ଟାଇଗର ବଲିଉଡ ଦୁନିଆରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଟାଇଗର ସବୁବେଳେ ତାଙ୍କ ଡ୍ୟାନ୍ସ ଓ ଆକ୍ସନକୁ ନେଇ ଥାଆନ୍ତି ଚର୍ଚ୍ଚାରେ । ଏବେ ଖବର ଆସିଛି ଯେ ଟାଇଗରଙ୍କ ହାତରେ ଏକ ବଡ ମୁଭି ଲାଗିଛି । ଏହା ଏକ ରିମେକ ମୁଭି ।
ମିଡିଆ ରିପୋର୍ଟ ଅନୁଯାୟୀ, ୧୯୯୭ରେ ଆସିଥିବା ମୁଭି ‘ହିରୋ ନମ୍ବର ୧’ର ରିମେକ ହେବାକୁ ଯାଉଛି । ଏଥିରେ ଟାଇଗର ଶ୍ରଫ ନଜର ଆସିବେ ବୋଲି କୁହାଯାଉଛି । ୧୯୯୭ରେ ଡେଭିଡ ଧୱନଙ୍କ ନିର୍ଦ୍ଦେଶନାରେ ନିର୍ମାଣ କରାଯାଇଥିବା ମୁଭି ‘ହିରୋ ନମ୍ବର ୧’ରେ ମୁଖ୍ୟ ଭୂମିକାରେ ଗୋବିନ୍ଦା ଓ କରିସ୍ମା କପୁର ନଜର ଆସିଥିଲେ । ଦର୍ଶକେ ଏହି ମୁଭିକୁ ଖୁବ୍ ପସନ୍ଦ କରିଥିଲେ ଆଉ ଏହା ବକ୍ସ ଅଫିସରେ ହିଟ୍ ବି ହୋଇଥିଲା । ଏବେ ଏହାର ରିମେକ ହେବାକୁ ଯାଉଛି । ଏହାର ନିର୍ଦ୍ଦେଶନା ଦେବେ ଜଗନ ଶକ୍ତି ଓ ପ୍ରଯୋଜକ ରହିବେ ଜ୍ୟାକି ଭଗନାନୀ । ମେକର୍ସ ଏହାକୁ ବଡ କରି ନିର୍ମାଣ କରିବାକୁ ଚାହୁଁଛନ୍ତି, ଯେଉଁଥିରେ କିଛି ଇଣ୍ଟରନ୍ୟାଶନାଲ ସେଡ୍ୟୁଲ ହୋଇପାରିବ । ଏହାର ଶୁଟିଂ ୨୦୨୩ରେ ଆରମ୍ଭ ହେବ । ଏବେ ଏହାର ପ୍ରିପ୍ରଡକଶନ କାମ ଚାଲିଛି । ଏହାର ବାକି ଷ୍ଟାର କାଷ୍ଟଙ୍କ ସମ୍ପର୍କରେ ସୂଚନା ଖୁବଶୀଘ୍ର ମିଳିଯିବ ବୋଲି କୁହାଯାଉଛି ।

Share