ଫୁଟ୍‌ବଲର ହେବାକୁ ଚାହୁଁଥିଲେ ଟାଇଗର

ମୁମ୍ବାଇ: ବଲିଉଡ୍‌ରେ ଅନେକ ଉଦୀୟମାନ ତାରକା ରହିଥିବା ବେଳେ ବରିଷ୍ଠ ଅଭିନେତା ଜ୍ୟାକି ଶ୍ରଫ୍‌ଙ୍କ ପୁଅ ଟାଇଗର ଶ୍ରଫ୍‌ ସେମାନଙ୍କ ମଧ୍ୟରୁ ଅନ୍ୟତମ। ବଲିଉଡ୍‌ର ଏହି ଷ୍ଟାର ସନ୍ତାନ ଖୁବ୍‌ଶୀଘ୍ର ସଫଳତାର ଶୀର୍ଷକୁ ସ୍ପର୍ଶ କରିଛନ୍ତି। ଜୀବନରେ ଅନେକ ଉତ୍ଥାନ-ପତନ ଦେଇ ଗତି କରିଥିବା ଟାଇଗର୍‌ ଶନିବାର ନିଜ ୩୫ ତମ ଜନ୍ମଦିନ ବହୁ ଧୁମଧାମରେ ପାଳନ କରିଛନ୍ତି। ଏହି ଅବସରରେ ସେ ପିଲାଦିନେ ଫୁଟବଲର ହେବାକୁ ଚାହୁଥିବା ନେଇ ପ୍ରକାଶ କରିଛନ୍ତି।
ନିଜ ଜନ୍ମଦିନ ଅବସରରେ ଟାଇଗର୍‌ ଦେଇଥିବା ଏକ ସାକ୍ଷାତକାରରେ, ପିଲାବେଳୁ ସେ ଅଭିନୟ ପ୍ରତି ଆଗ୍ରହୀ ନ ଥିବା ଦର୍ଶାଇଛନ୍ତି। ପିଲାଦିନୁ ଫୁଟବଲ୍‌ ଖେଳ ପ୍ରତି ତାଙ୍କର ବେଶ୍‌ ଦୁର୍ବଳତା ଥିଲା ଓ ସେତେବେଳେ ସେ ଫୁଟବଲ୍‌ ଖେଳରେ ନିଜ କ୍ୟାରିୟର କରିବାକୁ ମନସ୍ଥ କରିଥିବା ଟାଇଗର କହିଛନ୍ତି। ଜ୍ୟାକି ଶ୍ରଫ୍‌ଙ୍କ ଭଳି ଜଣେ ଅଭିନେତାଙ୍କ ସନ୍ତାନ ହୋଇଥିବାରୁ ପିଲାବେଳେ ତାଙ୍କୁ ଅଭିନୟ କରିବାକୁ ବହୁ ଅଫର ଆସୁଥିବା ବେଳେ ସେଗୁଡିକୁ ସେ ମନା କରି ଦେଉଥିବା ନେଇ ଟାଇଗର୍‌ କହିଛନ୍ତି। ଫୁଟବଲ୍‌ରେ ଭାରତ ପାଇଁ ଖେଳିବାକୁ ଲକ୍ଷ୍ୟ ରଖିଥିବା ଟାଇଗର ପରେ ବିଶେଷ ସ୍କୋପ ନ ପାଇ ଅଭିନୟକୁ କ୍ୟାରିୟର ପାଇଁ ବାଛି ଥିବା ଏହି ସାକ୍ଷାତକାରରେ ପ୍ରକାଶ କରିଛନ୍ତି। ୨୦୧୪ରେ ‘ହିରୋପନ୍ଥି’ ଚଳଚ୍ଚିତ୍ରରୁ ଟାଇଗର ତାଙ୍କ ବଲିଉଡ୍‌ କ୍ୟାରୟର୍‌ ଆରମ୍ଭ କରିଥିବା ବେଳେ ଏହାପରେ ସେ ଆଉ ପଛକୁ ଫେରି ନାହାନ୍ତି। ନିଜର କଠିନ ପରିଶ୍ରମ ଓ ନିଖୁଣ ଅଭିନୟ ବଳରେ ବଲିଉଡ୍‌ରେ ସେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପା ହେଲେ ଏହି ବଲିଉଡ୍‌ ଅଭିନେତା

ବମ୍ବେ: ପୁଣିଥରେ ବାପା ହୋଇଛନ୍ତି ବଲିଉଡ୍‌ ଅଭିନେତା ହରମନ ବାବେଜା। ତାଙ୍କ ଘରକୁ ଏକ କୁନି ରାଜକୁମାରୀ ଆସିଛନ୍ତି। ମାର୍ଚ୍ଚରେ ଅଭିନେତା ବାପା ହୋଇଥିଲେ ହେଁ...

ଶାଶୁଘରେ ନିର୍ଯାତିତା ଝିଅଙ୍କୁ ଛାଡ଼ପତ୍ର ହେବା ପରେ ବାଜା ବଜାଇ ଘରକୁ ପାଛୋଟି ନେଲେ ବାପା, ଲୋକେ କହୁଛନ୍ତି ‘ବାପା ହେବ ତ ଏମିତି’

କାନପୁର: ଆଜିର ସମାଜରେ ନାରୀଟିଏ ଯେତେ ଆତ୍ମନିର୍ଭରଶୀଳ ହେଲେ ବି ଯୌତୁକ ପ୍ରଥାରୁ ନିଜକୁ ମୁକାଳି ପାରୁନାହିଁ। ଅନେକ କ୍ଷେତ୍ରରେ ଝିଅଟିଏ ମରିମରି ବଞ୍ଚିବା ଲାଗି...

ସଲମାନଙ୍କ ଘର ଉପରକୁ ଗୁଳିମାଡ଼ କରିଥିବା ଅଭିଯୁକ୍ତଙ୍କ ଆତ୍ମହତ୍ୟା

ମୁମ୍ବାଇ,୧ା୫: ବି’ ଟାଉନ୍‌ର ଭାଇଜାନ ସଲମାନ ଖାନଙ୍କ ଘର ଉପରକୁ ଗୁଳିମାଡ଼ ଘଟଣାର ଏକ ବଡ଼ ଖବର ସାମ୍ନାକୁ ଆସିଛି। ସଲମାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ...

ଋଷିଙ୍କୁ ମନେପକାଇଲେ ନୀତୁ

ମୁମ୍ବାଇ: ଅଭିନେତା ଋଷି କପୁରଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକୀ ମଙ୍ଗଳବାର ପାଳିତ ହୋଇଯାଇଛି। ବଲିଉଡ୍‌ ଇଣ୍ଡଷ୍ଟ୍ରିର ଏହି ଭେଟେରାନ ଅଭିନେତାଙ୍କର ଦେହାନ୍ତ ହେବାରେ ଇତି ମଧ୍ୟରେ ୪...

୭୦ ବର୍ଷୀୟଙ୍କ ‘ଜୀବନସାଥୀ’ ବିଜ୍ଞାପନ

ୱାଶିଂଟନ୍‌: ମଣିଷର ବୟସ ବଢିବା ସହ ଏକାନ୍ତପଣ ମଧ୍ୟ ବଢ଼ିଥାଏ। ଏହି ସମୟରେ ଯଦି ନିଜ ପରିବାର ପାଖରେ ନଥାଏ, ତେବେ ଏକାନ୍ତପଣକୁ ସାମ୍‌ନା କରିବା...

ଏହି ଯୁବ କ୍ରିକେଟରଙ୍କୁ ନେଇ ମନର କଥା କହିଲେ ଶାହାରୁଖ

ମୁମ୍ବାଇ,୩୦।୪: କୋଲକାତା ନାଇଟ ରାଇଡର୍ସ ମାଲିକ ଶାହରୁଖ ଖାନ ଆସନ୍ତା ଟି -୨୦ ବିଶ୍ୱକପରେ ତାଙ୍କ ଦଳର ଆକ୍ରମଣାତ୍ମକ ବ୍ୟାଟ୍ସମ୍ୟାନ ରିଙ୍କୁ ସିଂଙ୍କୁ ଭାରତୀୟ ଦଳରେ...

୨୫୧ ଥର ଜେଲ ଯାଇଥିବା ପ୍ରାର୍ଥୀ

ଲକ୍ଷ୍ନୌ: ଲକ୍ଷ୍ନୌ ଲୋକ ସଭା ଆସନରୁ ସମାଜବାଦୀ ପାର୍ଟି(ଏସ୍‌ପି) ରବିଦାସ ମେହରୋତ୍ରାଙ୍କୁ ପ୍ରାର୍ଥୀ କରିଛି। ଚଳିତ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବହୁ ପୁରାତନ...

ପୁଅ ଅଭ୍ୟାନଙ୍କ ସହ ୱାର୍କଆଉଟ୍‌ କଲେ ଦିୟା

ମୁମ୍ବାଇ: ବଲିଉଡ୍‌ର ଷ୍ଟାର୍‌ ଅଭିନେତ୍ରୀମାନଙ୍କ ମଧ୍ୟରୁ ଦିୟା ମିର୍ଜା ଅନ୍ୟତମ। ସେ ନିଜର ନିଖୁଣ ଅଭିନୟ ଦ୍ୱାରା ବହୁବାର ଦର୍ଶକଙ୍କ ପ୍ରଶଂସା ସାଉଁଟିବାରେ ସଫଳ ହୋଇଛନ୍ତି। ମିସ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri