ଉମରକୋଟ ହୀରାପୁର ଅଞ୍ଚଳରେ ହେଟାବାଘ ଆତଙ୍କ

ଉମରକୋଟ, ୨୮।୩(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ହୀରାପୁର ପଞ୍ଚାୟତ ନୂଆଗୁଡ଼ା ଗ୍ରାମରେ ହେଟାବାଘ ଆତଙ୍କ ଦେଖାଯାଇଛି। ଗାଁର ଶୁକୁ କଲାରଙ୍କ ଗୋଟିଏ ବଳଦକୁ ହେଟାବାଘ ମାରି ଦେଇଥିବା ସୂଚନା ମିଳିଛି। ଏହାକୁ ଦେଖି ଗ୍ରାମବାସୀଙ୍କ ମନରେ ଭୟ ଓ ଆତଙ୍କ ଖେଳିଯାଇଛି। ମୃତ ବଳଦ ନିକଟରେ ବାଘ ପାଦ ଚିହ୍ନ ଦେଖାଦେଇଛି। ବାଘ ହିଁ ବଳଦକୁ ମାରିଛି ବୋଲି ଗ୍ରାମବାସୀ କହିଛନ୍ତି। ଉମରକୋଟ ବନଖଣ୍ଡ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ନାୟକ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛନ୍ତି। ଘଟଣାସ୍ଥଳରେ ପଡିଥିବା ଥିବା ପାଦ ଚିହ୍ନ ବାଘର ନୁହେଁ ବରଂ ହେଟାବାଘର ବୋଲି ସେ କହିଛନ୍ତି। ବ୍ୟବଚ୍ଛେଦ ପରେ ବଳଦର ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି।