ବୁଗୁଡ଼ା,୨୭।୮(କାଳିଚରଣଦାଶ): ବୁଗୁଡ଼ା ବନାଞ୍ଚଳ କିରିଆମ୍ବା ଜଙ୍ଗଲ କମ୍ପାର୍ଟମେଣ୍ଟ ୧୧ ଭାମଶାଳି ନିକଟରେ ମଙ୍ଗଳବାର ରାତିରେ ଗୋଟିଏ ବାଘ ୧୧ ଛେଳିକୁ ଖାଇ ମାରି ଦେଇଥିବା ଜଣାପଡ଼ିଛିି।ଏ ନେଇ ଜଙ୍ଗଲ ଆଖପାଖ ଅଞ୍ଚଳରେ କୋକୁଆ ଭୟ ଖେଳି ଯାଇଛି। ଭାମଶାଳି ନିକଟରେ ଥିବା ବାଉଁଶିଆ ବନ୍ଧ ପାଖରେ କେତେ ଜଣ ଗୋଠ କରିଥିଲେ। ତେବେ ବାଘ ଅଚାନକ ସୋ ଗୋଠରେ ପଶି ଛେଳିକୁ ମାନଙ୍କୁ ଜଙ୍ଗଲ ମଧ୍ୟେରେ ଗୋଡେଇ ଗୋଡେଇ ମାରି ଖାଇଥିବା ଜଣାପଡ଼ିଛି। ତେବେ ଖବର ପାଇ ବନ ବିଭାଗ କର୍ମଚାରୀ
ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।


