ଲଖନପୁର ବ୍ଲକରରେ ବାଘ ଆତଙ୍କ

ଝାରସୁଗୁଡା ୧୪।୦୧ : ଝାରସୁଗୁଡା ଜିଲା ଲଖନପୁର ବ୍ଲକର ବିଭିନ୍ନ ଗାଁରେ ବାଘ ଆତଙ୍କ ଦେଖିବାକୁ ମିଳିଛି। ସ୍ଥାନୀୟ ଜାମବେର୍ଣା ଗାଁରେ କଳରାପତରିଆର ପାଦ ଚିହ୍ନ ଦେଖିବାକୁ ମିଳିଥିବାବେଳେ ପିକୋଲ ଅଞ୍ଚଳରେ  କଳରାପତରିଆ ଛେଳି ମାର ଖାଇଥିବା କୁହାଯାଉଛି। କଲରାପତରିଆ ବାଘଟି ବେହେରାମାଲ, ଯାମବେର୍ଣା, ରେମଣ୍ଡା, ଢୋଲବାହାଲ, ଯମୁନା, ବାଲିକୁଦଲି, ଅଁଳାଝରନ ଆଦି ଅଞ୍ଚଳରେ ବୁଲାବୁଲି କରୁଥିବା ସୂଚନା ମିଳିଛି ।
ଅନ୍ୟପକ୍ଷେ, ବନବିଭାଗ ପକ୍ଷରୁ ଜଙ୍ଗଲ ଭିତରକୁ ନଯିବା ସହ ଗୃହପାଳିତ ପଶୁଙ୍କୁ ମଧ୍ୟ ନଛାଡିବା ପାଇଁ ଲୋକଙ୍କୁ ସଚେତନ କରାଯାଉଛି ।