Categories: ଫୁରସତ

୧୦ ଘଣ୍ଟାରେ ୧୨୦ କି.ମି. ପହଁରିଲା ମହାବଳ

ଦିଶପୁର: ଏକ ବାଘ ନଦୀରେ ପହଁରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଆଇଏଫ୍‌ଏସ୍‌ ଅଫିସର ସୁଶାନ୍ତ ନନ୍ଦ ଏହି ଭିଡିଓ ସାମାଜିକ ଗଣମାଧ୍ୟମରେ ଶେୟାର କରିଛନ୍ତି। ଭିଡିଓରେ ଦେଖିବାକୁ ମିଳୁଥିବା ଏହି ରୟାଲ୍‌ ବେଙ୍ଗଲ୍‌ ଟାଇଗର୍‌କୁ ରକ୍ଷା କରିବା ପାଇଁ ନୟାନ୍ତ ହୋଇଛନ୍ତି ଏନ୍‌ଡିଆର୍‌ଏଫ୍‌ ଟିମ୍‌। ଖବର ମୁତାବକ ଏହି ବାଘ ୧୦ ଘଣ୍ଟାରେ ୧୨୦ କି.ମି. ଦୂର ପହଁରି ଆସିଛି। ବର୍ତ୍ତମାନ ଏହି ମହାବଳ ବାଘର ନୂଆ ଘର ପାଲଟିଛି ଆସାମର ଉମାନନ୍ଦପାତ୍ର ଦ୍ୱୀପ।
ବାଘଟି ଗୁଆହାଟିର ଓରେଙ୍ଗା ନ୍ୟାଶନାଲ ପାର୍କରୁ ଚାଲିଆସିଥିବା ସନ୍ଦେହ କରାଯାଉଛି। ଗୁଆହାଟିରୁ ଏହି ପାର୍କରେ ପହଞ୍ଚତ୍ବା ଲାଗି ବ୍ରହ୍ମପୁତ୍ର ନଦୀରେ ୧୦ ମିନିଟର ବୋଟ୍‌ ରାଇଡ୍‌ କରିବାକୁ ପଡ଼ିଥାଏ। ବାଘଟି ନଦୀକୁ ପାଣି ପିଇବାକୁ ଆସିଥିବାବେଳେ ସ୍ରୋତରେ ଭାସି ଯାଇଥିବା ଅନୁମାନ କରାଯାଉଛି। ମହାବଳକୁ ଟ୍ରାଙ୍କୁଲାଇଜ୍ଡ କରି ପୁଣିଥରେ ଓରେଙ୍ଗା ନ୍ୟାଶନାଲ ପାର୍କକୁ ପଠାଯିବ ବୋଲି ବନ ବିଭାଗ ଅଧିକାରୀ କହିଛନ୍ତି। ନଦୀ ଜଳରେ କିିଛି ଦୂର ପହଁରି ଆସିବା ପରେ ବାଘଟି ଗୁଆହାଟିର ପିକକ୍‌ ଆଇଲାଣ୍ଡର ଏକ ଗୁମ୍ଫାରେ ଆଶ୍ରୟ ନେଇଥିଲା। ଏହାପରେ ବନବିଭାଗର ଏକ ଟିମ୍‌ ସେଠାରେ ପହଞ୍ଚି ବାଘକୁ କାବୁ କରିବାରେ ସଫଳ ହୋଇଥିଲେ।

Share