ବିକ୍ରି ପାଇଁ ଡିଲ୍‌ ବେଳେ ବାଘଛାଲ ଜବତ କଲା ଏସ୍‌ଟିଏଫ୍‌ ଟିମ୍‌

କୋରାପୁଟ,୨୦ା୭(ସ୍ବ.ପ୍ର.): ଏସ୍‌ଟିଏଫ୍‌ ଦ୍ୱାରା କୋରାପୁଟ ଜିଲା ରାମଗିରି ଅଞ୍ଚଳରୁ ବୁଧବାର ଏକ କଲରାପତିଆ ବାଘଛାଲ ଜବତ ହୋଇଛି। ଏହି ବାଘଛାଲ ୬୦ ହଜାର ଟଙ୍କାରେ ବିକ୍ରି ପାଇଁ ଡିଲ ଚାଲିଥିବାବେଳେ ଏସଟିଏଫ ଟିମ୍‌ ଦ୍ୱାରା ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତି ଜଣକ ହେଲେ ବୈପାରୀଗୁଡ଼ା ବ୍ଲକ ଅନ୍ତର୍ଗତ ଦଣ୍ଡାବାଡ଼ି ପଞ୍ଚାୟତ ଗୌଡ଼ାଗୁଡ଼ା ଗ୍ରାମର ମାଧବ ଗୌଡ଼ଙ୍କ ପୁଅ ମନୋହର (୨୨) ବୋଲି ଜଣାପଡ଼ିଛି।

ସୂଚନାନଯାୟୀ, ଏସ୍‌ଟିଏଫ୍‌ ରାମଗିରି ଜଙ୍ଗଲ ଅଧିକାରୀଙ୍କ ସହାୟତାରେ ଚଢ଼ାଉ କରି ଏକ କଳରାପତିଆ ବାଘଛାଲ ରାମଗିରି ଅଞ୍ଚଳରୁ ଜବତ କରିବା ସହ ଏଥିରେ ସାମିଲ ଥିବା ମନୋହରଙ୍କୁ ଗିରଫ କରାଯାଇଛି।