ବାଘଛାଲ, ନଖ ଜବତ; ୩ ଅଟକ

ବରଗଡ଼ ଅଫିସ,୨୫ା୧୧: ବରଗଡ଼ ଭଟଲି ଛକରୁ ବୁଧବାର ଏସ୍‌ଟିଏଫ (ସ୍ପେଶାଲ ଟାସ୍କ ଫୋର୍ସ) ଏକ ଚିତାବାଘର ଛାଲ, ନଖ ଓ ଦାନ୍ତ ଜବତ କରିଛି। ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖାଯାଇ ଥିବାବେଳେ ଗୋଟିଏ ବାଘଛାଲ ସମେତ ୧୧ଟି ବାଘ ନଖ ଓ ୪ଟି ବାଘ ଦାନ୍ତ ଜବତ ହୋଇଛି। ତେବେ ଏହା କେଉଁସ୍ଥାନକୁ ଚାଲାଣ କରାଯାଉଥିଲା, ସେ ସମ୍ପର୍କରେ ସୂଚନା ମିଳି ନାହିଁ। ଏସ୍‌ଟିଏଫ୍‌ ସମେତ ବନ୍ୟପ୍ରାଣୀ ବିଭାଗ ଓ ପୋଲିସ ବିଭାଗର ଅଧିକାରୀମାନେ ଏହି ଚଢ଼ାଉରେ ସାମିଲ ଥିଲେ।