ବାଘ ଛାଲ ଜବତ, ଜଣେ ଗିରଫ

ବାଉଁଶୁଣୀ/କଣ୍ଟାମାଳ,୨୧।୧୧(ଡି.ଏନ୍‌.ଏ.): କିଛି ଦିନର ବ୍ୟବଧାନ ପରେ ପୁଣି ବୌଦ୍ଧ ଜିଲା କଣ୍ଟାମାଳ ରେଞ୍ଜ ଘଣ୍ଟାପଡ଼ା ଅଞ୍ଚଳରୁ ଆଉ ଏକ ବାଘ ଛାଲ ଜବତ କରିଛି ସ୍ବତନ୍ତ୍ର ଟାସ୍କ ଫୋର୍ସ ଓ ବନ ବିଭାଗ l
ସୂଚନାଯୋଗ୍ୟ, କଣ୍ଟାମାଳ ରେଞ୍ଜ ଘଣ୍ଟାପଡ଼ା ସେକ୍ସନ ଅଞ୍ଚଳରୁ ଏସ୍‌ଟିଏଫ ଓ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବାଘ ଛାଲକୁ ଜବତ କରିବା ସହିତ ଜଣକୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ହେଲେ ବାଲିଗୁଡ଼ା ଥାନା ଖମନଖୁଲ(ପରୁଘାଟ) ଗ୍ରାମର ସଚିତନ ନାୟକ। ବୌଦ୍ଧ-କନ୍ଧମାଳ ସୀମାନ୍ତ ଘଣ୍ଟାପଡ଼ାରେ ବାଘଛାଲ ବିକ୍ରି ପାଇଁ ଡିଲ୍‌ ଚାଲିଥିବା ବେଳେ ଏସ୍‌ଟିଏଫ୍‌ ଟିମ୍‌ କାବୁ କରିଥିଲେ। ଅଧିକ ସୂଚନା ପାଇଁ ଅଭିଯୁକ୍ତଙ୍କୁ କଣ୍ଟାମାଳ ରେଞ୍ଜରେ ଅଟକ ରଖି ପଚରାଉଚରା ଜାରି ରଖିଛି ଏସଟିଏଫ୍‌ ଓ ବନ ବିଭାଗ ।