ବରଗଡ଼,୫।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର ଉପକଣ୍ଠ ବରାହଗୋଡ଼ାସ୍ଥିତ କ୍ରୀଷ୍ଣା ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶନିବାର ଲିଓପାଡ୍ ଡେ (କଲରାପତରିଆ ଦିବସ) ପାଳିତ ହୋଇଯାଇଛି। ଆର୍ଥ କୃଷିଡେର୍ସ ଅର୍ଗାନାଇଜେଶନ, ବରଗଡ଼ ବନ ବିଭାଗ ଏବଂ କ୍ରୀଷ୍ଣା ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବରଗଡ଼ ବନଖଣ୍ଡ ଅଧିକାରୀ ବିକ୍ରମଦେବ ପଟ୍ଟନାୟକ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ଯୋଗଦାନ କରିଥିଲେ। କ୍ରୀଷ୍ଣା ବିକାଶ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଚେୟାରମ୍ୟାନ ଦଶାରି ମୁରଲୀ କ୍ରୀଷ୍ଣା ସମ୍ମାନିତ ଅତିଥିଭାବେ ଯୋଗଦେଇ ପରିବେଶ ସନ୍ତୁଳନ ଏବଂ ଏଥିରେ ଛାତ୍ରୀଛାତ୍ରଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ। ଆର୍ଥ କୃଷିଡେର୍ସ ଅର୍ଗାନାଇଜେଶନର ପ୍ରୋଗ୍ରାମ ଓ କାର୍ଯ୍ୟକାରୀ ଅଧିକାରୀ ଆକାଶ ପ୍ରଧାନ ସମ୍ମାନିତ ଅତିଥିଭାବେ ଯୋଗଦେଇ ବର୍ତ୍ତମାନ ସମୟରେ କଲରାପତରିଆ ବାଘର ସଂରକ୍ଷଣ ତଥା ବନ୍ୟ ପ୍ରାଣୀ ସମ୍ପଦର ସୁରକ୍ଷା, ବିକାଶ ଉପରେ ବକ୍ତବ୍ୟ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରଗଡ଼ ଫରେଷ୍ଟ ରେଞ୍ଜ ଅଫିସର ଆରତୀ ନେଗୀ, ଆର୍ଥ କୃଷିଡେର୍ସ ଅର୍ଗାନାଇଜେଶନର ପ୍ରତିଷ୍ଠାତା ତଥା ଚେୟାରମ୍ୟାନ ଅରବିନ୍ଦ ସାମଲ, ଲୋକେଶ ଦଶାରୀ, କ୍ରୀଷ୍ଣା ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ନାରାୟଣ ରଥ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। କ୍ରୀଷ୍ଣା ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଏସ୍. କାନ୍ତା ରାଓଙ୍କ ସମେତ ସମସ୍ତ ଶିକ୍ଷୟିତ୍ରୀ, ଶିକ୍ଷକ ଏବଂ ଛାତ୍ରୀଛାତ୍ରବୃନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।


