Categories: ଫୁରସତ

ବାଘ ସହ ଲଢ଼େଇ, କିଏ ଜିତିଲା ଭିଡିଓ ଦେଖିଲେ ଜାଣିବେ…

ବାଘ ସହ ଲଢ଼େଇ କରିବାକୁ କେବେ ଚିନ୍ତା କରିଛନ୍ତି କି? ଯଦି ନା ତେବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଯାହା ଦେଖିଲେ ଆଶ୍ଚର୍ଯ୍ୟ ହେବେ। ଭିଡିଓଟି ପ୍ରାଣୀ ଉଦ୍ୟାନର। ଯେଉଁଠାରେ ଜଣେ ପର୍ଯ୍ୟଟକଙ୍କୁ ଏକ ବାଘ ସହିତ ବଳ କଷିବା ଖେଳ ଖେଳିବାକୁ ସୁଯୋଗ ଦିଆଯାଏ। ଏଥିରେ କାଚର ଗୋଟିଏ ପାର୍ଶ୍ୱରେ ବାଘ ଏବଂ ଅନ୍ୟ ପଟେ ଜଣେ ବ୍ୟକ୍ତିଙ୍କୁ କଠିନ କରିଶ୍ରମ କରିବାକୁ ପଡ଼ିଥାଏ। ମଝିରେ ରହିଥାଏ ଗୋଟିଏ ମୋଟା ଦଉଡ଼ି।

ଭିଡିଓରେ ଦେଖାଯାଉଛି, ବାଘଟି ଦଉଡ଼ିର ଗୋଟିଏ ମୁଣ୍ଡ ଧରିଛି ଏବଂ ବ୍ୟକ୍ତିଜଣକ ଅନ୍ୟ ପଟରେ ରହିଛନ୍ତି। ବ୍ୟକ୍ତି ଜଣକ ପୂର୍ଣ୍ଣ ଶକ୍ତି ପ୍ରୟୋଗ କରିବାକୁ ଚେଷ୍ଟା କରୁଛନ୍ତି କିନ୍ତୁ ବାଘ ତାଙ୍କୁ ତା’ ଆଡକୁ ଟାଣୁଛି। ଏହା ପରେ ବାଘଟି ଦଉଡ଼ି ଛାଡିଦିଏ। ପରେ ସେହି ବ୍ୟକ୍ତି ଦଉଡ଼ି ମଧ୍ୟ ଛାଡ଼ି ଦେଉଛନ୍ତି। କିନ୍ତୁ ବାଘଟି ବୁଲି ବୁଲି ଦଉଡ଼ିର ଶେଷ ଭାଗକୁ ଧରୁଥାଏ। ଯେତେବେଳେ ବାଘ ଏହା କରେ, ସେହି ବ୍ୟକ୍ତି ଜଣକ ମଧ୍ୟ ତାଙ୍କ ପାର୍ଶ୍ୱର ଧାର ଧରନ୍ତି ଏବଂ ଏଥର ସେ ବାଘକୁ ନିଜ ଆଡକୁ ଟାଣିବାରେ ଅଟକାଇ ଦେଇଛନ୍ତି। ଅଳ୍ପ ସମୟ ପରେ ବାଘଟି ଦଉଡି ଛାଡ଼ିଦିଏ। ତେଣୁ ବ୍ୟକ୍ତି କହିଛନ୍ତି, ମୁଁ ଜିତିଛି। କିଛି ଲୋକ ଏହି ପୂରା ଖେଳର ଭିଡିଓ ମଧ୍ୟ ପ୍ରସ୍ତୁତ କରିଛନ୍ତି।

ଏହି ଭିଡିଓରେ ଅନେକ ୟୁଜର ଭିନ୍ନ ଭିନ୍ନ କମେଣ୍ଟ ଦେଇଛନ୍ତି। ଜଣେ ୟୁଜର କହିଛନ୍ତି ଏହା ପ୍ରକୃତ ବାଘ ନୁହେଁ, ବାଘର ମିଶ୍ରିତ ପ୍ରଜାତି। ସେହିପରି ଆଉ ଜଣେ ୟୁଜର କହିଛନ୍ତି, କାଚ କାଢ଼ି ଦିଅ, ତା’ ପରେ କିଏ ଜିତୁଛି ଦେଖିବା। ଏହି କମେଣ୍ଟ ବେଶ୍‌ ହାସ୍ୟରୋଳ ସୃଷ୍ଟି କରିଛି।

Share