ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କୁ ପ୍ରଭାବିତ କରିବାକୁ ୭ଟି ଫ୍ରିଜ୍‌ ପଠାଇଥିଲେ ଖେଳାଳି

ନିଜ ସମୟର ସବୁଠାରୁ ସୁନ୍ଦରୀ ଅଭିନେତ୍ରୀଙ୍କ ମଧ୍ୟରେ ଜଣେ ଥିଲେ ଶର୍ମିଲା ଟାଗୋର। ସେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ମନସୁର ଅଲ୍ଲୀ ଖାନ୍‌ ପଟୌଦୀଙ୍କୁ ବିବାହ କରିଥିଲେ। ତେବେ ମନସୁର ଶର୍ମିଲାଙ୍କୁ ପ୍ରଭାବିତ କରିବା ପାଇଁ ୭ଟି ଫ୍ରିଜ୍‌ ତାଙ୍କ ପାଖକୁ ପଠାଇଥିଲେ। ନିକଟରେ ଏକ ସାକ୍ଷାତକାରରେ ଝିଅ ସୋହା ଅଲ୍ଲୀ ଖାନ୍‌ ଏହା କହିଥିଲେ।
୧୯୬୫ ମସିହାରେ ଦିଲ୍ଲୀରେ ଶର୍ମିଲା ଏବଂ ମନ୍‌ସୁରଙ୍କ ମଧ୍ୟରେ ପ୍ରଥମ ସାକ୍ଷାତ ହୋଇଥିଲା। ଏହି ସମୟରେ ମନ୍‌ସୁର ଭାରତୀୟ କ୍ରିକେଟ ଦଳର ଅଧିନାୟକ ଥିଲେ। ଜଣେ ବନ୍ଧୁଙ୍କ ସହାୟତାରେ ସେମାନଙ୍କର ସାକ୍ଷାତ ହୋଇଥିଲା। ଏହି ସମୟରେ ଶର୍ମିଲା ପଟୌଦୀର ନବାବଙ୍କ ବିଷୟରେ ସବୁକିଛି ଜାଣିଥିଲେ। କିନ୍ତୁ ପଟୌଦୀ ଶର୍ମିଲାଙ୍କ ବିଷୟରେ କିଛି ଜାଣି ନ ଥିଲେ। ସେ ଶର୍ମିଲାଙ୍କ କୌଣସି ଫିଲ୍ମ ମଧ୍ୟ ଦେଖି ନ ଥିଲେ। ମାତ୍ର ପ୍ରଥମ ଦେଖାରେ ପଟୌଦୀ ଶର୍ମିଲାଙ୍କୁ ଭଲପାଇ ବସିଥିଲେ।
ସାକ୍ଷାତକାରେ ଝିଅ ସୋହା କହିଥିଲେ ଯେ, ମା’ଙ୍କୁ ପ୍ରଭାବିତ କରିବା ପାଇଁ ବାପା ଗୋଟିଏ କି ଦୁଇଟି ନୁହେଁ ବରଂ ୭ଟି ଫ୍ରିଜ୍‌ ତାଙ୍କ ପାଖକୁ ପଠାଇଥିଲେ। ଏହା ମାଧ୍ୟମରେ କେବଳ ମା’ଙ୍କ ପ୍ରତିକ୍ରିୟା ଜାଣିବାକୁ ସେ ଚାହୁଁଥିଲେ ବୋଲି ସୋହା କହିଥିଲେ। ଏହା ପରେ ମା’ ଶର୍ମିଲା ବାପାଙ୍କୁ ଫୋନ୍‌କରି ‘ତୁମେ ପାଗଳ କି’ ବୋଲି କହିଥିଲେ। ଏହି ଘଟଣା ପରେ ପଟୌଦୀ ଶର୍ମିଲାକୁ ରାତ୍ର ଭୋଜନ ପାଇଁ ନେବାକୁ ଚାହୁଁଥିବା କହିଥିଲେ। ଏହା ପରେ ସେମାନଙ୍କ ମଧ୍ୟରେ ପ୍ରେମ ଓ ପରେ ବିବାହ ହୋଇଥିବା ବୋଲି ସୋହା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରସାମ୍ୟ ହରାଇ ସାଲୁର୍ ଘାଟରେ ଓଲଟିଲା ଚାଉଳ ଟ୍ରକ୍, ୮ ଘଣ୍ଟା ଜାତୀୟ ରାଜପଥ ଜାମ୍

ପଟ୍ଟାଙ୍ଗି,୭।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ସୀମାକୁ ଲାଗି ରହିଥିବା ପଡୋଶୀ ଆନ୍ଧ୍ର ସୀମା ଭିତରେ ସାଲୁର୍ ଘାଟିରେ ଦୁର୍ଘଟଣା । ଏକ ଟ୍ରକ୍…

ପୂର୍ବତନ ଟେନିସ ଖେଳାଳି, ଓକିଲ ,ମିଡିଆ ହାଉସ ମାଲିକାଣି …, କିଏ ଆସାମ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ରିନିକି ଭୂୟାଁ ଶର୍ମା? ଜାଣନ୍ତୁ…

ଗୁଆହାଟି,୭।୪: ଆସାମରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହେବାକୁ ଆଉ କିଛି ଘଣ୍ଟା ବାକି ଥିବାବେଳେ, ରାଜ୍ୟରେ ରାଜନୈତିକ ତାପମାତ୍ରା କ୍ରମାଗତ ଭାବରେ ବୃଦ୍ଧି ପାଇବାରେ…

ରାତିଅଧରେ ବଡ ବ୍ଲାଷ୍ଟ, ହୁତୁ ହୁତୁ ଜଳିଲା ରେଲୱେ ଗ୍ରୀଡ୍

ବଣାଇଁ,୭।୪(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ ଜିଲା ଚାନ୍ଦିପୋଷ ଥାନା ପଛ ପଟେ ଥିବା ରେଲୱେ ଷ୍ଟେସନ ଗ୍ରୀଡ଼ରେ ଅଗ୍ନିକାଣ୍ଡ ହୋଇଛି । ସୋମବାର ରାତି ପ୍ରାୟ ୧୧ଟାରେ ହଠାତ…

ଧୁରନ୍ଧର ୨ ଦେଖିବା ପରେ କୋହଲି ଦେଲେ ଏମିତି ପ୍ରତିକ୍ରିୟା: ଚାରିଆଡ଼େ ଚର୍ଚ୍ଚା

ମୁମ୍ବାଇ,୭।୪: ରଣବୀର ସିଂହଙ୍କ ଅଭିନୀତ ଧୁରନ୍ଧର ୨ ଇତିହାସ ରଚିଛି। ଏହି ଫିଲ୍ମଟି ବକ୍ସ ଅଫିସ୍‌ରେ ଏପର୍ଯ୍ୟନ୍ତ ୧୬୦୦ କୋଟିରୁ ଅଧିକ ଟଙ୍କା ରୋଜଗାର କରିଛି। ଏହି…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଗ୍ରାହକକୈନ୍ଦ୍ରିକ ଆଭିମୁଖ୍ୟ ଆମକୁ ସ୍ବତନ୍ତ୍ର କରିଛି: ଜୀବନ କୁମାର ବଡୁ

ଓଡ଼ିଶାର ବିଦ୍ୟୁତ୍‌ ଭିତ୍ତିଭୂମି କ୍ଷେତ୍ରର ଅନ୍ୟତମ ପ୍ରତିଷ୍ଠିତ ସଂସ୍ଥା ଭୁବନେଶ୍ୱରର ମଞ୍ଚେଶ୍ୱର ଶିଳ୍ପାଞ୍ଚଳସ୍ଥିତ ‘ଓଡ଼ିଶା ଟ୍ରାନ୍ସଫର୍ମର୍ସ ପ୍ରାଇଭେଟ ଲିମିଟେଡ’ (ଓଟିପିଏଲ୍‌) ର ପରିଚାଳନା ନିର୍ଦ୍ଦେଶକ ହେଉଛନ୍ତି ଜୀବନ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri