କମୁଛି ବାଘଙ୍କ ସଂଖ୍ୟା: ସଂରକ୍ଷଣ ଜରୁରୀ

ଭୁବନେଶ୍ୱର, ୨୮ା୭ (ବନ୍ଦନା ସେଠୀ):ବାଘ ଦୁନିଆର ସବୁଠାରୁ ପରିଚିତ ପ୍ରାଣୀ। ଏମାନଙ୍କ ସଂରକ୍ଷଣ ଜୈବ ବିବିଧତା ତଥା ପରିବେଶର ସନ୍ତୁଳନ ବଜାୟ ରଖିବାରେ ସହାୟକ ହୋଇଥାଏ। ତେଣୁ ବାଘ ବଂଶବୃଦ୍ଧି ସହ ଏମାନଙ୍କ ସଂରକ୍ଷଣ ନିତାନ୍ତ ଆବଶ୍ୟକ। ଏନେଇ ଲୋକଙ୍କ ମନରେ ସଚେତନତା ତଥା ଜାଗ୍ରତ ବୃଦ୍ଧି କରିବା ପାଇଁ ପ୍ରତିବର୍ଷ ଜୁଲାଇ ୨୯କୁ ‘ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ’ ଭାବେ ପାଳନ କରାଯାଉଛି। ଚଳିତ ବର୍ଷର ଥିମ୍‌ ରହିଛି ‘ବାଘମାନଙ୍କ ପାଇଁ ଗର୍ଜନ’। ଦେଶ ତଥା ବିଶ୍ୱରେ ଦିନକୁ ଦିନ ବାଘଙ୍କ ସଂଖ୍ୟା କମିବାରେ ଲାଗିଛି। ଅବୈଧ ଶିକାର ଏହାର ଏକ ପ୍ରମୁଖ କାରଣ ସାଜିଥିବାବେଳେ ଆଧୁନିକତା ନାମରେ ଜଙ୍ଗଲ ନଷ୍ଟ ଏବଂ ଜଳବାୟୁ ପରିବର୍ତ୍ତନ ଭଳି କେତେକ ଆହ୍ବାନର ସମ୍ମୁଖୀନ ହେବାକୁ ପଡୁଛି। ତେବେ ଓଡ଼ିଶାର ଶିମିଳିପାଳରେ ପୂର୍ବାପେକ୍ଷା ବାଘ ସଂଖ୍ୟା ବଢିଥିବାରୁ ଏହାକୁ ନେଇ ବନ୍ୟପ୍ରାଣୀ ପ୍ରେମୀମାନଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ୨୦୩୬ସୁଦ୍ଧା ଶିମିଳିପାଳରେ ବାଘ ସଂଖ୍ୟା ୧୦୦କୁ ପହଞ୍ଚାଇବା ଲକ୍ଷ୍ୟ ନେଇ ସରକାରଙ୍କ ପକ୍ଷରୁ ଚେଷ୍ଟା ଜାରି ରହିଛି। ଏହା ଭାରତର ବ୍ୟାଘ୍ର ସଂରକ୍ଷଣ ରୋଡ୍‌ମ୍ୟାପ୍‌ରେ ଶିମିଳିପାଳର ଭୂମିକାକୁ ଆହୁରି ସୁଦୃଢ଼ କରିବ ବୋଲି ବନ ବିଭାଗର ଆଶା ଉଜ୍ଜୀବିତ ହୋଇଛି।
ଏନେଇ ବନ୍ୟପ୍ରାଣୀ ପିସିସିଏଫ୍‌ ପ୍ରେମ୍‌ କୁମାର ଝା କହିଛନ୍ତି, ଶିମିଳିପାଳରେ ବାଘଙ୍କ ସଂଖ୍ୟା ଆଶାନୁରୂପ ବୃଦ୍ଧି ପାଇଛି। ମହାରାଷ୍ଟ୍ରରୁ ଆସିଥିବା ‘ଜିନତ୍‌’ ଓ ‘ଯମୁନା’ ମଧ୍ୟ ସୁସ୍ଥ ଅଛନ୍ତି। ସେହିପରି ବାଘଙ୍କ ସଂଖ୍ୟା ବୃଦ୍ଧି ସହିତ ସେମାନଙ୍କ ପାଇଁ ନୂତନ ସ୍ଥାନ ଲାଗି ଡେବ୍ରିଗଡଠାରେ ଟାଇଗର ରିଜର୍ଭ କରିବା ନେଇ ଯୋଜନା କରାଯାଉଛି। ଏଥିପାଇଁ ଏକ ବିଶେଷଜ୍ଞ କମିିଟି ଗଠନ କରାଯାଇଛି। କମିଟିରେ ଅବସରପ୍ରାପ୍ତ ଆଇଏଫ୍‌ଏସ୍‌ ଅଧିକାରୀ ଡ. ଅନୁପ କୁମାର ନାୟକ ଅଧ୍ୟକ୍ଷ ରହିଛନ୍ତି। ସେହିପରି ଓ୍ବାଇଲ୍ଡ ଲାଇଫ୍‌ ଇନ୍‌ଷ୍ଟିଚ୍ୟୁଶନ୍‌ ଅଫ୍‌ ଇଣ୍ଡିଆ ଡେରାଡୁନ୍‌ର ସଦସ୍ୟ ଡ. ବିଭାସ ପାଣ୍ଡବ ଏବଂ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ସମ୍ବଲପୁରର ଅତିଥି ଅଧ୍ୟାପକ ଡ. ହେମା କୁମାର ନାୟକ ସଦସ୍ୟ ରହିଛନ୍ତି। ଏହି କମିଟି ଟାଇଗର ରିଜର୍ଭ ପାଇଁ ବଫର ଜୋନ୍‌ଗୁଡିକର ସୀମା ନିର୍ଣ୍ଣୟ ସହିତ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥାର ନିରୀକ୍ଷଣ କରିବେ ବୋଲି ପିସିସିଏଫ୍‌ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଜିତ ପାଓ୍ବାରଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ ମହାରାଷ୍ଟ୍ର ବିକାଶରେ…

ନୂଆଦିଲ୍ଲୀ,୨୮ା୧: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ତାଙ୍କ ସୋସିଆଲ ମିଡିଆ ‘ଏକ୍ସ’ରେ ଶୋକ ପ୍ରକାଶ କରି…

୨ ପୁଅ, ସ୍ତ୍ରୀଙ୍କୁ ଛାଡିଦେଇ ଗଲେ ଅଜିତ ପାୱାର: ଜାଣନ୍ତୁ ତାଙ୍କ ରାଜନୈତିକ ଯାତ୍ରା ବିଷୟରେ ଅଜଣା କଥା…

ପୁଣେ,୨୮।୧: ମହାରାଷ୍ଟ୍ରର ଏନସିପି ନେତା ଏବଂ ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ପରଲୋକ ଘଟିଛି। ନିର୍ବାଚନ ପ୍ରଚାର ପାଇଁ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଛି। ତାଙ୍କ…

ମା’ଙ୍କ ପ୍ରତିମୂର୍ତ୍ତିରୁ ଲୁଟିନେଲେ ଲକ୍ଷାଧିକ ଟଙ୍କା ମୂଲ୍ୟର ଅଳଙ୍କାର, ସକାଳୁ ଆସି ପୂଜାରୀ ଦେଖିଲେ…

ଦିଗପହଣ୍ଡି,୨୮।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର କୁକୁଡ଼ାଖଣ୍ଡି ବ୍ଲକ ଅଧୀନ ମା ’ ମହୁରୀ କାଳୁଆଙ୍କ ମନ୍ଦିର ଗର୍ଭଗୃହରୁ ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କା…

ବଞ୍ଚାଇଦେଲେ ମହାପ୍ରଭୁ: ୩ କିମି ପୂର୍ବରୁ ଡ୍ରାଇଭରଙ୍କ ସାଙ୍ଗରେ ପାଟିତୁଣ୍ଡ କରି… 

ଆନନ୍ଦପୁର୨୭।୧(ସୁଶାନ୍ତ କୁମାର ସାହୁ): ଆନନ୍ଦପୁର ଉପଖଣ୍ଡ, ଛେନାପଦି  ବଉଳା ରାସ୍ତାର ବୈଦାଖିଆ  ନିକଟରେ ଓଲଟିଲା ଯାତ୍ରୀବାହୀ ବସ୍‌। ଅଳ୍ପକେ ବର୍ତ୍ତି ଯାଇଛନ୍ତି ଯାତ୍ରୀ। ସୂଚନା ଅନୁସାରେ, ଭୂବନେଶ୍ବରରୁ …

ଅଜିତ ପାଓ୍ବାରଙ୍କ ମୃତ୍ୟୁକୁ ନେଇ ଏମିତି କହିଦେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୮।୧:  ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏବଂ ଏନସିପି ମୁଖ୍ୟ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ପରଲୋକ ଘଟିଛି। ଏହି ଦୁର୍ଘଟଣା ମହାରାଷ୍ଟ୍ରର ବାରମତିରେ ଘଟିଛି। ବିମାନଟି ବାରମତିରେ ଅବତରଣ…

ମୃତ୍ୟୁର କିଛି ମିନିଟ୍‌ ପୂର୍ବରୁ ଏହି ବ୍ୟକ୍ତିଙ୍କୁ ମନେ ପକାଇଥିଲେ ଅଜିତ ପାଓ୍ବାର: ଭାଇରାଲ ହେଉଛି ଶେଷ ପୋଷ୍ଟ

ପୁଣେ,୨୮।୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଏକ ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି। ମୁମ୍ବାଇରେ ଏକ କ୍ୟାବିନେଟ ବୈଠକରେ ଯୋଗ ଦେବା ପରେ, ଅଜିତ ପାୱାର ଏକ…

ଦୁର୍ଘଟଣା ସମୟରେ ଅଜିତ ପାୱାରଙ୍କ ସହ ବିମାନରେ କିଏ ଥିଲେ? ଦେଖନ୍ତୁ ପୂରା ଲିଷ୍ଟ

ନୂଆଦିଲ୍ଲୀ,୨୮।୧: ବାରାମତିରେ ଏକ ବିମାନ ଦୁର୍ଘଟଣାରେ ବୁଧବାର ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ମୃତ୍ୟୁ ଘଟିଛି। ଜିଲା ପଞ୍ଚାୟତ ପରିଷଦ ନିର୍ବାଚନ ପାଇଁ ପ୍ରଚାର କରିବା ପାଇଁ…

କୋଟିଆ ସୀମାନ୍ତ ଗ୍ରାମରେ ଲୋକଙ୍କୁ କଲେ ଏକାଠି: ୧୨ଟି ଗ୍ରାମ ଆନ୍ଧ୍ର ରାଜ୍ୟର ଦାବି କରି…

ପଟ୍ଟାଙ୍ଗି,୨୮।୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ଉପର ସେମ୍ବି ଗ୍ରାମରେ ଆନ୍ଧ୍ର ରାଜ୍ୟର ଜନସେନା ଦଳ ଗ୍ରାମବାସୀଙ୍କୁ ଏକାଠି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri