ନରସିଂହପୁର,୨୪।୧: ବାଘ-ମଣିଷ ଖଣ୍ଡଯୁଦ୍ଧ। ଶେଷରେ ବାଘ ହାରିଲା, ମଣିଷ ଜିତିଲା । ଏହି ଘଟଣା ଘଟିଛି ନରସିଂହପୁର ପଶ୍ଚିମବନାଞ୍ଚଳ ଅଂଚଳର ଅନନ୍ତ ପ୍ରସାଦ ଗାଁରେ । ୨୬ ବର୍ଷୀୟ ଶୁଭ୍ରାଂଶୁ ଶେଖର ଭୋଳ ଜୟପୁରସ୍ଥିତ ଫାର୍ମହାଉସ ରହୁଥିଲେ। ରାତି ପ୍ରାୟ ୧୨.୩୦ ସମୟରେ ଘର ବାହାରକୁ ଆସିଥିଲେ। ସେହି ସମୟରେ କୁକୁର ଭୁକୁଥିଲା। ଯାହା ଫଳରେ ଯୁବକ ଜଣଙ୍କ ଦେଖିବାକୁ ଯିବା ସମୟରେ ଏକ କଲରାପତରିଆ ବାଘ ଶୁଭ୍ରାଂଶୁଙ୍କ ଉପରକୁ ହଠାତ ଆକ୍ରମଣ କରିଥିଲା। ପ୍ରତିଆକ୍ରମଣରେ ପାଖରେ ଥିବା ବାସନ ସାମଗ୍ରୀରେ ବାଘକୁ ଆକ୍ରମଣ କରିଥିଲେ। ପରେ ସେ ଆହତ ଅବସ୍ଥାରେ ବାହାରକୁ ଆସି କବାଟ କିଳି ଦେଇ ଓ ବାହାରକୁ ଯାଇ ଘର ଲୋକଙ୍କୁ ଆମ୍ବଲାନ୍ସ ଯୋଗାଡ଼ କରିବାକୁ କହିଥିଲେ। ବିଳମ୍ବିତ ରାତିରେ ଯୁବକ ଜଣଙ୍କ ଗୁରୁତ୍ୱର ହୋଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। କିନ୍ତୁ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଯୁବକଙ୍କ ହାତରେ ଗଭୀର ଆଘାତ ଲାଗିଛି। ତାଙ୍କୁ କଟକ scb ବଡ଼ ମେଡିକାଲର ଟ୍ରମା କାଜୁଆଲଟିରେ ଭର୍ତ୍ତି କରାଯାଇିଛି ।
Dharitri – Odisha’s No.1 Odia Daily

