Categories: ଫୁରସତ

ବାଘ ଆଗକୁ ଚାଲି ଆସିଲା ଅଜଗର; ଆଉ ତା ପରେ…..

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। କେତେବେଳେ ଖାଦ୍ୟ ପାଇଁ ହାତୀ-ହାତୀ ମଧ୍ୟରେ ଲଢେଇ ତ ଆଉ କେତେବେଳେ ବାଘ-ସିଂହ ମଧ୍ୟରେ ଲଢେଇ ହେଉଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।
ଭିଡିଓରେ ଦେଖିବାକୁ ମିଳିଛି ଯେ, ଏକ ବାଘ ଜଙ୍ଗଲ ମଧ୍ୟ ଦେଇ ଯାଉଥିବାବେଳେ ଏକ ଅଜଗର ତା ସାମ୍ନାରେ ରାସ୍ତା ପାର ହେଉଛି। ଅଜଗରକୁ ଦେଖି ବାଘଟି କିଛି ସମୟ ପାଇଁ ସେଠାରେ ଅଟକି ଯାଉଛି। ପରେ ଅଜଗରକୁ ନିରୀକ୍ଷଣ କରି ଚାହଁୁଛି। ଅଜଗର ମଧ୍ୟ ବାଘକୁ ଅନାଇ ରହୁଛି। ଏହା ପରେ ବାଘଟି ଦିଗ ବଦଳାଇ ଜଙ୍ଗଲ ଅଭିମୁଖେ ପଳାଉଛି। ଏହି ଭିଡିଓକୁ ଆଇଏଫଏସ ଅଧିକାରୀ ସୁଶାନ୍ତ ନନ୍ଦ ନିଜ ଟୁଇଟର ହ୍ୟାଣ୍ଡେଲରେ ଶେୟାର କରିଛନ୍ତି। ସେ କ୍ୟାପସନରେ ଲେଖିଛନ୍ତି, ବାଘ ଅଜଗରକୁ ରାସ୍ତା ଛାଡି ଦେଇଛି। ଏହି ଭିଡିଓକୁ ଅନେକ ଲୋକ ଦେଖି ସାରିଥିବାବେଳେ ଅନେକ କମେଣ୍ଟ ମଧ୍ୟ ଦେଇଛନ୍ତି।

Share