ଜନବସତି ମୁହାଁ ବାଘ:ପାଦଚିହ୍ନ ଦେଖି ଲୋକେ ଭୟଭୀତ

ବାରିପଦା,(ନୀଳାଦ୍ରି ବିହାରୀ ଦଣ୍ଡପାଟ)/ ଉଦଳା,(ସନ୍ତୋଷ ବାଚ୍ଛିନୀ),୧୮ା୧୧-ମୟୂରଭଞ୍ଜ ଜିଲା ବାରିପଦା ବନଖଣ୍ଡ କପ୍ତିପଦା ରେଞ୍ଜ ଅଧୀନ ଅସନବଣି ଗ୍ରାମରେ ବାଘ ପାଦଚିହ୍ନକୁ ନେଇ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ବାଘ ଉପସ୍ଥିତିକୁ ନେଇ ବନ ବିଭାଗ ପକ୍ଷରୁ ସତର୍କତା ଅବଲମ୍ବନ କରିବାକୁ ଗ୍ରାମବାସୀଙ୍କୁ ସଚେତନ କରାଯାଇଛି। ଗାଁ ଲୋକେ ବାଘ ଭୟରେ ଘରୁ ବାହାରିବାକୁ ଉଚିତ ମଣୁ ନ ଥିବା ବେଳେ ସନ୍ଧ୍ୟା ପୂର୍ବରୁ ଘରକୁ ବାହୁଡ଼ିବାରେ ଲାଗିଛନ୍ତି। ଏନେଇ ବନ ବିଭାଗ ଅନୁଧ୍ୟାନ ଜାରି ରଖିଥିବା ବେଳେ ମହାରାଷ୍ଟ୍ରରୁ ଅଣାଯାଇଥିବା ମହାବଳ ବାଘୁଣୀ ‘ଯମୁନା’ ଅନୁପ୍ରବେଶ କରିଥିବା ଗ୍ରାମବାସୀ ଆଶଙ୍କା କରୁଛନ୍ତି। ହାତୀ ଦାଉରୁ ପାଚିଲା ଧାନ କ୍ଷେତକୁ ସୁରକ୍ଷା ଦେବା ପାଇଁ ଲୋକେ ଚିନ୍ତିତ ଥିବା ବେଳେ ବାଘର ଉପସ୍ଥିତିକୁ ନେଇ ଚିନ୍ତାରେ ପଡ଼ିଛନ୍ତି। ଧାନ କ୍ଷେତର ସୁରକ୍ଷା ପାଇଁ ବାଘ ମୁହଁରେ ଆହାର ହେବା ଭୟରେ ଲୋକେ ପ୍ରମାଦ ଗଣିବାରେ ଲାଗିଛନ୍ତି। ତେବେ ଉକ୍ତ ଅଞ୍ଚଳରେ ମହାବଳ ବାଘ ‘ଯମୁନା’ର ଚଳପ୍ରଚଳ ନ ଥିବା ଏବଂ ଲୋକେ ସତର୍କତା ଅବଲମ୍ବନ କରିବା ପାଇଁ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ସୂଚନା ପ୍ରଦାନ କରାଯାଉଥିବା ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ତଥା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ଡ.ପ୍ରକାଶ ଚାନ୍ଦ ଗୋଗିନେନୀ କହିଛନ୍ତି।

ସୂଚନାଯୋଗ୍ୟ, କପ୍ତିପଦା ରେଞ୍ଜ ଅସନବଣି ଗ୍ରାମରେ ଥିବା କେନାଲର ୮ରୁ ଅଧିକ ସ୍ଥାନରେ ବାଘ ପାଦ ଚିହ୍ନ ପଡ଼ିଥିବା ଦେଖିବାକୁ ମିଳିଛି। ବାଘଟି ନିକଟସ୍ଥ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କୋର୍‌ ଅଞ୍ଚଳରୁ ବଫର ଅଞ୍ଚଳ ପାର୍‌ ହୋଇ ଜନବସତି ମୁହାଁ ହୋଇଥିବା କୁହାଯାଉଛି। ଗାଁ ନିକଟସ୍ଥ ଜଙ୍ଗଲରୁ ଖସିଆସି କେନାଲ ପାର୍‌ ହେବା ସମୟରେ ମାଛ ଧରିବା ପାଇଁ ବସିଥିବା ଏକ ଅନ୍ଧୁଣିକୁ ଭାଙ୍ଗିଥିବା ଜଣାପଡ଼ିଛି। ସୋମବାର ସକାଳୁ ମାଛ ଧରିବାକୁ ଆସିଥିବା ବ୍ୟକ୍ତି ଜଣକ ଭଙ୍ଗା ଅନ୍ଧୁଣି ଓ ଆଖପାଖ ସ୍ଥାନରେ ବାଘର ପାଦଚିହ୍ନ ପଡ଼ିଥିବା ଦେଖିବାକୁ ପାଇଥିଲେ। ଗାଁ ନିକଟସ୍ଥ ଜଙ୍ଗଲରେ ବାଘ ଥିବା ନେଇ ବନ ବିଭାଗ ପକ୍ଷରୁ ଗ୍ରାମବାସୀଙ୍କୁ ସତର୍କ କରାଯିବା ସହ ଜଙ୍ଗଲକୁ ନ ଯିବା ପାଇଁ ବାରଣ କରାଯାଇଛି। ଶିମିଳିପାଳ ପାଦଦେଶରେ ଥିବା ଦେବଳା ପଞ୍ଚାୟତର ପିଙ୍ଗୁ, ଅସନବଣି, କଣ୍ଟାଗଡି, ସାରବସା, ଚୁଇପୋଷି, ହାଣ୍ଡିଫୁଟା, ଗଡିପାଳ, ଅଡାସାହି, ଗଣ୍ଡିଦର ଓ ପୋଡାଡିହା ଆଦି ସଂଲଗ୍ନ ଗ୍ରାମଗୁଡ଼ିକରେ ମହାବଳ ବାଘ ଚଳପ୍ରଚଳ କରୁଥିବା ନେଇ ଆଶଙ୍କା ପ୍ରକାଶ ପାଇଛି। ତେବେ ପାଦ ଚିହ୍ନ ଦେଖି ବାଘଟି ଜନବସତି ମଧ୍ୟରେ ପ୍ରବେଶ କରିଥିବା ଗ୍ରାମର ପାର୍ବତୀ ସୋରେନ ଓ ମନୋଜ ବାରିକ ସନ୍ଦେହ କରୁଥିବା କହିଛନ୍ତି। ଏପରିକି ବନ ବିଭାଗର ସତର୍କତା ମୂଳକ ପଦକ୍ଷେପ ଓ ବାଘର ପାଦଚିହ୍ନକୁ ଦେଖି ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ଧାନ ଫସଲର ସୁରକ୍ଷା ପାଇଁ ହାତୀ ଘଉଡ଼ାଇବାକୁ ଯାଉଥିବା ଚାଷୀମାନେ ମହାବଳ ହାବୁଡ଼ରେ ପଡ଼ିବା ଆଶଙ୍କା ପ୍ରକାଶ ପାଇଛି। ତେବେ ହାତୀ ଓ ବାଘକୁ ନେଇ ଲୋକେ ଅସହାୟ ହୋଇପଡ଼ିଥିବା ଗଣ୍ଡିଦର ଗ୍ରାମର ଚାଷୀ ରଶ୍ମୀ ସେନାପତି, ବୃନ୍ଦାବନ କୁସୁମାଳିଆ ଓ କୋଲରୀ କୋସମାଳିଆ ପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଗତ ୯ ତାରିଖରେ ଏନକ୍ଲୋଜରରୁ ଛଡ଼ାଯାଇଥିବା ମହାବଳ ବାଘୁଣୀ ‘ଯମୁନା’ କୋର୍‌ ଅଞ୍ଚଳ ଛାଡ଼ି ଜନବସତି ମୁହାଁ ହେଉଛି। ବିପଦ ଆଶଙ୍କାରେ ବନ ବିଭାଗ ପକ୍ଷରୁ ତା’ ପାଇଁ ଯନ୍ତା ପ୍ରସ୍ତୁତ କରି ରଖାଯାଇଛି। ‘ଯମୁନା’ ଦେହରେ ଲାଗିଥିବା ରେଡିଓ କଲାର ଯୋଗେ ତା’ର ଗତିବିଧି ଉପରେ ବନ ବିଭାଗ ସମ୍ପୂର୍ଣ୍ଣ ନଜର ରଖିଛି। ତେବେ ପଡ଼ିଥିବା ପାଦଚିହ୍ନ କଲରାପତରିଆ ବାଘର ହୋଇପାରେ ବୋଲି ବନ ବିଭାଗ ସନ୍ଦେହ କରି ତଦନ୍ତ ଜାରି ରଖିଛି। ତେବେ ‘ଯମୁନା’ର ସ୍ଥିତି ଅନ୍ୟ ସ୍ଥାନରେ ରହିଛି ଓ ତାକୁ ନେଇ ଭୟଭୀତ ନ ହେବାକୁ ଆରସିସିଏଫ୍‌ ଗୋଗିନେନୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri