ମହାବଳ ଶିକାର, ଆଉ ଜଣେ ଗିରଫ

ବାରିପଦା ଅଫିସ/ଉଦଳା,୧୬ା୧୨(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଉଦଳା ବନଖଣ୍ଡ ଅଧୀନ ବିସିପୁର ଅଞ୍ଚଳରେ ମହାବଳ ବାଘ ଚମଡ଼ା ବିକ୍ରି ଅଭିଯୋଗରେ ସ୍ବତନ୍ତ୍ର ଟାସ୍କ ଫୋର୍ସ ଟିମ୍‌ (ଏସ୍‌ଟିଏଫ୍‌) ଅନ୍ୟତମ ଅଭିଯୁକ୍ତ ଫାଗୁ ହାଁସଦା(୨୮)ଙ୍କୁ ଗିରଫ ପରେ ଗୁରୁବାର ଉଦଳା କୋର୍ଟ ଚାଲାଣ କରିଛି। ତାଙ୍କ ଘର ଦେବକୁଣ୍ଡ ନିକଟ ଶ୍ରୀଦାମଚନ୍ଦ୍ରପୁର ଗ୍ରାମରେ। ଅନ୍ୟପକ୍ଷରେ ଜବତ ବାଘ ଚମଡ଼ାଟି ଶିମିଳିପାଳ

ଅଭୟାରଣ୍ୟ ମହାବଳ ବାଘର ବୋଲି ଓୟୁଏଟି ରିପୋର୍ଟ ଦେଇଛି। ଅନ୍ୟପକ୍ଷରେ ପ୍ରମୁଖ ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ(ପିସିସିଏଫ୍‌) ତଦନ୍ତ ପାଇଁ ଏକ ସ୍ବତନ୍ତ୍ର ପ୍ରତିନିଧି ଦଳ ଗୁରୁବାର ଶିମିଳିପାଳ ଅଭୟାରଣ୍ୟକୁ ପଠାଇଛନ୍ତି। ତେବେ ଚଢ଼ାଉ ସମୟରେ ଚମଡ଼ା ସହ ଧରାପଡ଼ିଥିବା ଫାଗୁଙ୍କୁ ଏସ୍‌ଟିଏଫ୍‌ ପ୍ରଥମେ ଦୋଷୀ ଚିହ୍ନଟ ନ କରି ଚମ୍ପଟ ମାରିଥିବା ଅଭିଯୁକ୍ତଙ୍କୁୁ ଗିରଫ ଦେଖାଇବା ନେଇ ସନ୍ଦେହ ଉପୁଜିଛି। ବନବିଭାଗକୁ ସୁରକ୍ଷା ଦେବା ପାଇଁ ଏଭଳି ପ୍ରୟାସ କରାଯାଇଛି ବୋଲି ବାଘ ଚମଡ଼ା ଜବତ ବାବଦରେ ଏସ୍‌ଟିଏଫ୍‌କୁ ସୂଚନା ଦେଇଥିବା ପ୍ରାକ୍ତନ ଅବୈତନିକ ବନ୍ୟପ୍ରାଣୀ ସଂରକ୍ଷକ ଭାନୁମିତ୍ର ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି।
ସୂଚନାଯୋଗ୍ୟ, ଶିକାରୀମାନେ ଏକ ମହାବଳ ବାଘ ଚମଡ଼ା ବିକ୍ରି କରିବା ନେଇ ଗ୍ରାହକ ଖୋଜୁଥିବା ସମ୍ପର୍କରେ ଜାଣି ପ୍ରାକ୍ତନ ଅବୈତନିକ ବନ୍ୟପ୍ରାଣୀ ସଂରକ୍ଷକ ଆଚାର୍ଯ୍ୟ ସେମାନଙ୍କୁ ଧରିବା ପାଇଁ ଏସ୍‌ଟିଏଫ୍‌ ସହ ଯୋଗାଯୋଗ କରିଥିଲେ। ଯୋଜନା ମୁତାବକ ମଙ୍ଗଳବାର ରାତି ୨ଟା ସମୟରେ ବାରିପଦା-ଉଦଳା ରାସ୍ତାର ବିସିପୁର ଛକଠାରେ ଏସ୍‌ଟିଏଫ୍‌ ଟିମ୍‌ ଜଗି ରହିଥିଲା। ବାଘ ଚମଡ଼ା ବିକ୍ରି ପାଇଁ ୩ଜଣ ଏକ ବାଇକ୍‌ରେ ଆସିଥିବା ବେଳେ ଏସ୍‌ଟିଏଫ୍‌ର କର୍ମଚାରୀ ଫାଗୁଙ୍କୁ କାବୁ କରିବା ସହ ଚମଡ଼ା ଜବତ କରିଥିଲେ। ଅନ୍ୟ ୨ ଜଣ ଅନ୍ଧାରର ସୁଯୋଗ ନେଇ ସେଠାରୁ ଖସି ପଳାଇଥିଲେ। ବୁଧବାର ଅପରାହ୍ନରେ ଖସି ପଳାଇଥିବା ମୂଷାଖାଇ ଗ୍ରାମର ଦେବାଶିଷ ପାତ୍ରଙ୍କୁ ଏସ୍‌ଟିଏଫ୍‌ ଟିମ୍‌ ଗିରଫ କରି ଭୁବନେଶ୍ୱର କାର୍ଯ୍ୟାଳୟକୁ ନେଇଯାଇଥିଲେ। ସେଠାରେ ପ୍ରଥମେ ଧରାପଡ଼ିଥିବା ଫାଗୁଙ୍କୁ ଗିରଫ ନ ଦର୍ଶାଇ ଦେବାଶିଷଙ୍କଠାରୁ ବାଘ ଚମଡ଼ା ଜବତ ହୋଇଥିବା ପ୍ରକାଶ କରିଥିଲେ। ଫାଗୁଙ୍କଠାରୁ ବାଘ ଚମଡ଼ା ଜବତ ସମୟରେ ଭାନୁମିତ୍ର ଆଚାର୍ଯ୍ୟ ଓ ତାଙ୍କ ସହଯୋଗୀମାନେ ଉପସ୍ଥିତ ଥିଲେ। ତେବେ ଫାଗୁଙ୍କ ବଦଳରେ ଦେବାଶିଷଙ୍କୁ କାହିଁକି ପ୍ରଥମ ଗିରଫ ଦର୍ଶାଗଲା ତାହା ସମସ୍ତଙ୍କୁ ଚକିତ କରିଛି। ବନବିଭାଗକୁ ସୁରକ୍ଷା ଦେବା ପାଇଁ ଏହା ଏକ ସୁପରିକଳ୍ପିତ ଯୋଜନା ବୋଲି ପ୍ରାଣୀପ୍ରେମୀମାନେ ମତବ୍ୟକ୍ତ କରିଛନ୍ତି। ଗିରଫ ଫାଗୁଙ୍କ ନିକଟରେ ଅନ୍ୟ ଏକ ମହାବଳ ଓ କଲରାପତରିଆ ବାଘ ଚମଡ଼ା ସହ ୮ କେ.ଜି. ଓଜନର ହାତୀ ଦାନ୍ତ ରହିଥିବା ନେଇ ଡିଲ୍‌ ବେଳେ ଜଣାପଡ଼ିଥିଲା। ମହାବଳ ବାଘ ଶିକାରରେ ଅନ୍ୟ କେଉଁମାନେ ଜଡ଼ିତ ରହିଛନ୍ତି, ତା’ର ତଦନ୍ତ ପାଇଁ ପିସିସିଏଫ୍‌ର ଏକ ଟିମ୍‌ ଶିମିଳିପାଳକୁ ଯାଇ ତଦନ୍ତ ଜାରି ରଖିଛନ୍ତି। ତେବେ ଫାଗୁଙ୍କ ନିକଟରେ ଥିବା ଅନ୍ୟ ଚମଡ଼ା ଜବତ କରିବାରେ ବିଭାଗ ସଫଳ ହେଉଛି ନା ଅପାରଗତାକୁ ଢାଙ୍କିବା ପାଇଁ ପ୍ରୟାସ କରୁଛି ତାହା ଦେଖିବାକୁ ବାକି ରହିଲା। ଉଲ୍ଲେଖଯୋଗ୍ୟ, ଅଭିଯୁକ୍ତ ଫାଗୁ ହାଁସଦା ପୂର୍ବରୁ ମଧ୍ୟ ବନ୍ୟଜନ୍ତୁ ଶିକାର ଅଭିଯୋଗରେ ଗିରଫ ହୋଇଥିଲେ। ବର୍ଷକ ପୂର୍ବେ ହାତୀଦାନ୍ତ ବିକ୍ରି ବେଳେ ତାଙ୍କୁ ବନବିଭାଗ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ପରୀକ୍ଷା ଦେବାକୁ ଯାଇ ଯୁକ୍ତ ୨ ଛାତ୍ରୀ ନିଖୋଜ, ଜଣେ ଯୁବକ ଅପହରଣ କରିନେଇଥିବା ନେଇ…

ଗଜପତି,୧୦।୨ (ଗିରିଧାରୀ ପରିଛା)-ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଆଦର୍ଶ ଥାନା ସମ୍ମୁଖ ମାଧିକା ସାହିର ଜଣେ ଯୁକ୍ତ ଦୁଇ ଛାତ୍ରୀ ନିଖୋଜ ଥିବା ବେଳେ ତାଙ୍କୁ…

ବ୍ୟାଙ୍କ ଶାଖା କାର୍ଯ୍ୟାଳୟ ସ୍ଥାନାନ୍ତରକୁ ନେଇ ବିବାଦ ଘନେଇଲା,ତହସିଲଦାରଙ୍କୁ ସ୍ମାରକପତ୍ର 

ଦିଗପହଣ୍ଡି,୧୦। ୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମରେ ଥିବା ଇଣ୍ଡିଆନ୍ ଓଭରସିଜ ବ୍ୟାଙ୍କ ଶାଖା କାର୍ଯ୍ୟାଳୟ ସ୍ଥାନାନ୍ତରକୁ ନେଇ ଗ୍ରାମର ଦୁଇ…

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

୧୭ରେ ଗଞ୍ଜାମ ପୋଲିସ ଜିଲା ହାବିଲଦାର ଓ କନଷ୍ଟେବଲ ସଂଘ ନିର୍ବାଚନ: ନାମାଙ୍କନ କଲେ ୩୬ ପ୍ରାର୍ଥୀ…

ଛତ୍ରପୁର,୧୦ା୧୦ (ଦିଲୀପ ସାମଲ)-ଗଞ୍ଜାମ ପୋଲିସ ଜିଲା ହାବିଲଦାର ଓ କନଷ୍ଟେବଲ ସଂଘର କର୍ମକର୍ତ୍ତା ନିର୍ବାଚନ ଫେବୃଆରୀ ୧୭ ତାରିଖରେ ଅନୁଷ୍ଠିତ ହେବ। ସଂଘର ବିଭିନ୍ନ ପଦ ପଦବୀ…

ଶକ୍ତି ଉତ୍ତୋଳନରେ ରାୟଗଡ଼ା ଜିଲା କ୍ରୀଡ଼ାବିତ୍‌ଙ୍କ ବାଜିମାତ୍‌: ୩ଦିନରେ ୫ ସ୍ୱର୍ଣ୍ଣ, ୪ ରୌପ୍ୟ ଏବଂ ଗୋଟିଏ କାଂସ୍ୟ ପଦକ…

ରାୟଗଡ଼ା,୧୦।୨(ଆଶିଷ ରଞ୍ଜନ ପଣ୍ଡା)- ଓଡ଼ିଶା ଶକ୍ତି ଉତ୍ତୋଳନ ସଂଘ ପକ୍ଷରୁ ଭୁବନେଶ୍ୱର ସ୍ଥିତ ଉତ୍କଳ କରାଟେ ବିଦ୍ୟାଳୟଠାରେ ୬ରୁ ୮ ତାରିଖ ତିନିଦିନିଆ ୩୨ତମ ରାଜ୍ୟ ଶକ୍ତି…

ରାୟଗଡ଼ା କୋର୍ଟରେ ହାଜର ହେଲେ ମାଓବାଦୀ ନେତା ଆଜାଦ୍‌: ବନ୍ଧୁକ ମୁନରେ ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର…

ରାୟଗଡ଼ା,୧୦।୨(ଆଶିଷ ରଞ୍ଜନ ପଣ୍ଡା)-ନାବାଳିକାଙ୍କୁ ବଳାତ୍କାର ଓ ନିର୍ଯାତନା ଅଭିଯୋଗ ମାମଲାରେ ମାଓବାଦୀ ନେତା ଆଜାଦ୍‌ ଓରଫ୍‌ ଦୁନା କେଶବ ରାଓ ମଙ୍ଗଳବାର ରାୟଗଡ଼ା ପୋକ୍‌ସୋ କୋର୍ଟରେ ହାଜର…

ଯାଜପୁରରେ କୃମି ଔଷଧ ଖାଇ ୩୮ ଛାତ୍ରୀଛାତ୍ର ଅସୁସ୍ଥ

କଳିଙ୍ଗନଗର,୧୦।୨(ଶୁଭାଶିଷ ରାଉତ): ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଞ୍ଚାୟତର ଓଚିନ୍ଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜାତୀୟ କୃମି ନାଶକ ଦିବସ ଅବସରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri