ଆହତ ହେଲେ ଟାଇଗର!

ମୁମ୍ବାଇ: ବଲିଉଡ୍‌ର ଆକ୍ସନ ହିରୋ ଟାଇଗର ଶ୍ରଫ ଏବେ ତାଙ୍କ ଇନଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି । ଯାହାକୁ ଦେଖିବା ପରେ ତାଙ୍କ ପ୍ରଶଂସକମାନେ ଖୁସି ହେବା ପରିବର୍ତ୍ତେ ଦୁଃଖି ହୋଇଯାଇଛନ୍ତି । କାରଣ ଫଟୋରେ ଅଭିନେତାଙ୍କ ଆଖିତଳେ ଏକ କଳା ଦାଗ ଦେଖାଯାଉଛି । ଏହି କଳାଦାଗର କାରଣ ବି ସ୍ପଷ୍ଟ ହେଉଛି ଯେ କୌଣସି ଆଘାତ ଯୋଗୁ ଏଭଳି ହୋଇଛି । ତେବେ ମୁଭି ‘ଗଣପତ’ର ଶୁଟିଂ ସେଟ୍‌ରେ କୁଆଡେ ଟାଇଗର ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଟାଇଗର ଏବେ ଲଣ୍ଡନରେ ‘ଗଣପତ’ର ଶୁଟିଂରେ ବ୍ୟସ୍ତ ଅଛନ୍ତି । ଏହାକୁ ନେଇ ସେ ଅପଡେଟ୍ସ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ମାଧ୍ୟମରେ ପ୍ରଶଂସକଙ୍କୁ ଦେଉଛନ୍ତି । ଏବେ ସେ ଯେଉଁ ଫଟୋ ପୋଷ୍ଟ କରିଛନ୍ତି, ସେଥିରେ ସେ ଆହତ ହୋଇଥିବା ତାଙ୍କ କ୍ୟାପଶନରୁ ଜଣାପଡୁଛି । ହୁଏତ ଶୁଟିଂ ସମୟରେ ତାଙ୍କ ଆଖତଳେ କିଛି ଆଘାତ ହେବାରୁ ସେ ଆହତ ହୋଇଛନ୍ତି । ସୂଚନାଯୋଗ୍ୟ, ମୁଭି ‘ଗଣପତ’ ଆସନ୍ତା ବର୍ଷ ଡିସେମ୍ବରରେ ରିଲିଜ୍ ହେବାର ଯୋଜନା ରହିଛି ।

Share