ଗାଁରେ ପଶିଲା କଲରାପତରିଆ ବାଘ, ଲୋକେ ଆତଙ୍କିତ

ସୁନ୍ଦରଗଡ଼,୧ା୩(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଟିମନା ଗାଁରେ ଏକ କଲରାପତରିଆ ବାଘ ପଶିଆସିଛି । ଜଣଙ୍କ ବାଡ଼ି ପଟେ ପଶୁଥିବା ବେଳେ ଲୋକେ ଦେଖି ପାଟି କରିବା ପରେ ଗାଁ ଲୋକେ ତାକୁ ଘଉଡ଼ାଇ ଥିଲେ। ବାଘଟି ଦୌଡ଼ି ଯାଇ ନିକଟ ଜଙ୍ଗଲରେ ବର୍ତ୍ତମାନ ଲୁଚିଛି। ଘଟଣାସ୍ଥଳରେ ଗାଁ ଲୋକଙ୍କ ଭିଡ଼ ଲାଗି ରହିଥିବା ବେଳେ ବନ ବିଭାଗ କର୍ମଚାରୀମାନେ ପହଞ୍ଚି ତା’ର ଗତିବିଧିକୁ ଲକ୍ଷ୍ୟ କରିଛନ୍ତି।