ବାଛୁରୀକୁ ଖାଇଦେଲା ବାଘ! ଗାଁରେ ଖେଲିଗଲା ଆତଙ୍କ

ବରଗଡ଼,୩୦।୪(ପ୍ରେମାନନ୍ଦ ଖମାରୀ):ବରଗଡ ଜିଲା ଆମ୍ବାଭୋନା ବ୍ଲକ ଅଞ୍ଚଳରେ ବାଘ ଆତଙ୍କ ଖେଳିଯାଇଛି। ବୁଧବାର ବିଳମ୍ବିତ ରାତିରେ ଉକ୍ତ ବ୍ଲକ ଅନ୍ତର୍ଗତ କର୍ଲା ଗ୍ରାମର ଗୋପାଳ ଭୋଇଙ୍କ ଗୁହାଳରେ ଥିବା ଏକ ବାଛୁରୀକୁ ବାଘ ଖାଇ ଦେଇଥିବା ଚର୍ଚ୍ଚାର ବିଷୟ ହୋଇଛି। ବାରପାହାଡ ସ୍ଥିତ ଡେବ୍ରୀଗଡ ଅଭୟାରଣ୍ୟ ନିକଟରେ ଥିବା ଅମ୍ବାଭୋନା ବ୍ଳକର ବିଭିନ୍ନ ଅଞ୍ଚଳରେ ଏକ କଲରାପତରିଆ ବାଘ ଗତ କିଛିଦିନ ହେଲା ବୁଲାବୁଲି କରୁଥିବା ସ୍ଥାନୀୟ ଲୋକେ କହି ଆସୁଛନ୍ତି। ତେବେ ବାଛୁରୀକୁ ବାଘ ଖାଇଦେବା ପ୍ରଘଟ ହେବା ପରେ ଅଞ୍ଚଳବାସୀ ଆତଙ୍କିତ ହୋଇପଡିଛନ୍ତି । ବନ କର୍ମଚାରୀ ଗୋପାଳ ଭୋଇଙ୍କ ଗୁହାଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

 

Dharitri – Odisha’s No.1 Odia Daily

 

Share