ଟ୍ରାକିଂ କ୍ୟାମେରାରେ କଏଦ କଲରାପତରିଆ ବାଘ

ନୂଆପଡ଼ା ଅଫିସ,୨୫।୩: ନୂଆପଡ଼ା ଜିଲା କୋମନା ବ୍ଲକ ଅଧୀନ ସୁନାବେଡ଼ା ବନ୍ୟପ୍ରାଣୀ ଅଭୟାରଣ୍ୟ ଭିତରେ ଥିବା ଗାଁ ଓ ପାହାଡତଳି ଗାଁରେ ଗତ ୩ ସପ୍ତାହରୁ ଊର୍ଦ୍ଧ୍ୱ ହେବ ବାଘ ଆତଙ୍କ ଲାଗି ରହିଛି। ବାଘର ଫଟୋ ଟ୍ରାକ କରିବା ପାଇଁ ବନ ବିଭାଗ ପକ୍ଷରୁ ଟ୍ରାକିଂ କ୍ୟାମେରା ଲଗାଇ ଥିଲେ ମଧ୍ୟ ବାଘର ଫଟୋ ଟ୍ରାକ ହେଉ ନ ଥିଲା। ବନ ବିଭାଗ କେବଳ ବାଘର ପାଦ ଚିହ୍ନ ଠାବ କରିିଥିଲା। ହେଲେ ଶୁକ୍ରବାର ନୂଆପଡ଼ା ସଦର ବ୍ଲକ ମୁସରଙ୍ଗି ପ୍ରସ୍ତାବିତ ସଂରକ୍ଷଣ ଜଙ୍ଗଲରେ ଲାଗିଥିବା ଟ୍ରାକ କ୍ୟାମେରା ବାଘର ଫଟୋ କଏଦ ହୋଇଥିବା ସୂଚନା ମିଳିଛି।
ସୁନାବେଡା ଅଭୟାରଣ୍ୟ ସୋସେଙ୍ଗ ପଞ୍ଚାୟତ ଜଲମଡେଇ ଗ୍ରାମରେ ଜଣେ ମଣିଷ, ଦୁଇଟି ବାଛୁରି ଓ ଗୋଟିଏ କୁକୁର ଖାଇବା ପରେ ବନ ବିଭାଗ ୧୦ଟି ଟ୍ରାକିଂ କ୍ୟାମେରା ଲଗାଇ ବିଫଳ ହୋଇଛନ୍ତି। ଟ୍ରାକିଂ କ୍ୟାମେରାରେ ବାଘ ଟ୍ରାକ ହେଉ ନ ଥିବାରୁ କ୍ୟାମେରାର ସ୍ଥାନ ପରିବର୍ତ୍ତନ କରିଛନ୍ତି। ବାଘ ଗାଁ ଚାରି ପାଖରେ ବୁଲୁଛି। କ୍ୟାମେରାରେ ଫଟୋ ଟ୍ରାକ ନ ହେବାରୁ ବନପ୍ରାଣୀ ବିଭାଗ ନାକେଦମ ହୋଇ ଗଲେଣି। ବାଘ ଗାଁ ଚାରି ପାଖରେ ଗର୍ଜନ କରୁୁଥିବାରୁ ଲୋକେ ଆହୁରି ଭୟଭୀତ ଅଛନ୍ତି। କେବଳ ବନ ବିଭାଗ ଲୋକଙ୍କୁ ସଚେତନ କରୁଛି। ସେହିପରି ଅଭୟାରଣ୍ୟର ପାଦଦେଶରେ ଥିବା ମୁସରଙ୍ଗୀ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଆଜକୁ ପ୍ରାୟ ୩ ସପ୍ତାହ ହେବ ବାଘ ଆତଙ୍କ ଲାଗି ରହିଛି। ଗୁରୁବାର ଜଙ୍ଗଲରେ ଆଉ ଗୋଟିଏ ବାଛୁରି ମାରିଥିବା ଅଭିଯୋଗ ହୋଇଛି। ମୁସରଙ୍ଗୀ ସଂରକ୍ଷିତ ଅଞ୍ଚଳରେ ଥିବା ୧୦ରୁ ଊର୍ଦ୍ଧ୍ୱ ଗାଁ ଲୋକେ ଭୟଭୀତ ଅଛନ୍ତି। ସେମାନେ ବାଘୁଣୀ ସହିତ ଛୁଆ ମଧ୍ୟ ରହିଥିବା ଦେଖିଛନ୍ତି। ଜଲମଡେଇ ଗାଁରେ ୧୫ ଦିନରୁ ଊର୍ଦ୍ଧ୍ୱ ହେିବ ବନ୍ୟପ୍ରାଣୀ ବିଭାଗ ବାଘର ଟେର ପାଉ ନ ଥିବା ବେଳେ ନୂଆପଡା ସଦର ବ୍ଲକ ମୁସରଙ୍ଗି ସଂରକ୍ଷିତ ଜଙ୍ଗଲରେ ଲାଗିଥିବା ଟ୍ରାକିଂ କ୍ୟାମେରାରେ କଲରାପତରିଆ ବାଘର ଫଟୋ କଏଦ ହୋଇଥିବା ନୂଆପଡା ସଦର ରେଞ୍ଜର ବିନିତା ଭୋଇ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

କୁକୁର କାମୁଡ଼ା ଗାଈ କ୍ଷୀର ପିଇ ଗ୍ରାମବାସୀ ଆତଙ୍କିତ

ଉମରକୋଟ,୧୧।୪ (ସନ୍ତୋଷ ଶତପଥୀ): କୁକୁର କାମୁଡ଼ିଥିବା ଏକ ଗାଈ କ୍ଷୀର ପିଇବା ପରେ ଜଳାତଙ୍କ ରୋଗ ବ୍ୟାପିବା ଆଶଙ୍କାରେ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି। କୁକୁର କାମୁଡ଼ା ଗାଈର…

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍‌ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ…

ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ୧୦ଜୀବନ

କଟିହାର,୧୧ା୪: ବିହାରର କଟିହାର ଜିଲାରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସ୍‌, ଟ୍ରକ୍‌ ଏବଂ ପିକ୍‌ଅପ୍‌ ମଧ୍ୟରେ ଧକ୍କା ହୋଇ ୧୦ଜଣଙ୍କ ମୃତ୍ୟୁ ଘଟିଥିବା…

ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କୁ ହୃଦ୍‌ଘାତ: ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର କିମ୍ବଦନ୍ତୀ ଗାୟିକା ଆଶା ଭୋସଲେଙ୍କୁ ନେଇ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଶନିବାର ସାରେ ତାଙ୍କୁ ହୃଦଘାତ (Heart Attack)…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

ଅନ୍ତନେଇ ଗାଁରେ ଚାଲିଥିଲା ଜୁଆଖେଳ: ଅତର୍କିତ ଚଢ଼ାଉ କରି ୨ ଜୁଆଡ଼ିଙ୍କୁ ବାନ୍ଧିଲା ପୋଲିସ, ଖସିଗଲେ… ଜବତ ହେଲା…

ଦିଗପହଣ୍ଡି,୧୧।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଟିମ୍‌ ମହୁଡ଼ା ନିକଟ ଅନନ୍ତେଇ ଗ୍ରାମରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଅତର୍କିତ ଚଢ଼ାଉ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri