ଡେବ୍ରିଗଡ଼ ଅଭୟାରଣ୍ୟରେ ମହାବଳ

ସମ୍ବଲପୁର,୪।୧୨(ବ୍ୟୁରୋ):  ସମ୍ବଲପୁର ଡେବ୍ରିଗଡ଼ ଅଭୟାରଣ୍ୟରେ ମହାବଳ ବାଘ ଦେଖିବାକୁ ମିଳିଛି। ଗତ ୧ତାରିଖରେ ପର୍ଯ୍ୟଟକ ଓ ବନ ବିଭାଗ କର୍ମଚାରୀ କରିଥିବା ଭିଡିଓ ଏବେ ଭାଇରାଲ ହୋଇଛି। ହୀରାକୁଦ ବନ୍ୟପ୍ରାଣୀ ଡିଏଫ୍‌ଓ ଅଂଶୁପ୍ରଜ୍ଞା ଦାଶ ଅଭୟାରଣ୍ୟରେ ମହାବଳ ବାଘ ଥିବା ନେଇ ସ୍ପଷ୍ଟ କରିଛନ୍ତି। ଦୀର୍ଘ ୫ ବର୍ଷ ପରେ ମହାବଳ ପୁଣି ଦେଖାଦେଇଛି। ଏହାକୁ ନେଇ ବନ ବିଭାଗ ଉତ୍ସାହିତ ଥିବା ବେଳେ ପରିବେଶବିତ୍‌ମାନେ ମଧ୍ୟ ଖୁସି ଜାହିର କରିଛନ୍ତି। ଏ ସମ୍ପର୍କରେ ଡିଏଫଓ ଦାଶ ସୂଚନା ଦେଇ କହିଛନ୍ତି ଯେ, ଡିସେମ୍ବର ୧ତାରିଖରେ କେତେଜଣ ପର୍ଯ୍ୟଟକଙ୍କୁ ନେଇ ବନବିଭାଗର ସଫାରି ଗାଡ଼ି ଅଭୟାରଣ୍ୟରେ ଯାଉଥିଲା। ଅପରାହ୍ନ ପ୍ରାୟ ୫ଟା ସମୟରେ ଏହି ମହାବଳ ବାଘ ରାସ୍ତା ଉପରକୁ ଚାଲି ଆସିଥିଲା। କିଛି ସମୟ ରାସ୍ତା ଉପରେ ଚାଲି ଜଙ୍ଗଲ ଭିତରକୁ ଚାଲି ଯାଇଥିଲା। ପର୍ଯ୍ୟଟକମାନେ ଭିଡିଓରେ ମହାବଳର ଗତିବିଧିକୁ କଏଦ କରି ନେଇଥିଲେ।

ଘଟଣା ସମ୍ପର୍କରେ ବନ ବିଭାଗ ଉଚ୍ଚ ପଦସ୍ଥ ଅଧିକାରୀ ଯାଞ୍ଚ କରିବା ପରେ ଶନିବାର ଘଟଣା ସମ୍ପର୍କରେ ସ୍ପଷ୍ଟ କରିଛନ୍ତି। ମହାବଳର ପାଦଚିହ୍ନ ଓ ଖଞ୍ଜାଯାଇଥିବା ସିସିଟିଭିକୁ ମଧ୍ୟ ଯାଞ୍ଚ କରାଯାଇଥିଲା। ବାଘର ବୟସ ଜଣାପଡି ନ ଥିବା ବେଳେ ପ୍ରାପ୍ତ ବୟସର ଓ ଏହା ଅଣ୍ଡିରା ବାଘ ବୋଲି ଜଣାପଡ଼ିଥିବା ଦାଶ କହିଛନ୍ତି। ଏହି ବାଘ ପୂର୍ବରୁ ଅଭୟାରଣ୍ୟରେ ନ ଥିଲା। ତେଣୁ ପଡ଼ୋଶୀ ରାଜ୍ୟ କିମ୍ବା ରାଜ୍ୟର କୌଣସି ଅଭୟାରଣ୍ୟରୁ ଆସିଥିବା ସନ୍ଦେହ କରାଯାଉଛି।
ସୂଚନାଯୋଗ୍ୟ, ସାତକୋଶିଆ, ଶିମିଳିପାଳ ଭଳି ସମ୍ବଲପୁରରେ ରହିଛି ଡେବ୍ରିଗଡ଼ ଅଭୟାରଣ୍ୟ। ହୀରାକୁଦ ଜଳଭଣ୍ଡାର ପାର୍ଶ୍ୱରେ ରହିଛି ଘଞ୍ଚ ଜଙ୍ଗଲ। ଯାହାକି ବନ୍ୟ ପ୍ରାଣୀ ଓ ପକ୍ଷୀମାନଙ୍କ ରହିବା ପାଇଁ ଉପଯୁକ୍ତ ସ୍ଥାନ। ଏହାସହ ଡେବ୍ରିଗଡ଼ ଅଭୟାରଣ୍ୟ ପର୍ଯ୍ୟଟନସ୍ଥଳୀର ସ୍ବତନ୍ତ୍ର ମାନ୍ୟତା ପାଇଛି। ଓଟିଡିସି ପକ୍ଷରୁ ଏହା ପରିଚାଳନା କରାଯାଉଛି। ପର୍ଯ୍ୟଟକଙ୍କ ରହିବା ପାଇଁ ପ୍ରାକୃତିକ ପରିବେଶ ଭିତରେ କଟେଜଗୁଡିକ ନିର୍ମାଣ କରାଯାଇଛି। ଏହାସହ ସାଇକ୍ଲିଂ, ବୋଟିଂ, ଟ୍ରାକିଙ୍ଗ ଭଳି ସୁବିଧା ରହିଛି। ଏହି ପର୍ଯ୍ୟଟନସ୍ଥଳୀକୁ ବର୍ଷ ତମାମ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକ ଆସନ୍ତି। ଏପରି କି ବିଦେଶୀ ପର୍ଯ୍ୟଟକ ଆସିଥାନ୍ତି। ଶମ୍ବର, ହରିଣ, ମୟୂର, ଗଣ୍ଡା, ଗୟଳ, ବାର୍‌ହା, କୋକିଶିଆଳି, ହେଟାବାଘ, ହାତୀ ଭଳି ପ୍ରାୟ ୪୦ରୁ ଊର୍ଦ୍ଧ୍ୱ ବନ୍ୟପ୍ରାଣୀ ଦେଖିବାକୁ ମିଳିଥାଏ। ୫ ବର୍ଷ ପୂର୍ବରୁ ଏଠାରେ ଏକ ମହାବଳ ବାଘ ଦେଖିବାକୁ ମିଳିଥିଲା। ବାର୍‌ହା ଶିକାର କରିବା ପାଇଁ ଶିକାରୀମାନେ ବିଛାଇଥିବା ବିସ୍ଫୋରକ ଦ୍ୱାରା ମୁହଁରେ ଆଘାତ ଲାଗି ମହାବଳର ମୃତ୍ୟୁ ଘଟିଥିଲା। ଯାହାକୁ ନେଇ ଅଭୟାରଣ୍ୟ ମହାବଳ ବାଘଶୂନ୍ୟ ହୋଇଯାଇଥିଲା। ପୁଣି ମହାବଳ ବାଘ ଦେଖା ଦେବା ପରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଡେବ୍ରିଗଡ଼ ଅଭୟାରଣ୍ୟରେ ବନ ବିଭାଗ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବା ପାଇଁ ସୁଯୋଗ ସୃଷ୍ଟି କରିଛି। ୪ଟି ଗ୍ରାମବାସୀଙ୍କୁ ନେଇ କମିଟି ଗଠନ କରାଯାଇଛି। ସ୍ଥାନୀୟ ଅଞ୍ଚଳବାସୀଙ୍କୁ ସଫାରି ଗାଡ଼ି ଚଳାଇବା, ଟିକେଟ କାଉଣ୍ଟରରେ କାମ କରିବା ଓ ଗାଇଡ ଭାବେ ମଧ୍ୟ ନିଯୁକ୍ତି କରାଯାଇଛି। ସ୍ଥାନୀୟ ଏସ୍‌ଏଚ୍‌ଜି ମହିଳାମାନେ ହସ୍ତତନ୍ତ, ହସ୍ତଶିଳ୍ପ ତିଆରି ସାମଗ୍ରୀଗୁଡ଼ିକ ବିକ୍ରୀ କରୁଛନ୍ତି। ଯାହାକି ପର୍ଯ୍ୟଟକଙ୍କ ମନ ମୋହୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଭୁବନେଶ୍ୱରରେ ରକ୍ତରଞ୍ଜିତ ହେଲା ଭୋଜି: ସାମାନ୍ୟ ଯୁକ୍ତିତର୍କରୁ ବୁଲିଲା ଖଣ୍ଡା, ୨ ଗୁରୁତର

ଭୁବନେଶ୍ୱର,୨୮ା୧୨: ରାଜଧାନୀରେ ପୁଣି ଥରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଶନିବାର ବିଳମ୍ବିତ ରାତିରେ ଖାରବେଳ ନଗର ଥାନା ଅନ୍ତର୍ଗତ ବିଗ୍ ବଜାର ନିକଟରେ ସାମାନ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri