Categories: ଫୁରସତ

ଶୁନ୍‌ଶାନ୍‌ ଜଙ୍ଗଲରେ ବାଘକୁ ଦେଖି ଦୁଇ ଗୋଡ ଟେକି ଛିଡ଼ା ହେଲା ଭାଲୁ; ପରେ ଯାହା ହେଲା ଦେଖିଲେ…

ଯେତେବେଳେ ମଣିଷ ଆଉ ପଶୁ ମୁହାଁମୁହିଁ ହୋଇଥାନ୍ତି ସେତେବେଳେ କ’ଣ ପରିଣାମ ହେବ ତାହା ସହଜେ ଅନୁମେୟ। ହେଲେ ଯେତେବେଳେ ଦୁଇଟି ପଶୁ ମୁହାଁମୁହିଁ ହୋଇଥାନ୍ତି, ତେବେ ସ୍ଥିତି କ’ଣ ହେବ ତାର କଳ୍ପନା କରିବା ଅସମ୍ଭବ। ସୋସିଆଲ ମିଡିଆରେ ଏବେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ବାଘ ସହ ଭାଲୁ ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଛି। ପରେ ଯାହା ହେଉଛି ତାହା ଆପଣ ବିଶ୍ୱାସ କରିପାରିବେ ନାହିଁ।

ଭାଇରାଲ ଭିଡିଓଟିକୁ ଇଣ୍ଡିଆନ୍‌ ଫରେଷ୍ଟ ସର୍ଭିସ(ଆଇଏଫ୍‌ଏସ୍‌) ଅଧିକାରୀ ସନ୍ଦୀପ ତ୍ରିପାଠୀ ଶେୟାର କରିଛନ୍ତି। ଭିଡିଓରେ ଶୁନଶାନ ଜଙ୍ଗଲରେ ଏକ ବାଘକୁ ଦେଖିବାକୁ ମିଳୁଛି। କିଛି ସମୟ ପରେ ତା ପଛେ ପଛେ ଏକ ଭାଲୁ ଆସୁଛି। ବାଘ ତାହା ଜାଣିପାରୁଛି। ଯେମିତି ବାଘ ପଛକୁ ଚାହିଁଛି ଭାଲୁକୁ ଦେଖି ଡରି ଯାଉଛି। ସେଠାରେ ସେ ଛିଡ଼ା ହୋଇ ରହୁଛି। ଅପରପକ୍ଷେ ବାଘକୁ ଦେଖି ଭାଲୁ ଦୁଇ ଗୋଡ ଟେକି ଛିଡ଼ା ହୋଇଯାଉଛି। ମାତ୍ର ବାଘ କିଛି ପ୍ରତିକ୍ରିୟା ନ ଦେଇ ଚୁପ୍‌ଚାପ ବସିଯାଉଛି। ଭାଲୁ ଏଣେତେଣେ ଦେଖିବାକୁ ଲାଗୁଛି। ସେତିକିବେଳେ ତାର ନଜର ଭିଡିଓ କରୁଥିବା କିଛି ଲୋକଙ୍କ ଉପରେ ପଡୁଛି। ମଣିଷମାନଙ୍କୁ ଦେଖି ଭାଲୁ କିଛି ନ କରି ସେଠାରୁ ଚାଲିଯାଉଛି।

ଭିଡିଓଟି ଏବେ ବେଶ୍‌ ଭାଇରାଲ ହେଉଥିବା ବେଳେ ହଜାର ହଜାର ସଂଖ୍ୟାରେ ଲୋକ ଏହାକୁ ଦେଖିସାରିଛନ୍ତି। ଅନେକ ଲୋକ ଏଥିରେ କମେଣ୍ଟ କରୁଛନ୍ତି। କିଛି ଜଙ୍ଗଲରେ ସାବଧାନ ରହିବା ଆବଶ୍ୟକ ବୋଲି କହୁଥିବା ବେଳେ କିଛି ‘ଆଜି ନୁହେଁ, ଆଉ କେବେ’ ବୋଲି କହିଛନ୍ତି।

ଦେଖନ୍ତୁ ଭିଡିଓ:

Share