ବଜେଟ୍‌ ଛୁଇଁ ପାରିବନି ‘ଟାଇଗର-୩’

ମୁମ୍ବାଇ: ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଟାଇଗର-୩’ ଦୀପାବଳି ଅବସରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିସାରିଛି। ଫିଲ୍ମଟି ଏବେ ବି ହଲ୍‌ରେ ଚାଲିଛି କିନ୍ତୁ ୧୪ ଦିନ ପର୍ଯ୍ୟନ୍ତ ଏହାର ସଂଗ୍ରହରେ ଏକ ବିରାଟ ହ୍ରାସ ଦେଖିବାକୁ ମିଳିଛି। ଏହି ଫିଲ୍ମ ଭାରତରେ ମାତ୍ର ୨୬୫..୫୪ କୋଟି ଟଙ୍କା ସଂଗ୍ରହ କରିଛି। ଯାହା ବଜେଟ୍‌ଠାରୁ କମ୍‌ ଅଟେ। ‘ଟାଇଗର-୩’ର ବଜେଟ୍‌ ହେଉଛି ୩୦୦ କୋଟି ଟଙ୍କା।

ଫିଲ୍ମ ବର୍ତ୍ତମାନ ଯେଉଁ ହାରରେ ବ୍ୟବସାୟ କରୁଛି ଏହା ବଜେଟ୍‌କୁ ଛୁଇଁ ପାରିବନି ବୋଲି ଆକଳନ କରାଯାଇଛି। କହିବାକୁ ଗଲେ ଫିଲ୍ମଟି ବକ୍ସ ଅଫିସରେ ଖରାପ ସ୍ଥିତିରେ ଅଛି।

Share