Categories: ଫୁରସତ

ଆଖିରେ ପଟି ବାନ୍ଧି ଫୁଟବଲ୍‌ ଖେଳ

ସାରା ପୃଥିବୀରେ ଫୁଟବଲ୍‌ ଏକ ଲୋକପ୍ରିୟ ଖେଳ। ଏହାର ଫ୍ୟାନ୍‌ ସବୁଠି ଅଛନ୍ତି। ଏମିତିକି ଏହି ଖେଳପ୍ରତି ଭଲ ପାଇବା ଦିନକୁ ଦିନ ବଢିବାରେ ବି ଲାଗିଛି। ତେଣୁ ଦୃଷ୍ଟିହୀନମାନେ ବି ଏହି ଖେଳ ଖେଳିବାକୁ ଆଗେଇ ଆସିଛନ୍ତି। ଫଳରେ ବ୍ଲାଇଣ୍ଡ ଫୁଟବଲ୍‌ ମ୍ୟାଚ୍‌ର ଆୟୋଜନ ବି ହେଉଛି। ଏଥିରେ ଦୃଷ୍ଟିବାଧିତ ଅବା ଆଂଶିକ ଦୃଷ୍ଟି ବାଧିତ ଖେଳାଳୀମାନେ ଖେଳିଥାନ୍ତି। ଏଥିରେ ସବୁ ଖେଳାଳୀଙ୍କ ଆଖିରେ କପଡା ବନ୍ଧା ଯାଇ ମ୍ୟାଚ୍‌ ଖେଳାଯାଏ। ଏହି ମ୍ୟାଚ୍‌ରେ ବ୍ୟବହାର କରାଯାଉଥିବା ବଲ୍‌ଟି ବି ସ୍ବତନ୍ତ୍ର। ଏହି ବଲ୍‌ ଭିତରେ ଏମିତି କିଛି ସାମଗ୍ରୀ ଥାଏ ଯାହା ଦ୍ୱାରା ବଲ୍‌ ଗଡିବା ସମୟରେ ଝଣ ଝଣ ଶବ୍ଦ ହୋଇଥାଏ। ଏହି ଶବ୍ଦକୁ ଶୁଣି ଖେଳାଳୀଙ୍କୁ ବଲ୍‌କୁ ଅନୁସରଣ କରି ଖେଳିବାକୁ ହୁଏ। କେବଳ ଗୋଲ୍‌ କିପର୍‌ଙ୍କୁ ଛାଡି ଏଥିରେ ସମସ୍ତଙ୍କ ଆଖିରେ ପଟି ବନ୍ଧା ଯାଇଥାଏ। ଏହି ଖେଳର ନିୟମ ଫୁଟବଲ୍‌ର ନିୟମ ସହ ସମାନ ହୋଇଥାଏ। ବ୍ଲାଇଣ୍ଡ ଫୁଟବଲ୍‌ର ଓ୍ବାର୍ଲଡ ଚାମ୍ପିୟନଶିପ୍‌ ମଧ୍ୟ ହେଉଛି। ଏହି ଖେଳ ଦେଖିବାକୁ ବେଶ୍‌ ରୋମାଞ୍ଚକର ହୋଇଥାଏ। ତେଣୁ ଏହାର ଲୋକପ୍ରିୟତା ବଢିବାରେ ଲାଗିଛି।

Share