Posted inUncategorized

ଟିକେଟ ବିକ୍ରି ଆଜିଠାରୁ

ଭୁବନେଶ୍ୱର, ୧୯।୧୨(କ୍ରୀଡ଼ା ପ୍ରତିନିଧି):ଭୁବନେଶ୍ୱର ଓ ରାଉରକେଲାରେ ୨୦୨୩ ଜାନୁୟାରୀ ୧୩ରୁ ଆରମ୍ଭ ହେବାକୁ ଯାଉଥିବା ହକି ବିଶ୍ୱକପ୍‌ ପାଇଁ ଉତ୍ସାହ କ୍ରମେ ବଢ଼ିବାରେ ଲାଗିଛି। ଅନ୍‌ଲାଇନ୍‌ ଟିକେଟ ପ୍ରତି ଦର୍ଶକ ଅହେତୁକ ଆଗ୍ରହ ଦେଖାଇଥିବାବେଳେ ବକ୍ସ ଅଫିସ ଟିକେଟ ବିକ୍ରି ସୋମବାରଠାରୁ ଆରମ୍ଭ ହେବାକୁ ଯାଉଛି। ଜାନୁୟାରୀ ୨୯ ପର୍ଯ୍ୟନ୍ତ ହେବାକୁ ଯାଉଥିବା ଏହି ମେଗା ପ୍ରତିଯୋଗିତାରେ ବିଶ୍ୱର ଶ୍ରେଷ୍ଠ ୧୬ଟି ଦଳ ଅଂଶଗ୍ରହଣ କରିବେ। ଓଡ଼ିଶାର ୨ଟି ଭେନ୍ୟୁରେ ମୋଟ ୪୪ଟି ମ୍ୟାଚ ଅନୁଷ୍ଠିତ ହେବ। ଭାରତୀୟ ହକିର ନୂଆ ଆକର୍ଷଣ ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମର ଦର୍ଶକ କ୍ଷମତା ୨୦,୦୦୦ରୁ ଅଧିକ ରହିଥିବାବେଳେ ଆଇକନିକ୍‌ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମର ଦର୍ଶକ କ୍ଷମତା ୧୫,୦୦୦ରୁ ଊର୍ଦ୍ଧ୍ୱ।

ରାଉରକେଲାରେ ୨୦ଟି ମ୍ୟାଚ ଅନୁଷ୍ଠିତ ହେବ। ଭୁବନେଶ୍ୱରରେ କ୍ରସ୍‌ ଓଭର୍ସ, କ୍ୱାର୍ଟର ଫାଇନାଲ, ସେମିଫାଇନାଲ ଓ ମେଗା ଫାଇନାଲକୁ ମିଶାଇ ମୋଟ ୨୪ଟି ମ୍ୟାଚ ଖେଳାଯିବ। ଭୁବନେଶ୍ୱରରେ କଳିଙ୍ଗ ହକି ଷ୍ଟାଡିୟମର ୮ ନମ୍ବର ଗେଟ୍‌ସ୍ଥିତ ରିଜର୍ଭ ପୋଲିସ ଲାଇନ୍‌ ଗ୍ରାଉଣ୍ଡ ଏବଂ ରାଉରକେଲାରେ ବିର୍ସାମୁଣ୍ଡା ହକି ଷ୍ଟାଡିୟମର ୬ ନମ୍ବର ଗେଟ୍‌ (ଇଷ୍ଟ ଓ ସାଉଥ୍‌ ଷ୍ଟାଣ୍ଡ) ଏବଂ ୨ ନମ୍ବର ଗେଟ୍‌ (ନର୍ଥ ଓ ଓ୍ବେଷ୍ଟ ଷ୍ଟାଣ୍ଡ) ନିକଟରେ ବକ୍ସ ଅଫିସ ଉପଲବ୍ଧ ହେବ। ବକ୍ସ ଅଫିସଗୁଡ଼ିକ ପୂର୍ବାହ୍ନ ୧୧ଟାରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହିବ। ଦର୍ଶକମାନେ ଏଠାରେ ଟିକେଟ କିଣିବା ସହିତ ଅନ୍‌ଲାଇନ୍‌ ଟିକେଟ ରିଡେମ୍ପଶନ କରିପାରିବେ।
”ଭୁବନେଶ୍ୱର ଓ ରାଉରକେଲାରେ ହେବାକୁଥିବା ଏଫ୍‌ଆଇଏଚ୍‌ ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌କୁ ଆମେ ପୁଣିଥରେ ଦର୍ଶକଙ୍କୁ ସ୍ବାଗତ କରୁଛୁ। ବିଶ୍ୱର ଶ୍ରେଷ୍ଠ ଦଳର ଆକ୍ସନ ଏହି ଟୁର୍ନାମେଣ୍ଟରେ ଦେଖିବାକୁ ମିଳିବ। ତେଣୁ ଦର୍ଶକମାନେ ବହୁସଂଖ୍ୟାରେ ଷ୍ଟାଡିୟମ ଆସି ସେମାନଙ୍କ ପ୍ରିୟ ଖେଳାଳିଙ୍କ ଖେଳ ଉପଭୋଗ କରିବାକୁ ମୁଁ ଆମନ୍ତ୍ରଣ କରୁଛି। ଆମେ ଭୁବନେଶ୍ୱରରେ ୨୦୧୮ ବିଶ୍ୱକପ୍‌ ସମେତ ହକିର ଅନେକ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟ ଆୟୋଜନ କରିସାରିଛୁ। ଏବେ ହକି ଆକ୍ସନ ରାଉରକେଲାରେ ନବନିର୍ମିତ ବିର୍ସାମୁଣ୍ଡା ହକି ଷ୍ଟାଡିୟମ ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇଛି। ଉଭୟ ଷ୍ଟାଡିୟମରେ ଦର୍ଶକ ଭରପୂର ସଂଖ୍ୟାରେ ଉପସ୍ଥିତ ରହି ହକି ପ୍ରତି ସେମାନଙ୍କ ଭଲପାଇବାକୁ ପ୍ରଦର୍ଶନ କରିବା ଆଶା ରହିଛି“ ବୋଲି ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ ପ୍ରକାଶ କରିଛନ୍ତି। ଆୟୋଜକ ଭାରତ ବ୍ୟତୀତ ପ୍ରତିଯୋଗିତାରେ ଭାଗନେବାକୁ ଯାଉଥିବା ଅନ୍ୟ ୧୫ଟି ଦଳ ହେଲେ ଅଷ୍ଟ୍ରେଲିଆ, ବେଲ୍‌ଜିୟମ, ନେଦରଲାଣ୍ଡ୍ସ, ଆର୍ଜେଣ୍ଟିନା, ଜର୍ମାନୀ, ନ୍ୟୁଜିଲାଣ୍ଡ, ଇଂଲଣ୍ଡ, ଫ୍ରାନ୍ସ, କୋରିଆ, ମାଲେସିଆ, ସ୍ପେନ୍‌, ଦକ୍ଷିଣ ଆଫ୍ରିକା, ଜାପାନ, ଚିଲି ଓ ଓ୍ବେଲ୍ସ। ଭାରତ ଗ୍ରୁପ୍‌ ‘ଡି’ରେ ସ୍ପେନ୍‌, ଇଂଲଣ୍ଡ ଓ ଓ୍ବେଲ୍ସ ସହିତ ସ୍ଥାନ ପାଇଛି। ରାଉରକେଲାରେ ଜାନୁୟାରୀ ୧୩ରେ ସ୍ପେନ୍‌ ବିପକ୍ଷରେ ମ୍ୟାଚ ଖେଳି ଭାରତ ଏହାର ଅଭିଯାନ ଆରମ୍ଭ କରିବ। ଏହାପରେ ୧୫ରେ ଇଂଲଣ୍ଡ ଏବଂ ୧୯ରେ ଓ୍ବେଲ୍ସ ବିପକ୍ଷରେ ମୁକାବିଲା କରିବ। ଭାରତର ଗ୍ରୁପ୍‌ ପର୍ଯ୍ୟାୟ ମ୍ୟାଚ୍‌ଗୁଡ଼ିକ ରାତି ୭ଟାରେ ଆରମ୍ଭ ହେବ।
ଟିକେଟ ମୂଲ୍ୟ
ଭାରତ ସମ୍ପୃକ୍ତ ଥିବା ମ୍ୟାଚ୍‌: ଓ୍ବେଷ୍ଟ ଷ୍ଟାଣ୍ଡ ୫୦୦, ଇଷ୍ଟ ଷ୍ଟାଣ୍ଡ ୪୦୦, ନର୍ଥ ଓ ସାଉଥ୍‌ ଷ୍ଟାଣ୍ଡ ୨୦୦ ଟଙ୍କା। ଭାରତ ସମ୍ପୃକ୍ତ ନ ଥିବା ମ୍ୟାଚ୍‌: ଓ୍ବେଷ୍ଟ ଷ୍ଟାଣ୍ଡ ୫୦୦, ଇଷ୍ଟ ଷ୍ଟାଣ୍ଡ ୨୦୦, ନର୍ଥ ଓ ସାଉଥ୍‌ ଷ୍ଟାଣ୍ଡ ୧୦୦ ଟଙ୍କା। ଭୁବନେଶ୍ୱରରେ କ୍ୱାଲିଫାୟର୍ସଠାରୁ ଆରମ୍ଭ କରି ଫାଇନାଲ ପର୍ଯ୍ୟନ୍ତ ଓ୍ବେଷ୍ଟ ଷ୍ଟାଣ୍ଡ ୫୦୦, ଇଷ୍ଟ ଷ୍ଟାଣ୍ଡ ୪୦୦, ନର୍ଥ ଓ ସାଉଥ୍‌ ଷ୍ଟାଣ୍ଡ ୨୦୦ ଟଙ୍କା। ରାଉରକେଲାରେ ୯ରୁ ୧୬ ପର୍ଯ୍ୟନ୍ତ ପୋଜିଶନିଂ ମ୍ୟାଚ୍‌ ପାଇଁ ଓ୍ବେଷ୍ଟ ଷ୍ଟାଣ୍ଡ ୫୦୦, ଇଷ୍ଟ ଷ୍ଟାଣ୍ଡ ୨୦୦, ନର୍ଥ ଓ ସାଉଥ୍‌ ଷ୍ଟାଣ୍ଡ ୧୦୦ ଟଙ୍କା। ଟିକେଟ୍‌ କିଣିଥିବା ଦର୍ଶକ ସମ୍ପୃକ୍ତ ଭେନ୍ୟୁରେ ପୂରା ଦିନର ମ୍ୟାଚ୍‌ ଉପଭୋଗ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରେ ନବମ ଛାତ୍ରୀକୁ ଗଣବଳାତ୍କାର: ଭିଡିଓ ଭାଇରାଲ୍, ୫ ନାବାଳକ ଅଟକ

ବଲାଙ୍ଗୀର,୩।୨: ବଲାଙ୍ଗୀର ଜିଲାରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ତୁରେକେଲା ଥାନା ଅଞ୍ଚଳର ଏକ ସ୍କୁଲରେ ଜଣେ ନବମ ଶ୍ରେଣୀର ନାବାଳିକା ଛାତ୍ରୀଙ୍କୁ ଗଣବଳାତ୍କାର କରାଯାଇଥିବା…

ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିର ପ୍ରଭାବ: ୮ ବର୍ଷ ମଧ୍ୟରେ ଟଙ୍କା ମୂଲ୍ୟରେ ସବୁଠାରୁ ବଡ଼ ସୁଧାର

ନୂଆଦିଲ୍ଲୀ,୩।୨: ଭାରତ ଏବଂ ଆମେରିକା ମଧ୍ୟରେ ଐତିହାସିକ ବାଣିଜ୍ୟ ଚୁକ୍ତି ଭାରତୀୟ ମୁଦ୍ରା ‘ଟଙ୍କା’ ପାଇଁ ସଞ୍ଜୀବନୀ ସଦୃଶ ହୋଇଛି। ମଙ୍ଗଳବାର ବଜାର ବନ୍ଦ ହେବା ବେଳକୁ…

ପ୍ରଧାନମନ୍ତ୍ରୀ ଦେଶକୁ ବିକ୍ରି କରିଦେଇଛନ୍ତି: ରାହୁଲ ଗାନ୍ଧୀଙ୍କ ବିସ୍ଫୋରକ ଅଭିଯୋଗ

ନୂଆଦିଲ୍ଲୀ,୩।୨: ଆମେରିକା ସହ ହୋଇଥିବା ବାଣିଜ୍ୟ ଚୁକ୍ତିକୁ ନେଇ ସବୁଆଡେ ଚର୍ଚ୍ଚା ଲାଗି ରହିଛି। ଏହାରି ମଧ୍ୟରେ ବିରୋଧୀ ଦଳ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ…

ରୁଷିଆରୁ ଆଉ ତେଲ କିଣିବନି ଭାରତ: ବଢିବ କି ପେଟ୍ରୋଲ- ଡିଜେଲ ଦାମ୍‌? ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୩।୨: ଭାରତ ଏବଂ ଆମେରିକା ମଧ୍ୟରେ ସୋମବାର ଏକ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଏହି ସଦ୍ୟତମ ଚୁକ୍ତି ଅନୁଯାୟୀ, ଭାରତ ଏବେ ରୁଷିଆ ବଦଳରେ ଆମେରିକାରୁ ତେଲ…

ବଡ଼ କାର୍ଯ୍ୟାନୁଷ୍ଠାନ ନେଲେ ବାଚସ୍ପତି: ୮ ଏମ୍‌ପିଙ୍କୁ ସଂସଦରୁ କଲେ ନିଲମ୍ବନ , ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୩।୨: ଲୋକସଭା କାର୍ଯ୍ୟକାଳ ମଧ୍ୟରେ ମଙ୍ଗଳବାର ଏକ ବଡ଼ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। କିଛି ବିରୋଧୀ ଏମ୍‌ପି ଦୁଇଥର ବାଚସ୍ପତିଙ୍କ ଚୌକି ଆଡ଼କୁ କାଗଜ ଫିଙ୍ଗିଥିଲେ। ଏହି…

ତୃତୀୟ ଶ୍ରେଣୀ ଛାତ୍ରଙ୍କୁ ମାଡ଼ ଘଟଣା: ଆଶ୍ୱାସନା ଦେଲେ ଅଧିକାରୀ

ଦାରିଙ୍ଗବାଡି, ୩।୨ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ପାଦ୍ରୀପିଓ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟରେ ଗଣିତ ଖାତା ଆଣି ନ ଥିବାରୁ ତୃତୀୟ…

ଟି-୨୦ରେ କମାଲ କଲେ ବାବର ଆଜମ: ଭାଙ୍ଗିଲେ କୋହଲିଙ୍କ ସର୍ବକାଳୀନ ରେକର୍ଡ

ଲାହୋର,୩।୨: ପାକିସ୍ତାନର ଷ୍ଟାର ବ୍ୟାଟ୍ସମ୍ୟାନ ବାବର ଆଜମ ଅନ୍ତର୍ଜାତୀୟ ଟି୨୦ କ୍ରିକେଟରେ ଇତିହାସ ସୃଷ୍ଟି କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ସେ ଭାରତୀୟ କିମ୍ବଦନ୍ତୀ…

ୟୁଜିସି ବିଲ୍‌କୁ ବିରୋଧ, ଜିଲାପାଳଙ୍କୁ ଦାବିପତ୍ର ଦେଲେ…

ବଲାଙ୍ଗୀର,୩ା୨ (ସୁନିଲ କୁମାର ମହାନ୍ତି): ୟୁଜିସି ବିଲ୍‌କୁ ନେଇ ବିରୋଧ ତୀବ୍ର ହେବାରେ ଲାଗିଛି । ଏହି ବିଲ୍‌କୁ ଶୀଘ୍ର ପ୍ରତ୍ୟାହାର କରିବା ପାଇଁ ବଲାଙ୍ଗୀର ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri