Odisha Elections 2024

ବାହାନଗା ରେଳଷ୍ଟେଶନରେ ଖୋଲିଲା ଟିକେଟ କାଉଣ୍ଟର

ବାହାନଗା,୨୯।୬(ଅରୂପ କୁମାର ଦାସ)ମଙ୍ଗଳବାରଠାରୁ ସ୍ବାଭାବିକ ହୋଇଛି ବାହାନଗା ରେଳଷ୍ଟେଶନ। ବୁଧବାର ଷ୍ଟେଶନରେ ଟିକେଟ କାଉଣ୍ଟର ଖୋଲାଯାଇଛି ା ତେବେ ଦ୍ୱିତୀୟ ଦିନରେ ୨ଟି ଟ୍ରେନ୍‌ ବାଲେଶ୍ୱର-ଭୁବନେଶ୍ୱର ଅଫ୍‌ ଟ୍ରେନ୍‌ ସକାଳେ ଯାଇଥିବା ବେଳେ ଦିନରେ ଖଡଗପୁର-ଭଦ୍ରକ ପାସେଞ୍ଜର ଯାଇଥିବା ବାହାନଗା ଷ୍ଟେଶନମାଷ୍ଟର ଏସ.କେ. ପଟ୍ଟନାୟକ ସୂଚନା ଦେଇଛନ୍ତି।
ଦୀର୍ଘ ଦିନ ପରେ ବାହାନଗା -ଗୋପାଳପୁର ମୁଖ୍ୟ ରାସ୍ତାରେ ଥିବା ରେଳ ଫାଟକ ଓ ରାସ୍ତାକାମ ହେଉଥିବାରୁ ତାହା ସର୍ବସାଧାରଣଙ୍କ ନିମନ୍ତେ ବନ୍ଦ କରାଯାଇଥିଲା। ଲୋକମାନେ ବାହାନଗା ବ୍ଲକକୁ ଓ ଜାତୀୟ ରାଜପଥ ପର୍ଯ୍ୟନ୍ତ ଯାତାୟାତ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ା ମଙ୍ଗଳବାର ୨ ଘଣ୍ଟା ନିମନ୍ତେ ମୁଖ୍ୟ ରାସ୍ତାକୁ ସର୍ବସାଧାରଣଙ୍କ ନିମନ୍ତେ ଛଡାଯାଇଥିବା ବେଳେ ପରେ ତାହା ସିଲ୍‌ କରିଦିଆଯାଇଥିଲା। କେବଳ ପାଦଚଲା ଓ ସାଇକେଲ ଚାଳକଙ୍କୁ ଫାଟକ ରାସ୍ତାରେ ଯାତାୟାତ ନିମନ୍ତେ ଅନୁମତି ଦିଆଯାଇଛି ା ମାତ୍ର ଗୋପାଳପୁର ଦିଗରୁ ଆସିଲେ ଷ୍ଟେଶନକୁ ଯିବା ନିମନ୍ତେ ରେଲୱେ ବାଇପାସ ରାସ୍ତାରେ ଯିବା ପାଇଁ ଛଡାଯାଉଛି। ତେବେ ବାହାନଗା ବଜାର ଓ ବ୍ଲକକୁ ଯିବା ପାଇଁ ଲୋକମାନେ ବର୍ଷାରେ ହଇରାଣ ହେଉଛନ୍ତି ା ତେବେ ଷ୍ଟେଶନରେ ଟ୍ରେନ୍‌ ରହଣି ଓ ସମସ୍ତ ପାସେଞ୍ଜର ସ୍ବାଭାବିକ ଭାବେ ଚଳାଚଳା କରିବା ନିମନ୍ତେ ଆହୁରି ମାସେ ଲାଗିବ ବୋଲି ଖଡଗପୁର ଏସ୍‌ଇଆର ସିପିଆରଓଙ୍କଠାରୁ ଜଣାପଡିଛି ା ରେଳଲାଇନ୍‌ କାମ ସରିବା ସହିତ ପରୀକ୍ଷାମୂଳକ ଭାବେ ଧୀରେ ଧୀରେ ଗୋଟିଏ ଗୋଟିଏ ଟ୍ରେନ୍‌ ଚାଲୁ କରାଯାଉଥିବା ଜଣାପଡିଛି। ମାତ୍ର କେଉଁ ପାସେଞ୍ଜର ଟ୍ରେନ କେତେବେଳେ ବାହାନଗା ଷ୍ଟେଶନରେ ରହିବ ତାହା କେବଳ ସକାଳେ ମେସେଜ ଆସିଲେ ଜାଣିପାରିବୁ ବୋଲି ଷ୍ଟେଶନମାଷ୍ଟର ପଟ୍ଟନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କ ସହ ଜାଳେଣି କାଠ ପାଇଁ ଜଙ୍ଗଲକୁ ଯାଇଥିବା ବେଳେ ସ୍ତ୍ରୀ ମୃତ, ହତ୍ୟା ଅଭିଯୋଗ ଆଣିଲେ ମହିଳାଙ୍କ ଭାଇ

ଥୁଆମୂଳରାମପୁର,୧୮ା୫(ଦୁର୍ଗା କୀର୍ତ୍ତି): ଦିନକୁଦିନ ଯୌତୁକ ନିର୍ଯାତନା ଓ ହତ୍ୟା ଘଟଣା ବୃଦ୍ଧି ପାଉଥିବା ବେଳେ କିଛି ଅଞ୍ଚଳରୁ ହୃଦୟ ବିଦାରକ ଭଳି ଘଟଣା ସାମ୍ନାକୁ ଆସୁଛି...

ବିଜେଡି ନେତାଙ୍କ ବିରୋଧରେ ମାମଲା ରୁଜୁ

କେନ୍ଦୁଝର,୧୮ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ଭାଜପାରେ ଯୋଗଦେଇ ଥିବା ବିଜେଡି ନେତା ପୁଣି ବିଜେଡିକୁ ଫେରିବା ଘଟଣାକୁ ନେଇ ରାଜନୀତି ସରଗରମ ହୋଇଛି। ବାଂଶପାଳ ବ୍ଲକ ଶୁଆକାଟି...

ରାଜ୍ୟରେ କେବଳ ନବୀନ ଇଞ୍ଜିନ ହିଁ ଚାଲିବ

ମୋରଡ଼ା,୧୮ା୫(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ବାରମାଇଲଠାରେ ବିଜୁ ଜନତା ଦଳ ପକ୍ଷରୁ ୩୯ ନମ୍ବର ଜୋନ୍‌ସ୍ତରୀୟ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି।...

ଖୁଲମଖୁଲା ବୁଲୁଛନ୍ତି ଝିଅର ହତ୍ୟାକାରୀ, ଗିରଫ ଦାବିରେ ଅନଶନରେ ବସିଲେ ମା’

କେନ୍ଦୁଝର,୧୮ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ନିର୍ବାଚନ ସମୟରେ ସବୁ ଓ୍ବାରେଣ୍ଟ କାର୍ଯ୍ୟକାରୀ ହୁଏ ପୁରୁଣା କେସ୍‌ ଥିବା ଅପରାଧୀ ଧରା ହୁଅନ୍ତି। ତେବେ କେନ୍ଦୁଝରର ଲୋକପ୍ରିୟ ସମାଜସେବୀ...

ଯୁବକଙ୍କ ଜୀବନ ନେଲା ଅନ୍‌ଲାଇନ୍‌ ଗେମ୍‌

ବାଲିମେଳା,୧୮ା୫(ଶିବଦତ୍ତ ସାହୁ): ମାଲକାନଗିରି ଜିଲା ବାଲିମେଳା ସହରରେ ଥିବା ୧ ନଂ ଓ୍ବାର୍ଡ ନୂଆସାହିରେ ଜଣେ ଯୁବକ ଅନ୍‌ଲାଇନ ଗେମ୍‌ ଖେଳରୁ ରଶି ଦେଇ ଆତ୍ମହତ୍ୟା...

ଛତ୍ରପୁର ବଡ଼ ଷ୍ଟେଶନ୍‌ରେ ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍‌

ଛତ୍ରପୁର,୧୮/୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବଡ଼ ଷ୍ଟେଶନ ଠାରେ ଏକମାଲବାହି ଟ୍ରେନ ଲାଇନଚ୍ୟୁତ ହୋଇଛି। ଟ୍ରେନର ୩ ବଗି ଲାଇନଚ୍ୟୁତ ହୋଇଥିବା ବେଳେ ରେଳବାଇ...

ପ୍ରଚାର ଶେଷଦିନରେ କମାଲ ଦେଖାଇଲା ବିଜେଡି

ପୁରୁଷୋତ୍ତମପୁର,୧୮ା୫(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବିଧାନସଭା ନିର୍ବାଚନକୁ ଆଉ ମାତ୍ର ଗୋଟିଏ ଦିନ ବାକି ରହିଥିବା ବେଳେ ଏଥିଲାଗି ଶନିବାର ପ୍ରଚାର ଶେଷ ହୋଇଛି।...

ଖଲ୍ଲିକୋଟ ହିଂସାର ତଦନ୍ତ ପାଇଁ ଗଠନ ହେଲା ଏସ୍‌ଆଇଟି ଟିମ୍‌: ସୂଚନା ଦେଲେ ଆରକ୍ଷୀ ମହାନିର୍ଦ୍ଦେଶକ

ଛତ୍ରପୁର,୧୮ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଖଲ୍ଲିକୋଟ ହିଂସାର ତଦନ୍ତ ପାଇଁ ଏସ୍‌ଆଇଟି ଟିମ୍‌ ଗଠନ କରାଯାଇଛି। ଦକ୍ଷିଣାଞ୍ଚଳ ମହାନିର୍ଦ୍ଦେଶକ ଜୟନାରାୟଣ ପଙ୍କଜ ଏହି ଟିମ୍‌କୁ ତଦାରଖ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri