ବାହାନଗା ରେଳଷ୍ଟେଶନରେ ଖୋଲିଲା ଟିକେଟ କାଉଣ୍ଟର

ବାହାନଗା,୨୯।୬(ଅରୂପ କୁମାର ଦାସ)ମଙ୍ଗଳବାରଠାରୁ ସ୍ବାଭାବିକ ହୋଇଛି ବାହାନଗା ରେଳଷ୍ଟେଶନ। ବୁଧବାର ଷ୍ଟେଶନରେ ଟିକେଟ କାଉଣ୍ଟର ଖୋଲାଯାଇଛି ା ତେବେ ଦ୍ୱିତୀୟ ଦିନରେ ୨ଟି ଟ୍ରେନ୍‌ ବାଲେଶ୍ୱର-ଭୁବନେଶ୍ୱର ଅଫ୍‌ ଟ୍ରେନ୍‌ ସକାଳେ ଯାଇଥିବା ବେଳେ ଦିନରେ ଖଡଗପୁର-ଭଦ୍ରକ ପାସେଞ୍ଜର ଯାଇଥିବା ବାହାନଗା ଷ୍ଟେଶନମାଷ୍ଟର ଏସ.କେ. ପଟ୍ଟନାୟକ ସୂଚନା ଦେଇଛନ୍ତି।
ଦୀର୍ଘ ଦିନ ପରେ ବାହାନଗା -ଗୋପାଳପୁର ମୁଖ୍ୟ ରାସ୍ତାରେ ଥିବା ରେଳ ଫାଟକ ଓ ରାସ୍ତାକାମ ହେଉଥିବାରୁ ତାହା ସର୍ବସାଧାରଣଙ୍କ ନିମନ୍ତେ ବନ୍ଦ କରାଯାଇଥିଲା। ଲୋକମାନେ ବାହାନଗା ବ୍ଲକକୁ ଓ ଜାତୀୟ ରାଜପଥ ପର୍ଯ୍ୟନ୍ତ ଯାତାୟାତ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ା ମଙ୍ଗଳବାର ୨ ଘଣ୍ଟା ନିମନ୍ତେ ମୁଖ୍ୟ ରାସ୍ତାକୁ ସର୍ବସାଧାରଣଙ୍କ ନିମନ୍ତେ ଛଡାଯାଇଥିବା ବେଳେ ପରେ ତାହା ସିଲ୍‌ କରିଦିଆଯାଇଥିଲା। କେବଳ ପାଦଚଲା ଓ ସାଇକେଲ ଚାଳକଙ୍କୁ ଫାଟକ ରାସ୍ତାରେ ଯାତାୟାତ ନିମନ୍ତେ ଅନୁମତି ଦିଆଯାଇଛି ା ମାତ୍ର ଗୋପାଳପୁର ଦିଗରୁ ଆସିଲେ ଷ୍ଟେଶନକୁ ଯିବା ନିମନ୍ତେ ରେଲୱେ ବାଇପାସ ରାସ୍ତାରେ ଯିବା ପାଇଁ ଛଡାଯାଉଛି। ତେବେ ବାହାନଗା ବଜାର ଓ ବ୍ଲକକୁ ଯିବା ପାଇଁ ଲୋକମାନେ ବର୍ଷାରେ ହଇରାଣ ହେଉଛନ୍ତି ା ତେବେ ଷ୍ଟେଶନରେ ଟ୍ରେନ୍‌ ରହଣି ଓ ସମସ୍ତ ପାସେଞ୍ଜର ସ୍ବାଭାବିକ ଭାବେ ଚଳାଚଳା କରିବା ନିମନ୍ତେ ଆହୁରି ମାସେ ଲାଗିବ ବୋଲି ଖଡଗପୁର ଏସ୍‌ଇଆର ସିପିଆରଓଙ୍କଠାରୁ ଜଣାପଡିଛି ା ରେଳଲାଇନ୍‌ କାମ ସରିବା ସହିତ ପରୀକ୍ଷାମୂଳକ ଭାବେ ଧୀରେ ଧୀରେ ଗୋଟିଏ ଗୋଟିଏ ଟ୍ରେନ୍‌ ଚାଲୁ କରାଯାଉଥିବା ଜଣାପଡିଛି। ମାତ୍ର କେଉଁ ପାସେଞ୍ଜର ଟ୍ରେନ କେତେବେଳେ ବାହାନଗା ଷ୍ଟେଶନରେ ରହିବ ତାହା କେବଳ ସକାଳେ ମେସେଜ ଆସିଲେ ଜାଣିପାରିବୁ ବୋଲି ଷ୍ଟେଶନମାଷ୍ଟର ପଟ୍ଟନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri