ବିପଦରେ ତିବ୍ବତ ମାଳଭୂମି

ସମୁଦ୍ର ପତନଠାରୁ ବହୁ ଉଚ୍ଚରେ ଥିବା ତିବ୍ବତ ମାଳଭୂମି ହେଉଛି ବିଶାଳ ହିମ ଭଣ୍ଡାର। ଉତ୍ତର ମେରୁ ଓ ଆଣ୍ଟାର୍କଟିକାକୁ ବାଦ୍‌ ଦେଲେ ଏଠାରେ ସବୁଠୁ ଅଧିକ ମଧୁର ଜଳ ଗଚ୍ଛିତ ହୋଇ ରହିଛି। ଏହା ମଧ୍ୟ ଏସିଆର ୧୦ଟି ପ୍ରମୁଖ ନଦୀର ଉତ୍ସ। ଏପରି କି ଚାଇନାର ପ୍ରମୁଖ ଅଞ୍ଚଳର ଦୁଇ ନଦୀ ୟେଲୋ ଓ ୟାଙ୍ଗତେଜ, ଦକ୍ଷିଣପୂର୍ବ ଏସିଆର ମେକଙ୍ଗ, ସାଲଓ୍ବିନଓ ଇରାଓ୍ବାଡ଼ି ନଦୀ ଏବଂ ଦକ୍ଷିଣ ଏସିଆର ସିନ୍ଧୁ ଓ ବ୍ରହ୍ମପୁତ୍ର ନଦୀ ମଧ୍ୟ ଏଠାରୁ ବାହାରିଛନ୍ତି। ଏହିସବୁ ନଦୀ ବିଶ୍ୱ ଜନସଂଖ୍ୟାର ପାଖାପାଖି ୨୦% ଲୋକଙ୍କୁ ପାଣି ଯୋଗାଉଛନ୍ତି। ଏବେ ଏହା ବିପତ୍ତିର ସାମ୍ନା କରୁଛି। ସମ୍ପୂର୍ଣ୍ଣ ପରିବେଶ ଧୀରେ ଧୀରେ ଉତ୍ତପ୍ତ ହେବାରେ ଲାଗିଛି, ଯାହା ସମଗ୍ର ଏସୀୟ ଉପମହାଦେଶର ଜଳ ସୁରକ୍ଷା, ପରିସଂସ୍ଥାଗତ ସମନ୍ବୟ ଏବଂ ଭୂରାଜନୈତିକ ସ୍ଥିରତା ପ୍ରତି ବିପଦ ସୃଷ୍ଟି କରିଛି। ଦୁଇ ଦଶନ୍ଧି ଧରି ଚାଇନା ଲଗାତର ଭାବେ ଡ୍ୟାମ ନିର୍ମାଣ କାର୍ଯ୍ୟକଳାପ ଉପରେ ଗୁରୁତ୍ୱ ଦେଇ ଆସିଛି। ତିବ୍ବତ ବ୍ୟତୀତ ଅନ୍ୟ ସ୍ଥାନରେ ବି ଏହା କରୁଛି। ତଥାପି ଚାଇନା ସରକାର ଏହି ନଦୀଗୁଡ଼ିକର ତଳମୁଣ୍ଡରେ ଥିବା ଦେଶଗୁଡ଼ିକ ସହ ଏକ ଜଳ ବଣ୍ଟନ ଚୁକ୍ତି ପାଇଁ ମନା କରିଦେଇଛି। ଫଳରେ ଉପର ମୁଣ୍ଡରେ ଥିବା ଅନ୍ୟ ପଡ଼ୋଶୀ ଦେଶଗୁଡ଼ିକୁ ଚାଇନା ନିଷ୍ପତ୍ତିର ପରିଣାମ ହିଁ ଭୋଗ କରିବାକୁ ପଡ଼ିବ।
ତିବ୍ବତ ସୀମା ନିକଟରେ ଚାଇନା ବୃହତ୍‌ ଡ୍ୟାମଗୁଡ଼ିକ ନିର୍ମାଣ କରିସାରିଲାଣି। ଫଳରେ ମେକଙ୍ଗ ନଦୀ ଜଳସ୍ତର ଅତ୍ୟଧିକ କମିଯାଇଛି। କାମ୍ବୋଡ଼ିଆ, ଲାଓସ, ଥାଇଲାଣ୍ଡ ଏବଂ ଭିଏଟନାମ ଭଳି ଦେଶଗୁଡ଼ିକର ଜୀବନଜୀବିକା ଓ ମତ୍ସ୍ୟସମ୍ପଦ ଉପରେ ଏହା ବିନାଶକ ପ୍ରଭାବ ପକାଇଛି। ଚାଇନା ଡ୍ୟାମ୍‌ ନିର୍ମାଣ କରିବା ଦ୍ୱାରା ଦକ୍ଷିଣ ଭିଏଟନାମରେ ମେକଙ୍ଗ ଧୋୟା ଅଞ୍ଚଳ ଶୁଷ୍କ ହୋଇଯାଉଥିବାରୁ ଧାନଚାଷୀମାନେ ସେମାନଙ୍କ ପାରମ୍ପରିକ ଜୀବିକା ଛାଡ଼ିବାକୁ ବାଧ୍ୟ ହେଉଛନ୍ତି। ସେମାନେ ଏହା ପରିବର୍ତ୍ତେ ଚିଙ୍ଗୁଡ଼ି କିମ୍ବା ରିଡ୍‌ (ଏକ ପ୍ରକାର ଡେଙ୍ଗା ଘାସ) ଚାଷ କରୁଛନ୍ତି। ୟାଙ୍ଗତେଜ ନଦୀ ଉପରେ ନିର୍ମାଣ କରିଥିବା ଦି ଥ୍ରି ଜର୍ଜସ୍‌ ଡ୍ୟାମ ବିଶ୍ୱର ସବୁଠୁ ବଡ଼। କିନ୍ତୁ ଏହି ଡ୍ୟାମ୍‌ ଏବେ ୟାରଲଙ୍ଗ ଜାଙ୍ଗବୋ ନଦୀ (ଏହା ମଧ୍ୟ ବ୍ରହ୍ମପୁତ୍ର ଭାବେ ଜଣାଶୁଣା)ରେ ଚାଇନା ନିର୍ମାଣ କରୁଥିବା ଡ୍ୟାମ୍‌ଠାରୁ ଛୋଟ ହେବ। ଉଲ୍ଲେଖନୀୟ ଯେ, ତିବ୍ବତର ଭୂମିକମ୍ପ ପ୍ରବଣ ଅଞ୍ଚଳରେ ଏହା ନିର୍ମାଣ କରାଯାଉଛି। ଯଦି ଏହି ପ୍ରକଳ୍ପ ଶେଷ ହୁଏ, ତେବେ ଭାରତ ଓ ବାଂଲାଦେଶରେ ଜଳପ୍ରବାହ ଭୀଷଣ ଭାବେ ପ୍ରଭାବିତ ହେବ। ଏହି ଦେଶଗୁଡ଼ିକରେ ଖାଦ୍ୟ ସୁରକ୍ଷା, ପରିସଂସ୍ଥାଗତ ସମନ୍ବୟ ଉପରେ ବିପଦ ସୃଷ୍ଟି ହେବ।
ବିଶ୍ୱରେ ଏବେ ଜଳଯୁଦ୍ଧର ସଙ୍କଟ ବଢୁଛି। ପାଣି ଖୁବ୍‌ଶୀଘ୍ର ଶକ୍ତିର ନୂଆ ଇନ୍ଧନ, ଏକ ରଣନୀତିକ ସାଧନ ହେବାକୁ ଯାଉଥିବାରୁ ତାହାକୁ ନେଇ ବିବାଦ ସୃଷ୍ଟି ହେବାର ଅଧିକ ସମ୍ଭାବନା ରହିଛି। ଦେଖିବାକୁ ଗଲେ ଦେଶ ଭିତରେ ବିଭିନ୍ନ ରାଜ୍ୟ ତଥା ଦେଶ-ଦେଶ ମଧ୍ୟରେ ଜଳ ବିବାଦ ଉଗ୍ର ରୂପ ଧାରଣ କରିବାରେ ଲାଗିଛି। କିନ୍ତୁ ତିବ୍ବତ ମାଳଅଞ୍ଚଳ ଉପରେ ଚାଇନାର ଆକ୍ରମଣ କେବଳ ଜଳରେ ସୀମିତ ରହିନାହିଁ। ତିବ୍ବତର ଖଣିଜ ସମୃଦ୍ଧ ଅଞ୍ଚଳକୁ ଦଖଲ କରି ଖନନ କରୁଛି; ଯେଉଁଠି ଲିଥିୟମ, ସୁନା ଏବଂ ତାମ୍ର ଭଳି ଗୁରୁତ୍ୱପୂର୍ଣ୍ଣ ସଂସାଧନ ଗଚ୍ଛିତ ଅଛି। ଫଳରେ ଜଙ୍ଗଲ ଧ୍ୱଂସ ହେବା ସହ ବିଷାକ୍ତ ବର୍ଜ୍ୟ ସୃଷ୍ଟି ହେଉଛି । ତେବେ ଚାଇନା କରୁଥିବା କ୍ଷତି ସମ୍ପର୍କରେ ସବିଶେଷ ଜାଣିବା ଅସମ୍ଭବ। କାରଣ ଏହି ଅଞ୍ଚଳକୁ ଅନ୍ତର୍ଜାତୀୟ ପର୍ଯ୍ୟବେକ୍ଷକଙ୍କ ପ୍ରବେଶ ନିଷେଧ। ତିବ୍ବତୀୟ ସ୍ଥାନୀୟ ଅଧିବାସୀଙ୍କର ପରିବେଶ ଓ ସଂସ୍କୃତି ପ୍ରତି ଥିବା ଭଲ ପାଇବା ପରିବେଶଗତ ନେତୃତ୍ୱର ଲମ୍ବା ଇତିହାସକୁ ଦୃଢ଼ କରିଛି। ହେଲେ ସେମାନଙ୍କ ଅଞ୍ଚଳ ପ୍ରତି ସୃଷ୍ଟି ହେଉଥିବା ବିପଦ ସମ୍ପର୍କରେ ଜଣାଇବା ଲାଗି ସେମାନେ ନେଉଥିବା ପଦକ୍ଷେପଗୁଡ଼ିକୁ ଦବାଇ ଦିଆଯାଉଛି। ବହୁ ସମୟରେ ସେମାନଙ୍କୁ ଜେଲରେ ରଖାଯାଉଛି କିମ୍ବା ନିର୍ବାସିତ କରାଯାଉଛି।
ଜଳବାୟୁ ପରିବର୍ତ୍ତନର ସମ୍ଭାବ୍ୟ ବିପଦ ବୃଦ୍ଧିକୁ ଦେଖିଲେ, ଏହା ନିଃସନ୍ଦେହ ଯେ, ତିବ୍ବତ ମାଳଭୂମିର ପରିସଂସ୍ଥା ଅଧିକ କ୍ଷତିଗ୍ରସ୍ତ ହୋଇଚାଲିଛି। ଏହି ମାଳଭୂମି ବୈଶ୍ୱିକ ହାରାହାରି ପ୍ରତିଶତର ଦୁଇଗୁଣ ବେଗରେ ଉତ୍ତପ୍ତ ହେଉଛି ଏବଂ ଏଠାରେ ଥିବା ବରଫ ମେରୁ ତୁଳନାରେ ଶୀଘ୍ର ତରଳୁଛି। ଫଳରେ ଏହି ଅଞ୍ଚଳରୁ ଜଳ ଧାରଣ କ୍ଷମତା ହ୍ରାସ ପାଇବା ସହ ନଦୀର ଜଳ ପ୍ରବାହରେ ପରିବର୍ତ୍ତନ ଘଟୁଛି। ଏଭଳି କ୍ଷତିର ଦୀଘର୍ର୍ମିଆଦୀ ପରିଣାମ ରହିଛି। ଅନ୍ୟସବୁ ଏସୀୟ ଦେଶଠାରୁ ଉଚ୍ଚରେ ଥିବା ତିବ୍ବତ ମାଳଭୂମି ଏସିଆର ଜଳବାୟୁ, ପାଣିପାଗ ଏବଂ ମୌସୁମୀର ଧାରାକୁ ଅତ୍ୟଧିକ ପ୍ରଭାବିତ କରେ। ବିଶୁବରେଖାରୁ ଉଷ୍ମ ବାୟୁକୁ ଉତ୍ତରଗୋଲାର୍ଦ୍ଧର ସମୁଦ୍ର ପତନଠାରୁ ଅଧିକ ଉଚ୍ଚରେ ଥିବା ଅଞ୍ଚଳରେ ପହଞ୍ଚାଉ ଥିବା ବୟୁପ୍ରବାହର ପ୍ରଣାଳୀକୁ ଏହା ମଧ୍ୟ ପ୍ରଭାବିତ କରେ। ଏଣୁ ଏହି ଅଞ୍ଚଳର କ୍ଷତି ହେଲେ ମରୁଡ଼ି ଓ ବନ୍ୟା ସହ ଜୈବବିବିଧତାର କ୍ଷତି ଅଧିକ ବଢ଼ିଯିବା ସହ କୃଷି ଭୁଶୁଡ଼ି ପଡ଼ିବ। ଫଳରେ ସମଗ୍ର ଏସିଆରେ ଗଣପଳାୟନ ସ୍ଥିତି ଉପୁଜିବ। ଏଭଳି ବିପଦଥିବା ସତ୍ତ୍ୱେ, ବୈଶ୍ୱିକ ଜଳବାୟୁ ମଞ୍ଚଠାରୁ ଆରମ୍ଭ କରି ଜାତିସଂଘ ଓ ବିଶ୍ୱବ୍ୟାଙ୍କ ଭଳି ଅନ୍ତର୍ଜାତୀୟ ସଂସ୍ଥାଗୁଡ଼ିକ ତିବ୍ବତର ସ୍ଥିତିକୁ ନେଇ ପୂରା ନୀରବ ରହିଛନ୍ତି। ଏହାର କାରଣ ଯେ ସେମାନେ ଅଣଦେଖା କରୁଛନ୍ତି ତାହା ନୁହେଁ ବରଂ ଭୟ କରୁଛନ୍ତି। ‘ପୃଥିବୀର ଛାତ’ କୁହାଯାଉଥିବା ତିବ୍ବତ ମାଳଭୂମିରେ ଚାଇନାର କାର୍ଯ୍ୟକୁ ନେଇ ଗୁରୁତ୍ୱପୂର୍ଣ୍ଣ ସମାଲୋଚନା ଉଠୁଛି। କିନ୍ତୁ ଚାଇନା ତାହାକୁ ଦବାଇ ଦେବା ପାଇଁ ଶକ୍ତି ପ୍ରୟୋଗ କରୁଛି। ବିପଦକୁ ଦେଖିଲେ, ଅନ୍ତର୍ଜାତୀୟ ସମୁଦାୟ ଚାଇନା ସୃଷ୍ଟି କରୁଥିବା କ୍ଷତି ବିରୋଧରେ ସ୍ବର ଉଠାଇପାରୁନାହାନ୍ତି। ତିବ୍ବତରେ ଚାଇନାର କାର୍ଯ୍ୟକଳାପଗୁଡ଼ିକର ସ୍ବଚ୍ଛତା ପାଇଁ ଅନ୍ତଃରାଷ୍ଟ୍ରୀୟ ସମୁଦାୟ ଲଗାତର ଚାପ ପକାଇବା ଦରକାର। ଅନ୍ତଃରାଷ୍ଟ୍ରୀୟ ପରିବେଶ ଆକଳନ ପାଇଁ ଚାଇନା ସମୟ ଅନୁଯାୟୀ ଜଳ ପ୍ରବାହ, ବଣ୍ଟନର ବାସ୍ତବ ତଥ୍ୟ ଏବଂ ପ୍ରକଳ୍ପଗୁଡ଼ିକ ସମ୍ପର୍କରେ ଜଣାଇବା ଦରକାର। ସ୍ବାଧୀନ ଭାବେ ପରିବେଶ ସମ୍ପର୍କରେ ଗବେଷଣା ଓ ସମୀକ୍ଷା କରୁଥିବା ବ୍ୟକ୍ତିଙ୍କୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ ଏବଂ ନିଷ୍ପକ୍ଷ ଅନୁଧ୍ୟାନ କରିବା ପାଇଁ ତିବ୍ବତକୁ ଯିବା ସକାଶେ ଅନୁମତି ଦିଆଯିବା ଆବଶ୍ୟକ।
ତିବ୍ବତର ମୂଳ ଅଧିବାସୀଙ୍କ ସମେତ ୨୦୦୦ ମସିହାରୁ ପୈତୃକ ଭିଟାମାଟିରୁ ବଳପୂର୍ବକ ସ୍ଥାନାନ୍ତର ହୋଇଥିବା ଲୋକଙ୍କ ଅଧିକାରକୁ ଚାଇନା ଉଲ୍ଲଂଘନ କରୁଥିବାରୁ ଏଥିପାଇଁ ତାହାକୁ ଉତ୍ତରଦାୟୀ କରାଯିବା ଉଚିତ। ଚାଇନାକୁ ଦାୟୀ କରିବାରେ ପାଶ୍ଚାତ୍ୟ ଦେଶଗୁଡ଼ିକ ଏବଂ ଅନ୍ତଃରାଷ୍ଟ୍ରୀୟ ସଂସ୍ଥାର ସବୁ କ୍ଷମତା ଅଛି। ପରିବେଶଗତ ସ୍ବଚ୍ଛତା, ମୂଳ ଅଧିବାସୀଙ୍କ ଅଧିକାରକୁ ସମ୍ମାନ ଓ ନଦୀଜଳ ବଣ୍ଟନ ବ୍ୟବସ୍ଥାର ନ୍ୟାୟସଙ୍ଗତ ପରିଚାଳନାଠାରୁ ଆରମ୍ଭ କରି ବାଣିଜି୍ୟକ ବୁଝାମଣା ଓ ଜଳବାୟୁ ସହଯୋଗ ପାଇଁ ଚେଷ୍ଟା କରି ସେମାନେ ଚାଇନାକୁ ତାହାର କାର୍ଯ୍ୟକଳାପରେ ପରିବର୍ତ୍ତନ କରିବା ପାଇଁ ଚାପ ପକାଇପାରିବେ। ତିବ୍ବତର ସ୍ଥାନୀୟ ସ୍ବର ଓ ନାଗରିକ ସମାଜର ନେଟଓ୍ବର୍କଗୁଡ଼ିକୁ ସିଧାସଳଖ ସମର୍ଥନ ମଧ୍ୟ ସ୍ବଚ୍ଛତା ବଢ଼ାଇବାରେ ସାହାଯ୍ୟ କରିବ। ତିବ୍ବତ ମାଳଭୂମିରେ ବଢୁଥିବା ସଙ୍କଟକୁ ଏବେ ଅଣଦେଖା କରିବା ଭବିଷ୍ୟତ ପାଇଁ ଠିକ୍‌ ନୁହେଁ। ଚାଇନାର ଅତ୍ୟଧିକ ଆର୍ଥିକ ଓ ଭୂରାଜନୈତିକ ପ୍ରଭାବ ଅଛି ଏବଂ ଏହାକୁ ପ୍ରୟୋଗ କରିବାକୁ ଭୟ କରେ ନାହିଁ। କିନ୍ତୁ ତା’ ଉପରେ ପଦକ୍ଷେପ ନ ନିଆଯିବା ଅତ୍ୟନ୍ତ ଦୁଃଖଦାୟକ। ତିବ୍ବତ ହେଉଛି ଏସିଆର ପରିସଂସ୍ଥାଗତ ଜୀବନରେଖା। ଏହାକୁ କ୍ଷତି କରି ସାରା ଉପମହାଦେଶ ଏବଂ ଏହା ବାହାରେ ଥିବା ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିବା ସକାଶେ ଚାଇନାକୁ ଅନୁମତି ଦେବା ଉଚିତ ନୁହେଁ।

ବ୍ରହ୍ମ ଚେଲାନି
ପ୍ରଫେସର ଏମରିଟସ୍‌ ଅଫ୍‌ ଷ୍ଟ୍ରାଟେଜିକ ଷ୍ଟଡିଜ୍‌, ସେଣ୍ଟର ଫର ପଲିସି ରିସର୍ଚ୍ଚ, ନୂଆଦିଲ୍ଲୀ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri