ଥାଇରଏଡ୍‌ ସମସ୍ୟାରେ ପୀଡ଼ିତ କି? ଭୁଲରେ ବି ଖାଆନ୍ତୁ ନାହିଁ ଏହି ୫ ଜିନିଷ; ବଢ଼ିଯିବ…

ଶରୀରରେ ଥାଇରକ୍ସିନ ନାମକ ହରମୋନ୍‌ କ୍ଷରଣ ଅନିୟମିତ ହେଲେ ଲୋକମାନେ ଥାଇରଏଡ୍‌ ସମସ୍ୟାରେ ପୀଡ଼ିତ ହୁଅନ୍ତି। ଅସନ୍ତୁଳିତ ଖାଦ୍ୟପେୟ ଏବଂ ଜୀବନଶୈଳୀ କାରଣରୁ ସବୁଠାରୁ ଅଧିକ ଲୋକ ଏହି ରୋଗଗ୍ରସ୍ତ ହୁଅନ୍ତି। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମୁତାବକ ଏହି ରୋଗ ପୁରୁଷମାନଙ୍କ ତୁଳନାରେ ମହିଳାଙ୍କଠାରେ ଅଧିକ ଦେଖାଯାଏ। ଏକ ରିପୋର୍ଟ ଅନୁଯାୟୀ ଭାରତର ପ୍ରତି ୧୦ଜଣରେ ଜଣେ ବ୍ୟକ୍ତି ଏହି ରୋଗରେ ପୀଡ଼ିତ।

ଏହି ରୋଗରେ ପୀଡ଼ିତ ହେଲେ ଖାଦ୍ୟପେୟ ପ୍ରତି ଯଥେଷ୍ଟ ଧ୍ୟାନ ଦେବା ଉଚିତ। କାରଣ କିଛି ଖାଦ୍ୟ ଏହି ସମସ୍ୟାକୁ ବଢ଼ାଇ ଦେଇଥାଏ। ଏହି କ୍ରମରେ ଥାଇରଏଡ୍‌ ରୋଗୀ କେଉଁ ଜିନିଷ ସେବନ କରିବା ଅନୁଚିତ ଆସନ୍ତୁ ଜାଣିବା…

ପ୍ରୋସେସ୍ଡ ଫୁଡ୍‌: ଥାଇରଏଡ୍‌ ରୋଗୀ ପ୍ରୋସେସ୍ଡ ଫୁଡ୍‌ ସେବନ କରିବା ଅନୁଚିତ। ଏହାଦ୍ୱାରା ଖାଦ୍ୟରେ ଥିବା ସୋଡିୟମ ଅସୁବିଧାରେ ପକାଇଥାଏ।

ଲାଲ ମାଂସ: ଏଥିରେ ସାଚୁରେଟେଡ୍‌ ଫ୍ୟାଟ୍‌ ଏବଂ କୋଲେଷ୍ଟରଲ ଥାଏ। ଏହା ଥାଇରଏଡ ହର୍‌ମୋନକୁ ବୃଦ୍ଧି କରିଥାଏ। ଏଣୁ ରୋଗୀଙ୍କୁ ଲାଲ ମାଂସ ଖାଇବା ଅନୁଚିତ।

ମଦ: ମଦ ସେବନ ଥାଇରଏଡ୍‌ ଗ୍ରନ୍ଥି ଏବଂ ଏହାର ସ୍ତର ଉପରେ ଖରାପ ପ୍ରଭାବ ପକାଇଥାଏ। ଏଣୁ ହେଲ୍ଥ ଏକ୍ସପର୍ଟ ରୋଗୀଙ୍କୁ ମଦ୍ୟପାନ ନ କରିବାକୁ ପରାମର୍ଶ ଦେଇଥାନ୍ତି। ଏହାଛଡ଼ା ରୋଗୀଙ୍କୁ କଫି ଏବଂ ଚା’ ଅଧିକ ସେବନ କରିବା ଅନୁଚିତ।

ସୋୟାବିନ: ଥାଇରଏଡ ରୋଗୀଙ୍କୁ ସୋୟାବିନ୍‌ ଖାଇବା ଅନୁଚିତ।

ଫାଇବର ଥିବା ପନିପରିବା: ଥାଇରଏଡ ରୋଗୀ ପାଳଙ୍ଗ,କୋବି, ବ୍ରୋକୋଲି ଆଦି ସେବନ କରିବା ଅନୁଚିତ।