ରାତି ଅଧରେ ଘଡ଼ଘଡ଼ି ସହ ବର୍ଷା, ପବନ

ଭୁବନେଶ୍ୱର,୧୨।୫(ଅନୁରାଧା ମହାରଣା)ଶନିବାର ରାତି ପ୍ରାୟ ସାଢ଼େ ୧୧ଟାରେ ରାଜଧାନୀ ଆକାଶରେ ହଠାତ୍‌ ଘୋଟି ଆସିଥିଲା କଳା ହାଣ୍ଡିଆ ମେଘ। ପ୍ରାୟ ୧ଘଣ୍ଟା ଧରି ପ୍ରବଳ ବର୍ଷା ସାଙ୍ଗକୁ ପବନ ଓ ଘଡ଼ଘଡ଼ି ବିଜୁଳି ରାଜଧାନୀବାସୀଙ୍କୁ ଆତଙ୍କିତ କରିଥିଲା। ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ହେଉଥିଲେ ମଧ୍ୟ ଏହାର ଘୂର୍ଣ୍ଣାୟମାନ ଗତିରେ ବହୁ ଗଛ ଭାଙ୍ଗିପଡିବା ସହ ବର୍ଷାର କ୍ଷୀପ୍ରତାକୁ ବଢ଼ାଇ ଦେଇଥିଲା। ଏଥିଯୋଗୁ ସହର ରାସ୍ତାରେ ବର୍ଷା ପାଣିର ସୁଅ ଛୁଟିଥିଲା। ବର୍ଷା ପାଣି ଜମି ରହିବାରୁ ଏନ୍‌ଏଚ୍‌-୧୬ ଓଭରବ୍ରିଜ୍‌ ତଳେ ଓ ଉପରେ କିଛି ସମୟ ଧରି କୃତ୍ରିମ ନଦୀ ସୃଷ୍ଟି ହୋଇଥିଲା। ପବନ ସହ ରାସ୍ତାରେ ପାଣିର ସୁଅକୁ ଗାଡିମୋଟର ଆଗକୁ ବଢ଼ିବା ଅସମ୍ଭବ ହୋଇପଡ଼ିଥିଲା। ଫଳରେ ଦୀର୍ଘ ସମୟ ଧରି ଓଭର ବ୍ରିଜ୍‌ ଉପରେ ଟ୍ରକ୍‌, କାର ସହ ଅନ୍ୟାନ୍ୟ ଯାନବାହନ ଅଟକି ରହିଥିଲା। ନୟାପଲ୍ଲୀ, ଜୟଦେବ ବିହାର, ସିଆର୍‌ପିଏଫ୍‌, ଫାୟାରଷ୍ଟେଶନ, ବରମୁଣ୍ଡା ଓଭରବ୍ରିଜ୍‌ ଉପରେ ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା। କେତେକ ସ୍ଥାନରେ ବାଇକ୍‌ଗୁଡ଼ିକର ସିଟ୍‌ ପର୍ଯ୍ୟନ୍ତ ପାଣିରେ ବୁଡ଼ିଯାଇଥିଲା। ଫଳରେ ଏକାଧିକ ଇଞ୍ଜିନ୍‌ରେ ପାଣି ପଶିଯିବାରୁ ଗାଡ଼ି ଖରାପ ହୋଇ ଅଟକି ରହିଥିଲା। ଲୋକେ ଝଡ଼ବର୍ଷାରେ ଗାଡ଼ି ଠେଲି ଠେଲି ନେବା ବେଶ୍‌ କଷ୍ଟଦାୟକ ହୋଇପଡ଼ିଥିଲା। ଓଭରବ୍ରିଜ୍‌ ତଳେ ଏହାଠାରୁ ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳିଥିଲା। ଡ୍ରେନ୍‌ ଆଡ଼କୁ ପାଣି ସୁଅର ବେଗ ଏତେ ତୀବ୍ର ରହିଥିଲା ଯେ, ବଡ଼ ବଡ଼ କାର୍‌ଗୁଡ଼ିକ୍‌ ଟାଣି ହୋଇଯାଉଥିଲା। ଲୋକେ ଭୟରେ ଗାଡ଼ି ଛାଡ଼ି ପଳାଉଥିବାବେଳେ ଗାଡିଟି ପାଣି ସୁଅରେ ଭାସି ଯାଉଥିଲା। ଅନେକ ଲୋକ ଓଭରବ୍ରିଜ୍‌ ତଳେ ଆଶ୍ରୟ ନେବା ସହ ଝଡ଼ ଥମିବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ। ସାରା ରାଜଧାନୀରେ ଡ଼ାଳପତ୍ର ଭାଙ୍ଗି ଗଦା ହୋଇଥିଲା। କେତେକ ସ୍ଥାନରେ କୃଷ୍ଣଚୂଡ଼ା ଗଛ ଉପୁଡ଼ି ପଡିଥିଲା। ବର୍ଷା ଥମିବା ପରେ ବି ଘଡଘଡ଼ି ବିଜୁଳି ମାରୁଥିଲା। ବିଳମ୍ବିତ ରାତିରେ ପ୍ରକୃତିର ତାଣ୍ଡବରେ ବହୁ ଗଛ ଭାଙ୍ଗି ରାସ୍ତାରେ ପଡିଥିଲେ ମଧ୍ୟ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ କୌଣସି ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇ ନ ଥିଲା। ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ ହେବାରୁ ବହୁ ଅଞ୍ଚଳ ଅନ୍ଧାରରେ ରହିଥିଲା। ଏପରିସ୍ଥିତିରେ ମଶା ଓ ଗରମ ବି ସହରବାସୀଙ୍କୁ କଲବଲ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ , ମନ୍ଦିର ପରିବେଶ ସଫା କାହିଁକି କଲ ନାହିଁ ବୋଲି ଗାଳି କରି…

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ଗ୍ରାମର ଶିବରାମ ସାହୁ ତାଙ୍କ ଗ୍ରାମର ବିଦେଶୀ ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା ଉଦ୍ୟମ…

ନଅ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର:ଚାଷ କାମ କରୁଥିବା ସମୟରେ…

କେସିଙ୍ଗା, ୧୪।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ପଥର୍ଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାହାଦୁରପଦର ଗାଁ ନିକଟ ତେଲନଦୀ ପାର୍ଶ୍ୱରୁ ଶୁକ୍ରବାର ଅପରାହ୍ନ…

ବିଭାଜନ ବିଭୀଷିକା ସ୍ମୃତି ସଭାରେ ଯୋଗଦେଲେ ଆଇନ ମନ୍ତ୍ରୀ

ଛତ୍ରପୁର, ୧୪।୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ୧୯୪୭ ମସିହାରେ ଭାରତ ସ୍ୱାଧୀନତା ପାଇବା ପୂର୍ବରୁ ଦେଶ ବିଭାଜନ ସମୟରେ ଘଟିଥିବା ବିଭୀଷିକା ଓ ଦୁଃଖଦ ଘଟଣାଗୁଡ଼ିକର ସ୍ମୃତିରେ…

ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକଙ୍କୁ ଆକ୍ରମଣ ଅଭିଯୋଗ

ଛତ୍ରପୁର, ୧୪ା୮ (ଦିଲ୍ଲୀପ ସାମଲ): ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ ଚକ୍ରପାଣି ପୋଲାଇଙ୍କୁ ଆକ୍ରମଣର ଧମକ ମିଳିଥିବା ଅଭିଯୋଗ ହୋଇଛି। ଏନେଇ ଚକ୍ରମଣିଙ୍କ କହିବା ଅନୁସାରେ,…

ନିଜ ଝିଅ ବୟସର ଯୁବତୀଙ୍କୁ ଧରି ବୁଲୁଛନ୍ତି ଗୋବିନ୍ଦା, ସ୍ତ୍ରୀ କହିଲେ-ଲଜ୍ଜା ଲାଗିବା କଥା

ମୁମ୍ବାଇ: ଦିନ ଥିଲା ବଲିଉଡ ଅଭିନେତା ଗୋବିନ୍ଦା ନିଜର ଫିଲ୍ମକୁ ନେଇ ବେଶ ଚର୍ଚ୍ଚାରେ ରହୁଥିଲେ। ହେଲେ ଆଜିକାଲି ସିନେମାକୁ ନେଇ କମ୍‌ ହେଲେ ବ୍ୟକ୍ତିଗତ ଜୀବନକୁ…

ଯୁବକଙ୍କୁ ଠେଙ୍ଗାରେ ଆକ୍ରମଣ, ଗୁରୁତର ଯୁବକଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ

କୋକସରା,୧୪ା୮ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ବଡ଼ପୋଡ଼ାଗୁଡ଼ା ଗ୍ରାମରେ ଠେଙ୍ଗା ଆକ୍ରମଣରେ ଗୁରୁତର ଯୁବକଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି। ମୃତକ ହେଲେ…

ଘରେ ପଶି ମହିଳାଙ୍କୁ ଅସଦାଚରଣ ମାମଲା: ଅଭିଯୁକ୍ତଙ୍କୁ ଏମିତି ରାୟ ଶୁଣାଇଲେ….

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସିଭିଲ କୋର୍ଟ ସିନିୟର ଡିଭିଜନ କୋର୍ଟରେ ଏକ ମାମଲାର ଚୂଡାନ୍ତ ଶୁଣାଣି ହୋଇଛି। ଗତ ୨ ବର୍ଷ…

କାର ବାଇକ୍ ମୁହାମୁହିଁ ଧକ୍କା,ଦୁଇ ଗୁରୁତର

ଗୁଣପୁର,୧୪।୮( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଜଗନ୍ନାଥପୁର ରୋଡ ଠାରେ ବାଇକ୍ କାର ମୁହାଁ ମୁହିଁ ଯୋଗୁଁ ଦୁଇ ବାଇକ୍ ଆରୋହୀ ଗୁରୁତର ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri