Posted inଜାତୀୟ

ବଢ଼ୁଛି ବଜ୍ରପାତ ବିପଦ

ନୂଆଦିଲ୍ଲୀ, ୧୩ା୭: ବୈଷୟିକ ଜ୍ଞାନକୌଶଳର ଅଗ୍ରଗତି ସତ୍ତ୍ୱେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଭାରତରେ ଅନେକ ଲୋକଙ୍କ ଜୀବନ ଯାଉଛି। ସେଥିମଧ୍ୟରୁ ବଜ୍ରପାତ ପ୍ରମୁଖ କାରଣ ପାଲଟିଛି। ରବିବାର ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ ଆଦି ରାଜ୍ୟରେ ବଜ୍ରପାତରେ ଅତି କମ୍‌ରେ ୭୦ ଲୋକଙ୍କ ମୃତ୍ୟୁ ଘଟିଛି। ଜୁନ୍‌ ୭ରେ ପଶ୍ଚିମବଙ୍ଗରେ ଏହି କାରଣରୁ ୨୭ ଜଣଙ୍କ ଜୀବନ ଯାଇଥିଲା। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ତଥ୍ୟ ଅନୁସାରେ ପ୍ରାକୃତିକ ବିପର୍ଯ୍ୟୟଜନିତ ମୃତ୍ୟୁ ମଧ୍ୟରୁ ୩୫.୪ ପ୍ରତିଶତ କେବଳ ବଜ୍ରପାତ କାରଣରୁ ଘଟିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ସହ କାମ କରୁଥିବା ଏକ ବେସରକାରୀ ସଙ୍ଗଠନ ଜଳବାୟୁ ସ୍ଥାୟୀ ପର୍ଯ୍ୟବେକ୍ଷଣ ବ୍ୟବସ୍ଥା ପ୍ରୋତ୍ସାହନ ପରିଷଦ(ସିଆର୍‌ଓପିସି) ପକ୍ଷରୁ ପ୍ରସ୍ତୁତ ଭାରତର ଦ୍ୱିତୀୟ ବାର୍ଷିକ ବଜ୍ରପାତ ରିପୋର୍ଟ ଅନୁସାରେ, ୨୦୨୦ ଏପ୍ରିଲ ୧ରୁ ୨୦୨୧ ମାର୍ଚ୍ଚ ୩୧ ମଧ୍ୟରେ ଦେଶରେ ୧୬୧୯ ଜଣଙ୍କ ମୃତ୍ୟୁ ହୋଇଛି।
ସିଆର୍‌ଓପିସି ରିପୋର୍ଟ ୨୦୨୦-୨୧ ଅନୁସାରେ, ଦେଶରେ ବଜ୍ରପାତ ସଂଖ୍ୟା ୩୪ ପ୍ରତିଶତ ବୃଦ୍ଧି ପାଇଛି। ବିଶେଷକରି ଓଡ଼ିଶା, ମଧ୍ୟପ୍ରଦେଶ, ଛତିଶଗଡ଼, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡରେ ସର୍ବାଧିକ ବଜ୍ରପାତ ହୋଇଛି। ଏଥିଯୋଗୁ ବିହାରରେ ୪୦୧, ଉତ୍ତର ପ୍ରଦେଶରେ ୨୩୮, ମଧ୍ୟପ୍ରଦେଶରେ ୨୨୮ ଲୋକଙ୍କ ମୃତ୍ୟୁ ଘଟିଛି। ଏହି ସଂଖ୍ୟା ବଜ୍ରପାତଜନିତ ମୋଟ ମୃତ୍ୟୁର ୫୩ ପ୍ରତିଶତ। ଓଡ଼ିଶାରେ ରେକର୍ଡ ସଂଖ୍ୟାରେ ବଜ୍ରପାତ ହୋଇଥିବାବେଳେ ବର୍ଷକ ମଧ୍ୟରେ ପ୍ରାୟ ୨୦୭ ଜଣଙ୍କ ଜୀବନ ଯାଇଛି। ବିଶେଷକରି ପ୍ରାକ୍‌ ମୌସୁମୀ ସମୟରେ ମୃତ୍ୟୁ ସଂଖ୍ୟା ଅଧିକ ରହିଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ଚାଷୀ ରହିଥିବା ରିପୋର୍ଟରୁ ଜଣାପଡ଼ିଛି।

କାରଣ କ’ଣ

ସଚେତନତା ଅଭାବରୁ ବଜ୍ରପାତରେ ଅନେକଙ୍କ ମୃତ୍ୟୁ ଘଟୁଥିବା ରିପୋର୍ଟରେ ଦର୍ଶାଯାଇଛି। ବଜ୍ରପାତରେ ମୋଟ ମୃତ୍ୟୁର ପ୍ରାୟ ୭୦ ପ୍ରତିଶତ ବର୍ଷା ସମୟରେ ଗଛ ତଳେ ଆଶ୍ରୟ ନେଉଥିବାରୁ ଘଟୁଛି। ଅନ୍ୟ ୨୫ ପ୍ରତିଶତ ଲୋକ ବାହାରେ ଥିବାବେଳେ ଜୀବନ ଯାଉଛି। ଛୋଟ ନାଗପୁର ମାଳଭୂମିରୁ ଅଧିକ ବଜ୍ରପାତ ସୃଷ୍ଟି ହୋଇଥାଏ। ଉକ୍ତ ମାଳଭୂମି ପୂର୍ବ ଭାରତରେ ବିହାର, ଓଡ଼ିଶା, ପଶ୍ଚିମବଙ୍ଗ, ଛତିଶଗଡ଼କୁ ବ୍ୟାପିଥିବାରୁ ଏହି ରାଜ୍ୟଗୁଡ଼ିକରେ ଅଧିକ ସଂଖ୍ୟାରେ ବଜ୍ରପାତ ଘଟିଥାଏ। ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ, ବିଶ୍ୱତାପନ, ଜଙ୍ଗଲ ନଷ୍ଟ, ବ୍ୟାପକ କଂକ୍ରିଟ୍‌ ଭିତ୍ତିଭୂମି, ପ୍ରଦୂଷଣ, ଏରୋସଲ୍‌ ସ୍ତର ବୃଦ୍ଧି ମଧ୍ୟ ଏହି ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଦାୟୀ।

କିପରି କମିପାରିବ

ସିଆର୍‌ଓପିସି ରିପୋର୍ଟ ମୁତାବକ, ଋତୁ ଅନୁସାରେ ବିଭିନ୍ନ ରାଜ୍ୟରେ ବଜ୍ରପାତ ଭିନ୍ନ ହୋଇଥାଏ। ଉଦାହରଣ ସ୍ବରୂପ କାଳବୈଶାଖୀ ବେଳେ ବଜ୍ରପାତ ଯୋଗୁ ପୂର୍ବ ଭାରତରେ ଅଧିକାଂଶ ଜୀବନ ହାନି ହୋଇଥାଏ। ସେହିପରି ପ୍ରାକ୍‌-ମୌସୁମୀ ବର୍ଷାବେଳେ ବିଶେଷକରି ବିହାର, ଝାଡଖଣ୍ଡ, ଛତିଶଗଡ଼, ଉତ୍ତରପ୍ରଦେଶରେ ସର୍ବାଧିକ ମୃତ୍ୟୁ ଘଟୁଛି। ତେଣୁ ସମ୍ପୃକ୍ତ ରାଜ୍ୟଗୁଡ଼ିକ ସେମାନଙ୍କ ଭୌଗୋଳିକ ସ୍ଥିତି ଅନୁସାରେ ବଜ୍ରପାତ ମାେଇକ୍ରୋ ଜୋନ୍‌ ପ୍ରସ୍ତୁତ କରିବାକୁ ରିପୋର୍ଟରେ ଉଲ୍ଲେଖ ରହିଛି। ପ୍ରତ୍ୟେକ ରାଜ୍ୟକୁ ଋତୁକାଳୀନ, ତୀବ୍ରତା ଓ ବାରମ୍ବାରତା ଆଧାରରେ ବଜ୍ର ବିପଦ ପରିଚାଳନା ଯୋଜନା କରିବା ଆବଶ୍ୟକ। ସେହିପରି ଆଇଏମ୍‌ଡି ଆକଳନକୁ ଗୁରୁତ୍ୱର ସହ ନେଇ ସରକାର ଲୋକଙ୍କ ସୁରକ୍ଷା ନିମନ୍ତେ ସଚେତନତା ସମେତ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବା ଜରୁରୀ ବୋଲି ରିପୋର୍ଟରେ କୁହାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ମାଟିରେ ପ୍ଲାଷ୍ଟିକ୍‌ ପୋତିହୋଇ ଜଳଧାରଣ ହ୍ରାସ

ପଟ୍ଟାମୁଣ୍ଡାଇ,୧ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ପ୍ଲାଷ୍ଟିକର ବ୍ୟବହାର ବହୁଳ ଭାବରେ ବଢ଼ିଚାଲିଛି। ସହର ସାରା କୁଢ଼ କୁଢ଼ ପ୍ଲାଷ୍ଟିକ ଅଳିଆ ଓ ଆବର୍ଜନା…

‘ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମହାମନିଷୀଙ୍କ ଅବଦାନ ଅବିସ୍ମରଣୀୟ’

କେନ୍ଦୁଝର,୧ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ପବିତ୍ର ଓଡ଼ିଶା ଦିବସରେ ଜିଲା ବିଜୁ ଜନତା ଦଳ ପକ୍ଷରୁ କେନ୍ଦୁଝର ଜିଲା ସଦରମହକୁମାଠାରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ଜିଲାପାଳଙ୍କ…

‘ଆତ୍ମନିର୍ଭର ଓଡ଼ିଶା ଗଠନ ପାଇଁ ସରକାର ସଂକଳ୍ପବଦ୍ଧ’

ସାକ୍ଷୀଗୋପାଳ,୧ା୩(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ସ୍ମୃତିପୀଠ ପୁରୀ ଜିଲାର ସତ୍ୟବାଦୀରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ସମାରୋହ ବୁଧବାର ପାଳିତ ହୋଇଛି। ଏହି…

‘ଆପଣ ଦ୍ବିତୀୟ ଥର ଧୋକା ଦେଇପାରିବେନି’…ଟ୍ରମ୍ପଙ୍କୁ ଗାଳି କରି ହାତ ଛାଡିଦେଲା ସ୍ପେନ

ନୂଆଦିଲ୍ଲୀ,୧।୪: ଇରାନ ସହିତ ସଂଘର୍ଷ କରି ଆମେରିକା ସାହାଯ୍ୟ ପାଇଁ ୟୁରୋପକୁ ଚାହିଁ ରହିଛି । ତଥାପି, ଏହି ଅଞ୍ଚଳର ଚାରିଟି ରାଷ୍ଟ୍ର ସ୍ପଷ୍ଟ ଭାବରେ ସ୍ପଷ୍ଟ କରିଛନ୍ତି…

ତୁମୁଡ଼ିବନ୍ଧ ବ୍ଲକ କାର୍ଯ୍ୟାଳୟରେ ଓଡ଼ିଆ ଦିବସ ପାଳନ

ତୁମୁଡ଼ିବନ୍ଧ,୧ା୩(ଦୀପକ କୁମାର ପରାସେଠ୍‌): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟର ସଭା ଗୃହରେ ୯୧ତମ ଓଡ଼ିଆ ଦିବସ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ତୁମୁଡିବନ୍ଧ ବ୍ଲକ ମଙ୍ଗଳ…

ଜୁଲାଇରେ ଜିମ୍ବାୱେ ଗସ୍ତ କରିବ ଟିମ୍ ଇଣ୍ଡିଆ, ଟି-୨୦ ସିରିଜରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିବ କି ସୁଯୋଗ ?

ନୂଆଦିଲ୍ଲୀ,୧।୪: ଟିମ୍ ଇଣ୍ଡିଆର ଜିମ୍ବାୱେ ଗସ୍ତର କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଭାରତୀୟ ଦଳର ଏହି ଗସ୍ତ ଜୁଲାଇରେ ହେବାକୁ ଯାଉଛି। ଏହି ଗସ୍ତ ସମୟରେ ତିନି ମ୍ୟାଚ୍…

ପ୍ରସ୍ତାବିତ ମେଗା ଷ୍ଟିଲପ୍ଲାଣ୍ଟ ପାଇଁ ଗ୍ରାମସଭା: ଏକର ପିଛା ଏତିକି କୋଟି ଦାବି

ପାଟଣା, ୧।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅଞ୍ଚଳ ରେ ପ୍ରସ୍ତାବିତ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ବୁଧବାର ଚେମଣା ପଞ୍ଚାୟତ ଅଙ୍ଗି…

ରୋଷେଇ କରୁଥିବାବେଳେ ଫାଟିଲା ଗ୍ୟାସ୍‌ ସିଲିଣ୍ଡର, ଆଉ ତା’ ପରେ…

ତୁମୁଡ଼ିବନ୍ଧ,୧ା୩(ଦୀପକ କୁମାର ପରାସେଠ୍‌): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ମୁଖ୍ୟ ବଜାରସ୍ଥିତ ଦୁଷ୍ମନ୍ତ ସାହୁ ନାମକ ବ୍ୟବସାୟୀଙ୍କ ବାସଭବନ ରୋଷେଇ ଘରେ ରନ୍ଧନ ଗ୍ୟାସ ଫାଟି ଯିବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri