ଆଜିଠୁ ସପ୍ତାହେ ଘଡ଼ଘଡ଼ି ସହ ବର୍ଷା:ଏହିସବୁ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୧୯ା୨(ଅନୁରାଧା ମହାରଣା):ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବାବେଳେ ମଙ୍ଗଳବାର ସର୍ବାଧିକ ତାପମାତ୍ରା ବୌଦ୍ଧରେ ୩୬.୮ ଡିଗ୍ରୀ ରେକର୍ଡ କରାଯାଇଛି। ତେବେ ବୁଧବାରଠାରୁ ସପ୍ତାହେ ପର୍ଯ୍ୟନ୍ତ ବିଭିନ୍ନ ଜିଲାରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି। ବୁଧବାର ବାଲେଶ୍ୱର ଓ ମୟୂରଭଞ୍ଜ ଜିଲାରେ ହାଲୁକାରୁ ମଧ୍ୟମଧରଣ ବର୍ଷା ହୋଇପାରେ। ଗୁରୁବାର ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝରଗଡ଼, ଭଦ୍ରକ, ଯାଜପୁର, କେନ୍ଦ୍ରପଡ଼ା ଆଦି ଜିଲାରେ ବିଜୁଳି ଓ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବ। ଏଥିପାଇଁ ସମ୍ପୃକ୍ତ ଜିଲାଗୁଡ଼ିକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ୨୦ ଓ ୨୧ ତାରିଖରେ ମୟୂରଭଞ୍ଜ, କେନ୍ଦୁଝରଗଡ଼, ସୁନ୍ଦରଗଡ଼, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, ଅନୁଗୋଳ, ଦେବଗଡ଼, ସମ୍ବଲପୁର, ଝାରସୁଗୁଡ଼ାର ସହ ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇପାରେ। ୨୫ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା ଓ ଘଡ଼ଘଡ଼ିର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ ଶୁଳ୍କ ଘୋଷଣା ନେଇ ଆସିଲା ବଡ୍‌ଅପ୍‌ଡେଟ୍‌, ଜାଣନ୍ତୁ ଏଥର କେତ ରହିଛି କେତେ କମିଛି

ଭୁବନେଶ୍ୱର,୨୪ା୩: ସୋମବାର ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (OERC) ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ନୂତନ ବିଦ୍ୟୁତ ଶୁଳ୍କ ଘୋଷଣା କରିଛି। ଏହି ବିଦ୍ୟୁତ ଶୁଳ୍କକୁ...

କାହିଁକି ନିରଞ୍ଜନ କହିଲେ ନିର୍ବାଚନ ଲଢ଼ିବେନି….

ଭୁବନେଶ୍ୱର,୨୪।୩: ଏଣିକି ଆଉ ନିର୍ବାଚନ ଲଢ଼ିବେ ନାହିଁ କଂଗ୍ରେସର ବରିଷ୍ଠ  ନେତା ତଥା ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ସେ  ଆଉ ନିର୍ବାଚନ ଲଢ଼ିବି...

କଣ୍ଟିଲୋରେ ରାଷ୍ଟ୍ରପତି

ନୟାଗଡ଼,୨୪ା୩: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ନିର୍ଦ୍ଧାରିତ ସମୟରେ ବାୟୁସେନାର ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା।...

ସ୍ତ୍ରୀ ଆତ୍ମହତ୍ୟା ଧମକ ଦେବା, ଝଗଡ଼ା କରିବା ସ୍ୱାମୀଙ୍କୁ ଏକ ପ୍ରକାର ବ୍ଲାକମେଲିଂ: ଓଡ଼ିଶା ହାଇକୋର୍ଟ

ଭୁବନେଶ୍ୱର,୨୪ା୩: ଜଣେ ସ୍ତ୍ରୀ ବାରମ୍ବାର ଆତ୍ମହତ୍ୟା ଏବଂ ଝଗଡ଼ା କରିବାକୁ ଧମକ ଦେବା କେବଳ ଅତ୍ୟାଚାର ନୁହେଁ ବରଂ ସ୍ୱାମୀଙ୍କ ପ୍ରତି ମାନସିକ ଅତ୍ୟାଚାରର ବୋଲି...

ରାଜଧାନୀରେ ନକଲି ପୋଲିସ ଅଫିସର-କନଷ୍ଟେବଲ ଗିରଫ, ଲକ୍ଷାଧିକ ନକଲି ଟଙ୍କା ଜବତ

ଭୁବନେଶ୍ୱର,୨୪ା୩: ରାଜଧାନୀ ଭୁବନେଶ୍ୱରରେ ନକଲି ପୋଲିସକୁ ବାନ୍ଧିଛି ଅସଲି ପୋଲିସ। ନିଜକୁ ସବ-ଇନ୍ସପେକ୍ଟର କହି ଚାକିରି ପ୍ରତିଶ୍ରୁତି ଦେଇ ଠକୁଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି...

୨୦୨୫-୨୬ ବର୍ଷ ପାଇଁ ଘୋଷଣା ହେବ ନୂଆ ବିଦ୍ୟୁତ୍‌ ଦର: ଜାଣନ୍ତୁ ବଢିବା ନା କମିବ

ଭୁବନେଶ୍ୱର,୨୪ା୩: ସୋମବାର ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (OERC) ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ନୂତନ ବିଦ୍ୟୁତ ଶୁଳ୍କ ଘୋଷଣା କରିବାକୁ ଯାଉଛି। ଅପରାହ୍ନରେ ଆଶା...

ଓଡ଼ିଶାରେ ରାଷ୍ଟ୍ରପତି: ବିମାନବନ୍ଦରରେ ଭବ୍ୟ ସ୍ବାଗତ

ଭୁବନେଶ୍ୱର,୨୪।୩: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିର୍ଦ୍ଧାରିତ ସମୟରେ ବାୟୁସେନାର ସ୍ବତନ୍ତ୍ର ବିମାନରେ ଆସି ସୋମବାର ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିଛନ୍ତି। ବିମାନବନ୍ଦରରେ ତାଙ୍କୁ ଭବ୍ୟ...

ବିପଦରେ ସାଧାରଣ ଲୋକଙ୍କ ଜୀବନ: ରାଜ୍ୟରେ ୮୪ଟି ନକଲି ମେଡିସିନ୍ ଚିହ୍ନଟ

ଭୁବନେଶ୍ୱର,୨୪ା୩: ରାଜ୍ୟରେ ସବୁ ମିଳୁଛି ନକଲି। ପୂଜା ଘିଅଠାରୁ ଆରମ୍ଭ କରି ଗାଡ଼ି ଇଞ୍ଜିନ ଅଏଲ ସବୁ ନକଲି। ଏବେ ଲୋକମାନଙ୍କର ଜୀବନ ରକ୍ଷା ପାଇଁ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri