ମୁମ୍ବାଇ,୮।୧୦: ବଲିଉଡ୍ର ଲୋକପ୍ରିୟ ଅଭିନେତା ନାନା ପାଟେକରଙ୍କ ୭୫ ବର୍ଷ ବୟସରେ ପରଲୋକ ଘଟିଛି। ତାଙ୍କ ପରଲୋକରେ ସିନେମା ଜଗତରେ ଶୋକର ଛାୟା ଖେଳିଯାଇଛି। ନାନା ପାଟେକର କ୍ରିକେଟରୁ ଖୁବ ନିକଟରୁ ଅନୁସରଣ କରୁଥିଲେ। ବିଶେଷକରି ଭାରତୀୟ କ୍ରିକେଟ ଦଳର ଷ୍ଟାର୍ ବ୍ୟାଟର ବିରାଟ କୋହଲିଙ୍କର ସେ ଜଣେ ବଡ଼ ପ୍ରଶଂସକ ଥିଲେ।
ଏକ ସାକ୍ଷାତକାରରେ ନାନା କହିଥିଲେ, ବିରାଟ କୋହଲି ଏପରି ଜଣେ ଖେଳାଳି, ଯାହାଙ୍କୁ ସେ ହୃଦୟରୁ ପସନ୍ଦ କରନ୍ତି। ବିରାଟ ଶୀଘ୍ର ଆଉଟ ହୋଇଗଲେ ତାଙ୍କୁ ବହୁତ ଖରାପ ଲାଗୁଥିଲା। ଏପରିକି ବିରାଟ ଶୀଘ୍ର ଆଉଟ ହୋଇଗଲେ ପରେ ତାଙ୍କୁ ଖାଇବାକୁ ମଧ୍ୟ ଇଚ୍ଛା ହେଉ ନ ଥିଲା।
ସେହି ସାକ୍ଷାତକାରରେ ନାନା ପାଟେକର ଫିଲ୍ମ ତିଆରି କରିବା ପ୍ରକ୍ରିୟାକୁ କ୍ରିକେଟ ମ୍ୟାଚ ସହ ତୁଳନା କରିଥିଲେ। ତାଙ୍କ କହିବା ଅନୁସାରେ, ଟେଷ୍ଟ କ୍ରିକେଟ ମ୍ୟାଚ ୫ ଦିନ ଧରି ଚାଲେ। କିନ୍ତୁ ଗୋଟିଏ ଫିଲ୍ମ ତିଆରି କରିବାର ‘ମ୍ୟାଚ’ ପ୍ରାୟ ଦେଢ଼ରୁ ଦୁଇ ବର୍ଷ ପର୍ଯ୍ୟନ୍ତ ଚାଲିଥାଏ। କ୍ରିକେଟ ମ୍ୟାଚ୍ର ଫଳାଫଳ ଟିମ ଓ ଖେଳାଳିଙ୍କ ପ୍ରଦର୍ଶନ ଉପରେ ନିର୍ଭର କରେ। ହେଲେ ଫିଲ୍ମ ମେକିଂର ଫଳାଫଳ ଦର୍ଶକ ନିର୍ଦ୍ଧାରଣ କରନ୍ତି।
ନାନା ପାଟେକର କେବଳ କ୍ରିକେଟ ପ୍ରତି ନିଜର ଭଲପାଇବା ପାଇଁ ନୁହେଁ, ତାଙ୍କ ନିଆରା ଅଭିନୟ ଶୈଳୀ ପାଇଁ ମଧ୍ୟ ସିନେପ୍ରେମୀଙ୍କ ମଧ୍ୟରେ ବେଶ ଲୋକପ୍ରିୟ। ତାଙ୍କ ଦମଦାର ଡାଏଲଗ ଡେଲିଭରି ଓ ଅଭିନୟର ନିଆରା ଶୈଳୀ ତାଙ୍କୁ ଅନ୍ୟ ଅଭିନେତାଙ୍କଠାରୁ ସ୍ବତନ୍ତ୍ର ପରିଚୟ ଦେଇଥିଲା।