ଥୁଆମୂଳ ରାମପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ଅନାସ୍ଥା ପ୍ରସ୍ତାବ: କୋରମ୍ ଅଭାବରୁ ଭୋଟିଂ ସ୍ଥଗିତ

ଥୁଆମୂଳ ରାମପୁର,୮।୧୧(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ବ୍ଲକର ରାଜନୀତି ଗତ ୩ ମାସ ହେଲା ସରଗରମ ହେବା ସହ ବେଶ ଉଷ୍ମ ହୋଇପଡିଛି। ଏକଦା ବିଜେଡି ଦୀର୍ଘ ବର୍ଷ ଧରି ବ୍ଲକ ଅଧ୍ୟକ୍ଷ ପଦବୀକୁ ବାରମ୍ବାର ନିଜେ ଅକ୍ତିଆର କରିଆସୁଥିବା ବେଳେ ବିରୋଧୀଙ୍କୁ ସର୍ବଦା ଚକମା ଦେଇଚାଲିଛନ୍ତି। ଠିକ ନିର୍ବାଚନ ପୂର୍ବରୁ ବିରୋଧୀ ଦଳ କଂଗ୍ରେସର ଜିଲା ପରିଷଦ ସଭ୍ୟ ଥିବା ଦୟାନିଧି ମାଝୀ ବିଜେଡିରେ ସାମିଲ କରାଇ ପଞ୍ଚାୟତ ସମିତି ଅଧ୍ୟକ୍ଷ କରେଇବା କିଛି ଲୋକଙ୍କ ତଣ୍ଟିକୁ ପାଣି ଗଲା ନାହିଁ।

ଯେବେଠାରୁ ପଞ୍ଚାୟତ ନିର୍ବାଚନ ହୋଇ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ହେଲା ସେହି ଦିନ ଠାରୁ ଅଣ କଂଗ୍ରେସର ଅଧ୍ଯକ୍ଷ ହୋଇଥିବା ଦେଖିବାକୁ ମିଳିଛି। ଲକ୍ଷଣ ମୁଣ୍ଡଚିନା, ପରୀକ୍ଷିତ ବିଶୋଇ, ବନମାଳୀ ନାଏକ, ନରସିଂହ ନାଏକ, ମମତା ମାଝୀ, ରାଇଦାସ ନାଏକ, କିଆଁମଣୀ ନାଏକ, ଦ୍ରୌପଦୀ ମାଝୀ, ଶାନ୍ତି ମାଝୀ ଓ ଦୟାନିଧି ମାଝୀ ଇତି ମଧ୍ୟରେ ଦୁଇ ଜଣ କଂଗ୍ରେସର ସମର୍ଥନରେ ଅଧ୍ୟକ୍ଷ ହୋଇଥିବା ବେଳେ ଏହି ବ୍ଲକରେ ଅଣ କଂଗ୍ରେସ ହିଁ ଶାସନ କରିଛି। ଏପରିସ୍ଥଳେ ବ୍ଲକରେ ଶାସକ ଦଳର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଚାଲିଛି ବଳ କଷାକସି।

ବିରୋଧୀ କାଁ ଭାଁ ଦୁଇ ତିନି ଜଣ ସମିତି ସଭ୍ୟ ସଭ୍ୟା ଥିବା ବେଳେ ଶାସକ ଦଳ ପୁଣି କଂଗ୍ରେସକୁ ଆକ୍ଷେପ କରୁଥିବା ଘଟଣା ଆଶ୍ଚର୍ଯ୍ୟ ଓ ହାସ୍ଯକର ପରିବେଶ ସୃଷ୍ଟି କରୁଥିବା ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଆଲୋଚନା ଜୋର୍ ଧରିଛି। ଗୋଟିଏ ପଟେ ବିଧାୟକ ପ୍ରଦୀପ ଦିଶାରୀ ଥିବା ବେଳେ ଆଉ ଗୋଟେ ପଟେ ନିଜେ ବ୍ଲକ ଅଧ୍ୟକ୍ଷ ଦୟାନିଧି ମାଝୀ ମଧ୍ୟରେ ସିଧା ନିଶନା କରୁଥିବା ଦେଖିବାକୁ ମିଳିଛି, ଯାହାଫଳରେ ଏଥିରେ କେବଳ ସାଧାରଣ ଜନତା ହିଁ ପେଷି ହେଉଥିବା ସୂଚନା ମିଳିଛି।

ଉଲ୍ଲେଖଯୋଗ୍ୟ ଯେ, ଦୀର୍ଘ ଦୁଇ ବର୍ଷ ହେବ ସମିତି ବୈଠକ ନ ହେବା ସହ ଡିଏମଏଫ ଫଣ୍ଡକୁ ମନ ମୁତାବକ କୌଣସି ବୈଠକ ନ କରି ଅଫିସର ଓ ବ୍ଲକ ଅଧ୍ୟକ୍ଷ ମନ ମାନିର ଖିଲାପରେ ଅସନ୍ତୋଷ ପ୍ରକାଶ କରି ବ୍ଲକ ଉପାଧ୍ୟକ୍ଷା ଗତ ସେପ୍ଟେମ୍ବର ମାସ ୨୭ ତାରିଖରେ ପ୍ରଥମ ଅନାସ୍ଥା ପ୍ରସ୍ତାବ ପାଇଁ ୧୪ ଜଣ ସମିତି ସଭ୍ୟ ସଭ୍ୟାଙ୍କୁ ନେଇ ଜିଲାପାଳଙ୍କ ଦ୍ଵାରସ୍ତ ହୋଇଥିଲେ।

ଗତ ମାସ ୮ ତାରିଖରେ ସମୁଦାୟ ୨୬ ଜଣ ସରପଞ୍ଚ ସମିତି ସଭ୍ୟ ସଭ୍ୟା ପୁଣିଥରେ ଜିଲାପାଳଙ୍କ ଦ୍ବାରସ୍ଥ ହେଲେ। ଶେଷରେ ଗତ ୩୦ ତାରିଖ ରେ ଅସ୍ଥା ଓ ଅନାସ୍ଥାକୁ ଉପଜିଲାପାଳଙ୍କ ଉପସ୍ଥିତରେ ବୈଠକ ହେବାର ଥିଲା ହେଲେ ବ୍ଲକ ଅଧ୍ୟକ୍ଷ ଦୟାନିଧି ମାଝୀ ଉଚ୍ଚ ନ୍ୟାୟାଳୟ ଓଡିଶାର ଦ୍ଵାରସ୍ଥ ହୋଇ ସ୍ଥଗିତ କରିଥିଲେ ଓ ତାହା ଘଞ୍ଚାଇ ଦିଆଯାଇ ପୁଣି ଆଜି ଅର୍ଥାତ୍ ଶୁକ୍ରବାର ଅନାସ୍ଥା ପ୍ରସ୍ତାବ ଭୋଟ ହେବାକୁ ଥିଲା।

ସେଥିପାଇଁ ଜିଲା ପ୍ରଶାସନ ତରଫରୁ ଅତିରିକ୍ତ ଜିଲାପାଳ ଜୟଦେବ ଦାସ, ପଞ୍ଚାୟତ ରାଜ ଶବ୍ ଡିଭିଜନାଲ ଜି.ପି.ଡି.ଓ ବିଘ୍ନ ମହାପାତ୍ର ସମେତ ବିଡ଼ିଓ ଧ୍ରୁବ ଚରଣ ମୁଦୁଲି, ତହସିଲଦାର ନିରୋଜ କୁମାର ଭତ୍ରା, ଅତିରିକ୍ତ ଗ୍ରାମପଞ୍ଚାୟତ ଅଧିକାରୀ (ଜି.ପି.ଓ) ତ୍ରିଲୋଚନ ନାଏକ, ଗ୍ରାମୀଣ ଆବାସ ଗୃହବିଭାଗର କର୍ମଚାରୀ ରଘୁ ନାଏକ, ନରେଗା ବିଭାଗର କର୍ମଚାରୀ ଟୁନୁ ସାହୁ, ବ୍ଲକ୍ କ୍ଯାସିଅର ସାବିତ୍ରୀ ଶବର, ବ୍ଲକ୍ ପିଅନ ସୁଜିତ୍ ଦଣ୍ଡସେନା ପ୍ରମୁଖ ପ୍ରମୁଖ ବ୍ଲକ ବୈଠକ ଗୃହ ଠାରେ ସମୟ ୧୦ ଘଣ୍ଟା ଠାରୁ ଉପସ୍ଥିତ ରହି ଥିଲେ, ହେଲେ କୌଣସି ସମିତି କିମ୍ବା ସରପଞ୍ଚଙ୍କର ଦେଖା ନ ଥିଲା କେବଳ ଜଣେ ମାତ୍ର ଡ଼ୁମେର ପଦର ସମିତି ସଭ୍ୟ ରାଇଦାସ ନାଏକ ଉପସ୍ଥିତ ରହିଥିଲେ। ସପକ୍ଷ କି ବିରୋଧୀ ଆଉ କୌଣସି ସଭ୍ୟ ସଭ୍ୟା ଉପସ୍ଥିତ ନ ହେବା ଯୋଗୁଁ ଭୋଟ ହୋଇପାରିଲା ନାହିଁ।

ଶେଷରେ ଜିଲାସ୍ଥରରୁ ଆସିଥିବା ଅଧିକାରୀ ସମୟ ୨ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରି ଜିଲା ମୁଖ୍ୟାଳୟକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଏ ନେଇ ଆମେ ନିର୍ବାଚନ ପରିଚାଳନା ଅଧିକାରୀ ଜୟଦେବ ଦାସଙ୍କୁ ପଚାରିବାରୁ ସେ କହିଥିଲେ ଯେ ଓଡ଼ିଶା ପଞ୍ଚାୟତ ରାଜ ସମିତି ଧାରା ୧୯୫୯ ଅନୁସାରେ ଆମେ ଭୋଟିଂ ପ୍ରୋସେସ ଫଲୋ କରିଥିଲୁ ହେଲେ ଦୁଇ ତୃତୀୟାଂଶ ସଭ୍ୟ ଉପସ୍ଥିତ ରହିବା କଥା ହେଲେ ରହିଲେ ନାହିଁ ସେଥିପାଇଁ ଭୋଟିଂ ହେଲା ନାହିଁ ଆଉ ବାକି ଉପରିସ୍ଥ ଉପ ଜିଲାପାଳଙ୍କୁ ଜଣେଇବୁ ଯାହା ବିଧି ବ୍ୟବସ୍ଥା ଅଛି ତାହା ଆସିଲେ ସେ ଅନୁସାରେ ଆଗାମୀ କାର୍ଯ୍ୟକ୍ରମ କରାଯିବ ବୋଲି ମନ୍ତବ୍ୟ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ଲାଞ୍ଜିଗଡ଼ ବ୍ଲକ ଗସ୍ତରେ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶକ

ଲାଞ୍ଜିଗଡ଼, ୧୭ା୧୨ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଦିନିକିଆ ଗସ୍ତରେ ଆସି ବୁଧବାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି ଜାତୀୟ ସ୍ବାସ୍ଥ୍ୟ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

ଦିଗପହଣ୍ଡି ବସଷ୍ଟାଣ୍ଡକୁ ଯାଉନି ଯାତ୍ରୀବାହୀ ବସ, ଜରିମାନା ପାଇଁ ନୋଟିସ  

ଦିଗପହଣ୍ଡି,୧୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିସ୍ଥିତ ନୂଆ ବସଷ୍ଟାଣ୍ଡକୁ ଯାତ୍ରୀବାହୀ ବସଗୁଡ଼ିକ ପ୍ରବେଶ କରୁନାହିଁ। ଏନେଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନଙ୍କ ତାଗିଦ ପରେ ମଧ୍ୟ ବସ ଚାଳକମାନେ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

୪୮ ଘଣ୍ଟା ପୂରିଲାନି: ଧରାପଡିଲେ ୨ଅଭିଯୁକ୍ତ, ଉଦ୍ଧାର ହେଲା ସାମଗ୍ରୀ

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସଦର ଥାନା ଅନ୍ତର୍ଗତ ଗାଇସୀମାସ୍ଥିତ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରୁ ଗତ ୧୬ତାରିଖ ବିଳମ୍ବିତ ରାତିରେ ହୋଇଥିବା ଚୋରି ଘଟଣାର ପର୍ଦ୍ଧାଫାସ ହୋଇଛି।...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri