ପୌରାଧ୍ୟକ୍ଷଙ୍କ ଫାଇଲ୍‌ ଫିଙ୍ଗା ଭିଡିଓ ଭାଇରାଲ

ଯାଜପୁର ରୋଡ୍‌,୧୭ା୧୧(ଡି.ଏନ୍‌.ଏ.): ସହରର ବିକାଶ ଓ ପରିମଳ ବ୍ୟବସ୍ଥାକୁ ଗତିଶୀଳ କରାଯିବାକୁ ପ୍ରତିଶ୍ରୁତି ଦେଇ ବିଜେଡି ଗତ ୨ ପୌର ନିର୍ବାଚନରେ ନିରଙ୍କୁଶ ସଂଖ୍ୟାଗରିଷ୍ଠତା ବଳରେ କ୍ଷମତାସୀନ ହୋଇ ଆସୁଛି। ହେଲେ ସହରର ପରିମଳ ବ୍ୟବସ୍ଥାକୁ ନେଇ ସମସ୍ୟା ଯେମିତିକୁ ସେମିତି ରହିଛି। ବିଭିନ୍ନ ରାସ୍ତାପାର୍ଶ୍ୱ ଓ ଛକ ସ୍ଥାନରେ କୁଢ କୁଢ ଆବର୍ଜନା ଜମା ରହୁଛି। ଅନ୍ୟପକ୍ଷେ ସହରର ବିଭିନ୍ନ ରାସ୍ତାର ଉନ୍ନୟନ ପାଇଁ ଆବଶ୍ୟକ ଅନୁଦାନରେ କଂକ୍ରିଟ ରାସ୍ତା ନିର୍ମାଣ ହେଉଥିଲେ ହେଁ ୨ ମାସ ମଧ୍ୟରେ ତାହା ଫାଟି ଯାଇଥିବା ଦେଖିବାକୁ ମିଳିଛି। ଏହିସବୁର ପ୍ରମୁଖ କାରଣ ପିସି(ପର୍ସେଣ୍ଟେଜ) ରାଜ୍‌ ବୋଲି ସହରରେ ଆଲୋଚନା ହେଉଛି। ଏଥିପାଇଁ ପୌରାଧ୍ୟକ୍ଷା ସଙ୍ଗିତା ପିଙ୍ଗୁଆ ଏବଂ ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତଙ୍କ ମଧ୍ୟରେ ବିବାଦ ତେଜି ଏକ ଫାଇଲ୍‌ ଫିଙ୍ଗା ଭିଡିଓ ଭାଇରାଲ ହୋଇ ବ୍ୟାସନଗର ପୌର ପରିଷଦ ଚର୍ଚ୍ଚାକୁ ଆସିଛି। ତେଣୁ ଏହା ପଛରେ ଥିବା ଗୂଢ଼ ରହସ୍ୟ ଉପରେ ଏକ ଉଚ୍ଚସ୍ତରୀୟ ତଦନ୍ତର ଆବଶ୍ୟକତା ରହିଛି ବୋଲି ମତପ୍ରକାଶ ପାଇଛି। ଅନ୍ୟପକ୍ଷରେ ନିର୍ବାହୀ ଅଧିକାରୀଙ୍କ ଅଭିଯୋଗ କ୍ରମେ ଯାଜପୁର ରୋଡ୍‌ ଥାନାରେ ପୌରାଧ୍ୟକ୍ଷା ପିଙ୍ଗୁଆଙ୍କ ନାମରେ ଏକ ମାମଲା ରୁଜୁ ହୋଇଛି।
ପ୍ରଶାସନରେ ସ୍ବଚ୍ଛତା ଏବଂ ପିସିରାଜ୍‌ର ଅବସାନ ପାଇଁ ରାଜ୍ୟ ସରକାର ସ୍ଲୋଗାନ ଦେଇ ଚାଲିଥିବାବେଳେ ଏହାର ବିପରୀତ ଦୃଶ୍ୟ ଯାଜପୁର ଜିଲା ବ୍ୟାସନଗର ପୌରପରିଷଦରେ ଦେଖିବାକୁ ମିଳୁଥିବା କୁହାଯାଉଛି। ବିନା ପିସିରେ ଫାଇଲ୍‌ ଏଠାରେ ଘୁଞ୍ଚେ ନାହିଁ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏଠାରେ ପରିମଳ ସେବା ପାଇଁ ମାସିକ ପ୍ରାୟ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବାରୁ ପିସି ଆକାରରେ ସିଂହଭାଗ ଅର୍ଥ ବାଟମାରଣା ହୋଇଯାଉଛି ବୋଲି ଲୋକେ ସହରର ବିପର୍ଯ୍ୟସ୍ତ ପରିମଳ ଅବସ୍ଥାକୁ ଦେଖି ଅଭିଯୋଗ କରୁଛନ୍ତି। ସହରର ପରିମଳ ବ୍ୟବସ୍ଥାରେ ନିୟୋଜିତ ହୋଇଛି ଠିକାସଂସ୍ଥା ‘ସବ୍ୟସାଚୀ ମହାକୁଡ଼’। ୨୦୨୨ ମାର୍ଚ୍ଚରେ ଠିକାସଂସ୍ଥାର ଅବଧି ସରିଯାଇଛି। ଏହାପରେ କୌଣସି ଟେଣ୍ଡର କରା ନ ଯାଇ ଏହି ଠିକାସଂସ୍ଥାକୁ କାର୍ଯ୍ୟକୁ ୨୦୨୩ ମାର୍ଚ୍ଚ ପର୍ଯ୍ୟନ୍ତ ସଂପ୍ରସାରଣ କରାଯାଇଛି। ଠିକାସଂସ୍ଥା ପୌର ପରିଷଦର ଲୋକ ପ୍ରତିନିଧି, ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ଆପ୍ୟାୟିତ କରି ସଫେଇ କାମ କରୁଥିବା ଅଭିଯୋଗ ହେଉଛି। ସହରରେ ୧୬୦ ଜଣ ଶ୍ରମିକଙ୍କୁ ନିୟୋଜନ କରିବାକୁ ଚୁକ୍ତି ହୋଇଥିଲେ ହେଁ ୭୦/୮୦ ଜଣ ଶ୍ରମିକଙ୍କୁ ନିୟୋଜନ କରି କାମ ହେଉଛି। ମାସ ମାସ ଧରି ଡ୍ରେନଗୁଡିକ ସଫା କରାଯାଉ ନାହିଁ। ଫଳରେ ମଶାମାଛିଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ଏହାକୁ ବ୍ୟବସ୍ଥିତ କରିବାକୁ ଗତ ଜୁନରେ ସଫେଇ କର୍ମଚାରୀଙ୍କ ପାଇଁ ବାୟୋମେଟ୍ରିକ ବ୍ୟବସ୍ଥା କରାଯାଇଥିଲା। ଠିକ୍‌ ଭାବେ ସଫେଇ କାର୍ଯ୍ୟ ନ ହେଲେ ବିଲ ପାସ୍‌ ହେବ ନାହିଁ ବୋଲି ନିର୍ବାହୀ ଅଧିକାରୀ କୁଆଡେ କଡାକଡି ନିୟମ ପାଳନ କରୁଥିଲେ। ଫଳରେ କେତେଜଣଙ୍କ ସ୍ବାର୍ଥରେ ବାଧା ଉପୁଜିବାରୁ ରାଜନୈତିକ ଚାପରେ ନିର୍ବାହୀ ଅଧିକାରୀଙ୍କୁ ମଙ୍ଗଳବାର ବଦଳି ନିର୍ଦ୍ଦେଶ ହୋଇଥିବା କୁହାଯାଉଛି। ଏହାପରେ ନିର୍ବାହୀ ଅଧିକାରୀଙ୍କୁ ପୌରାଧ୍ୟକ୍ଷାଙ୍କ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଭିଡିଓ ବୁଧବାର ଭାଇରାଲ ହେଉଛି। ଏଥିରେ ପୌରାଧ୍ୟକ୍ଷା ଏକ ଫାଇଲକୁ ନିର୍ବାହୀ ଅଧିକାରୀଙ୍କ ଉପରକୁ ଫିଙ୍ଗିଥିବା ଦେଖିବାକୁ ମିଳିଛି। ଏ ସଂକ୍ରାନ୍ତରେ ଆଡଭୋକେଟ୍‌ ଚନ୍ଦ୍ରଶେଖର ପଣ୍ଡା କୁହନ୍ତି, ଏହା ଏକ ଅସୌଜନ୍ୟ ବ୍ୟବହାର। ଯଦି କିଛି ଭୁଲତ୍ରୁଟି ଥିଲା, ତେବେ ଆଇନ ଅନୁଯାୟୀ ପଦକ୍ଷେପ ନେବାର ଥିଲା। କାଉନସିଲର ଶିବାନନ୍ଦ ନାୟକ କୁହନ୍ତି, ନିର୍ବାହୀ ଅଧିକାରୀଙ୍କ ଉପରକୁ ଫାଇଲ ଫୋପାଡିବା ଉଚିତ ନୁହେଁ, ଯାହା ବି ଅଫିସ ମଧ୍ୟରେ ହୋଇଥିଲେ ଠିକ ହୋଇଥାନ୍ତା। ବିଦ୍ୟାଧର ମହାନ୍ତି କୁହନ୍ତି, ରାତିଅଧିଆ ନିର୍ବାହୀ ଅଧିକାରୀଙ୍କୁ ବଦଳି ପଛରେ ୩ ମାସର ନାଟକ ରହିଛି। ଦୁର୍ନୀତି ପାଇଁ କିମ୍ବା ଦୁର୍ନୀତିକୁ ବିରୋଧ କରିବାରୁ ତାଙ୍କ ବଦଳି ହୋଇଛି ତାହାର ତଦନ୍ତ ହେଉ। ଭିଡିଓରେ ପୌରାଧ୍ୟକ୍ଷାଙ୍କ ବ୍ୟବହାର ସହରବାସୀଙ୍କ ପାଇଁ ଲଜ୍ଜାକର ଘଟଣା ବୋଲି ମହାନ୍ତି କହିଛନ୍ତି ଅନ୍ୟପକ୍ଷେ ପୌରାଧ୍ୟକ୍ଷା ସଙ୍ଗିତା ପିଙ୍ଗୁଆ କୁହନ୍ତି, ସେଭଳି କୌଣସି ଆଭିମୁଖ୍ୟ ନଥିଲା। ନିର୍ବାହୀ ଅଧିକାରୀ ଦୂରରେ ବସିଥିବାରୁ ଫାଇଲଟିକୁ ତାଙ୍କୁ ଦିଆଯାଇଥିଲା।
କେବଳ ପରିମଳ ନୁହେଁ, ଉନ୍ନୟନ କାର୍ଯ୍ୟରେ ମଧ୍ୟ ପିିସିରାଜ୍‌ ଚାଲିଛି, ଯାହାକି ବିକାଶରେ ଅନ୍ତରାୟ ସୃଷ୍ଟି ବୋଲି କୁହାଯାଉଛି। ଏଠାରେ ୨୫ ନମ୍ବର ୱାର୍ଡ ଗୋଶାଳା ଛକଠାରୁ ମହତାବନଗର ରାସ୍ତାକୁ ଉଦାହରଣ ଭାବେ ନିଆଯାଇପାରେ। ଏହି ରାସ୍ତା ପାଇଁ ୨୦୨୦-୨୧ରେ ୮ ଲକ୍ଷ ୨୫ ହଜାର ୫୦୦ ଟଙ୍କା ବ୍ୟୟ ଅଟକଳ ହୋଇଥିଲା। ଗତ ଜୁନରେ ଏହି କଂକ୍ରିଟକରଣ ଶେଷ ହୋଇଥିଲା। ହେଲେ ରାସ୍ତା ନିର୍ମାଣ ପୂର୍ବରୁ ଯନ୍ତ୍ରୀଙ୍କ ଏଷ୍ଟିମେଟରେ ତ୍ରୁଟି ଏବଂ ନିମ୍ନମାନର କାର୍ଯ୍ୟ କାରଣରୁ ରାସ୍ତା ମଝିରେ ଦୁଇଫାଳ ହେବାକୁ ବସିଛି। ଆଉ କିଛି ଦିନ ପରେ ରାସ୍ତାଟି ସମ୍ପୂର୍ଣ୍ଣ ଭାବେ ଗମନାଗମନ ଅନୁପଯୋଗୀ ହୋଇଯିବ ବୋଲି ସ୍ପଷ୍ଟ ଜଣାପଡୁଛି। ସେହିପରି ଚୂନଭାଟି ଆଦିବାସୀ ସାହିରେ ନିର୍ମିତ ଫେବର ରାସ୍ତାର ୱାଲ ମାସକ ମଧ୍ୟରେ ଭାଙ୍ଗି ଯାଇ ଚୂନା ହେବାକୁ ବସିଛି। ସହରରେ ଏଭଳି ଅନେକ ରାସ୍ତା ପିସିରାଜ୍‌ ପାଇଁ ଲୋକଙ୍କ କାମରେ ଲାଗିପାରୁ ନାହିଁ ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚିଲିକାକୁ କମିଲେ ବିଦେଶାଗତ ପକ୍ଷୀ: ଏହି କାରଣରୁ ଆସିଲେନି ୧୦,୦୦୦

ଭୁବନେଶ୍ୱର,୨୯ା୧୨: ଚଳିତ ବର୍ଷ ଚିଲିକା ହ୍ରଦକୁ ବିଦେଶାଗତ ପକ୍ଷୀଙ୍କ ଆଗମନ ହ୍ରାସ ପାଇଛି। ଏଥିପାଇଁ ଜଳବାୟୁ ପରିବର୍ତ୍ତନ ବା ‘କ୍ଲାଇମେଟ୍ ଚେଞ୍ଜ’କୁ ମୁଖ୍ୟ କାରଣ ବୋଲି...

ଏହି ଦିନ ଘୋଷଣା ହେବ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ ପାଇଁ ଭାରତୀୟ ଦଳ: ସମ୍ଭାବ୍ୟ ତାଲିକାରେ ଏମାନେ…

ନୂଆଦିଲ୍ଲୀ,୨୯।୧୨: ଭାରତୀୟ ଦଳ ୨୦୨୬ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ସିରିଜ ଖେଳିବ। ନ୍ୟୁଜିଲାଣ୍ଡର ଭାରତ ଗସ୍ତ ଜାନୁଆରୀ ୧୧ ରୁ ଜାନୁଆରୀ ୩୧ ପର୍ଯ୍ୟନ୍ତ ଚାଲିବ,...

କାମ ଚାଲୁଥିଲା ହଠାତ୍‌ ଶ୍ରମିଙ୍କ ଉପରେ ପଡିଲା କାନ୍ଥ, ଆଖିବୁଜିଲେ…

ବାଲେଶ୍ୱର,୨୯।୧୨(ବାଞ୍ଛାନିଧି ଦେ): କାମ ଚାଲିଥିଲା ହଠାତ୍‌ ଶ୍ରମିକଙ୍କ ଉପରେ ପଡ଼ିଲା କାନ୍ଥ। ଏଭଳି ଅଭନୀୟ ଘଟଣା ଘଟିଛି ବାଲେଶ୍ୱର ଟାଉନ ଥାନା ମୋତିଗଞ୍ଜ ବଜାରରେ। ସୋମବାର...

ଗଣେଶ୍ୱରଙ୍କ ବଡ଼ ବୟାନ: ସୁଜାତାଙ୍କ କଥା ଦଳ ବିଚାର କରିବ

ଭୁବନେଶ୍ୱର,୨୯।୧୨: କେନ୍ଦ୍ରାପଡ଼ା ବିଜେଡି ବିଧାୟକ ଗଣେଶ୍ୱର ବେହେରା ଏକ ବଡ଼ ବୟାନ ଦେଇଛନ୍ତି। ସୁଜାତା କାର୍ତ୍ତିକେୟନଙ୍କ କଥା ଦଳ ବିଚାର କରିବ ବୋଲି ଗଣେଶ୍ୱର ସୋମବାର...

ଟାଟା ପାୱାରର ଶୋଷଣ ବିରୋଧରେ ତାତିଲା କଂଗ୍ରେସ

ଧର୍ମଶାଳା,୨୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରଦେଶ କଂଗ୍ରେସ କମିଟିର ନିଷ୍ପତ୍ତି କ୍ରମେ ଯାଜପୁର ଧର୍ମଶାଳା ବିଧାୟକ ପ୍ରାର୍ଥୀ କିଷାନ ପଣ୍ଡାଙ୍କ ନେତୃତ୍ୱରେ ଟାଟା ପାୱାର ଶୋଷଣ ବିରୋଧରେ...

ଜିରୋ ନାଇଟ ପାଇଁ ଚେତାବନୀ ଦେଲେ ଟ୍ବିନ୍‌ ସିଟି ପୋଲିସ କମିଶନର, କହିଲେ ରାତି ୧୨ଟା ପରେ…

ନୂଆଦିଲ୍ଲୀ,୨୯।୧୨: ପାଖେଇ ଆସୁଛି ନୂଆବର୍ଷ । ହାତରେ ମାତ୍ର ଆଉ କିଛି ଦିନ ବାକି ରହିଥିବା ବେଳେ ସବୁ ସ୍ଥାନରେ ଜିରୋ ନାଇଟ ପାଇଁ ପ୍ରସ୍ତୁତି...

ଡିସେମ୍ବର ୩୧ ପୂର୍ବରୁ ଶେଷ କରନ୍ତୁ ଏହି ୩ଟି ଗୁରୁତ୍ୱପୂର୍ଣ୍ଣ କାମ, ନଚେତ୍‌ ଅଟକି ରହିବ ଆପଣଙ୍କ ଟଙ୍କା

ନୂଆଦିଲ୍ଲୀ,୨୯।୧୨: ବର୍ଷର ଶେଷ ମାସ ଦୁଇ ଦିନ ମଧ୍ୟରେ ଶେଷ ହେବ, ଯାହା ନୂତନ ବର୍ଷର ଆରମ୍ଭ ହେବ। ତଥାପି, ଯଦି ଆପଣ ନୂତନ ବର୍ଷର...

ଜାନୁଆରୀ ୧୧ ସୁଦ୍ଧା ଏହି ୩ ରାଶିର ହେବାକୁ ଯାଉଛି ବଡ଼ ପରିବର୍ତ୍ତନ, ଗ୍ରହଙ୍କ ରାଜା ‘ସୂର୍ଯ୍ୟ’ କଲେ ନକ୍ଷତ୍ର ଗୋଚର

ଜ୍ୟୋତିଷ ଶାସ୍ତ୍ରରେ, ସୂର୍ଯ୍ୟ, ଯାହାକୁ ସୂର୍ଯ୍ୟ ଦେବତା ଏବଂ ଗ୍ରହମାନଙ୍କର ରାଜା ଉଭୟ ଭାବରେ ବିବେଚନା କରାଯାଏ, ୨୦୨୫ରେ ତାଙ୍କର ଶେଷ ଗୋଚର ସମାପ୍ତ କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri