ପୌରାଧ୍ୟକ୍ଷଙ୍କ ଫାଇଲ୍‌ ଫିଙ୍ଗା ଭିଡିଓ ଭାଇରାଲ

ଯାଜପୁର ରୋଡ୍‌,୧୭ା୧୧(ଡି.ଏନ୍‌.ଏ.): ସହରର ବିକାଶ ଓ ପରିମଳ ବ୍ୟବସ୍ଥାକୁ ଗତିଶୀଳ କରାଯିବାକୁ ପ୍ରତିଶ୍ରୁତି ଦେଇ ବିଜେଡି ଗତ ୨ ପୌର ନିର୍ବାଚନରେ ନିରଙ୍କୁଶ ସଂଖ୍ୟାଗରିଷ୍ଠତା ବଳରେ କ୍ଷମତାସୀନ ହୋଇ ଆସୁଛି। ହେଲେ ସହରର ପରିମଳ ବ୍ୟବସ୍ଥାକୁ ନେଇ ସମସ୍ୟା ଯେମିତିକୁ ସେମିତି ରହିଛି। ବିଭିନ୍ନ ରାସ୍ତାପାର୍ଶ୍ୱ ଓ ଛକ ସ୍ଥାନରେ କୁଢ କୁଢ ଆବର୍ଜନା ଜମା ରହୁଛି। ଅନ୍ୟପକ୍ଷେ ସହରର ବିଭିନ୍ନ ରାସ୍ତାର ଉନ୍ନୟନ ପାଇଁ ଆବଶ୍ୟକ ଅନୁଦାନରେ କଂକ୍ରିଟ ରାସ୍ତା ନିର୍ମାଣ ହେଉଥିଲେ ହେଁ ୨ ମାସ ମଧ୍ୟରେ ତାହା ଫାଟି ଯାଇଥିବା ଦେଖିବାକୁ ମିଳିଛି। ଏହିସବୁର ପ୍ରମୁଖ କାରଣ ପିସି(ପର୍ସେଣ୍ଟେଜ) ରାଜ୍‌ ବୋଲି ସହରରେ ଆଲୋଚନା ହେଉଛି। ଏଥିପାଇଁ ପୌରାଧ୍ୟକ୍ଷା ସଙ୍ଗିତା ପିଙ୍ଗୁଆ ଏବଂ ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତଙ୍କ ମଧ୍ୟରେ ବିବାଦ ତେଜି ଏକ ଫାଇଲ୍‌ ଫିଙ୍ଗା ଭିଡିଓ ଭାଇରାଲ ହୋଇ ବ୍ୟାସନଗର ପୌର ପରିଷଦ ଚର୍ଚ୍ଚାକୁ ଆସିଛି। ତେଣୁ ଏହା ପଛରେ ଥିବା ଗୂଢ଼ ରହସ୍ୟ ଉପରେ ଏକ ଉଚ୍ଚସ୍ତରୀୟ ତଦନ୍ତର ଆବଶ୍ୟକତା ରହିଛି ବୋଲି ମତପ୍ରକାଶ ପାଇଛି। ଅନ୍ୟପକ୍ଷରେ ନିର୍ବାହୀ ଅଧିକାରୀଙ୍କ ଅଭିଯୋଗ କ୍ରମେ ଯାଜପୁର ରୋଡ୍‌ ଥାନାରେ ପୌରାଧ୍ୟକ୍ଷା ପିଙ୍ଗୁଆଙ୍କ ନାମରେ ଏକ ମାମଲା ରୁଜୁ ହୋଇଛି।
ପ୍ରଶାସନରେ ସ୍ବଚ୍ଛତା ଏବଂ ପିସିରାଜ୍‌ର ଅବସାନ ପାଇଁ ରାଜ୍ୟ ସରକାର ସ୍ଲୋଗାନ ଦେଇ ଚାଲିଥିବାବେଳେ ଏହାର ବିପରୀତ ଦୃଶ୍ୟ ଯାଜପୁର ଜିଲା ବ୍ୟାସନଗର ପୌରପରିଷଦରେ ଦେଖିବାକୁ ମିଳୁଥିବା କୁହାଯାଉଛି। ବିନା ପିସିରେ ଫାଇଲ୍‌ ଏଠାରେ ଘୁଞ୍ଚେ ନାହିଁ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏଠାରେ ପରିମଳ ସେବା ପାଇଁ ମାସିକ ପ୍ରାୟ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବାରୁ ପିସି ଆକାରରେ ସିଂହଭାଗ ଅର୍ଥ ବାଟମାରଣା ହୋଇଯାଉଛି ବୋଲି ଲୋକେ ସହରର ବିପର୍ଯ୍ୟସ୍ତ ପରିମଳ ଅବସ୍ଥାକୁ ଦେଖି ଅଭିଯୋଗ କରୁଛନ୍ତି। ସହରର ପରିମଳ ବ୍ୟବସ୍ଥାରେ ନିୟୋଜିତ ହୋଇଛି ଠିକାସଂସ୍ଥା ‘ସବ୍ୟସାଚୀ ମହାକୁଡ଼’। ୨୦୨୨ ମାର୍ଚ୍ଚରେ ଠିକାସଂସ୍ଥାର ଅବଧି ସରିଯାଇଛି। ଏହାପରେ କୌଣସି ଟେଣ୍ଡର କରା ନ ଯାଇ ଏହି ଠିକାସଂସ୍ଥାକୁ କାର୍ଯ୍ୟକୁ ୨୦୨୩ ମାର୍ଚ୍ଚ ପର୍ଯ୍ୟନ୍ତ ସଂପ୍ରସାରଣ କରାଯାଇଛି। ଠିକାସଂସ୍ଥା ପୌର ପରିଷଦର ଲୋକ ପ୍ରତିନିଧି, ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ଆପ୍ୟାୟିତ କରି ସଫେଇ କାମ କରୁଥିବା ଅଭିଯୋଗ ହେଉଛି। ସହରରେ ୧୬୦ ଜଣ ଶ୍ରମିକଙ୍କୁ ନିୟୋଜନ କରିବାକୁ ଚୁକ୍ତି ହୋଇଥିଲେ ହେଁ ୭୦/୮୦ ଜଣ ଶ୍ରମିକଙ୍କୁ ନିୟୋଜନ କରି କାମ ହେଉଛି। ମାସ ମାସ ଧରି ଡ୍ରେନଗୁଡିକ ସଫା କରାଯାଉ ନାହିଁ। ଫଳରେ ମଶାମାଛିଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ଏହାକୁ ବ୍ୟବସ୍ଥିତ କରିବାକୁ ଗତ ଜୁନରେ ସଫେଇ କର୍ମଚାରୀଙ୍କ ପାଇଁ ବାୟୋମେଟ୍ରିକ ବ୍ୟବସ୍ଥା କରାଯାଇଥିଲା। ଠିକ୍‌ ଭାବେ ସଫେଇ କାର୍ଯ୍ୟ ନ ହେଲେ ବିଲ ପାସ୍‌ ହେବ ନାହିଁ ବୋଲି ନିର୍ବାହୀ ଅଧିକାରୀ କୁଆଡେ କଡାକଡି ନିୟମ ପାଳନ କରୁଥିଲେ। ଫଳରେ କେତେଜଣଙ୍କ ସ୍ବାର୍ଥରେ ବାଧା ଉପୁଜିବାରୁ ରାଜନୈତିକ ଚାପରେ ନିର୍ବାହୀ ଅଧିକାରୀଙ୍କୁ ମଙ୍ଗଳବାର ବଦଳି ନିର୍ଦ୍ଦେଶ ହୋଇଥିବା କୁହାଯାଉଛି। ଏହାପରେ ନିର୍ବାହୀ ଅଧିକାରୀଙ୍କୁ ପୌରାଧ୍ୟକ୍ଷାଙ୍କ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଭିଡିଓ ବୁଧବାର ଭାଇରାଲ ହେଉଛି। ଏଥିରେ ପୌରାଧ୍ୟକ୍ଷା ଏକ ଫାଇଲକୁ ନିର୍ବାହୀ ଅଧିକାରୀଙ୍କ ଉପରକୁ ଫିଙ୍ଗିଥିବା ଦେଖିବାକୁ ମିଳିଛି। ଏ ସଂକ୍ରାନ୍ତରେ ଆଡଭୋକେଟ୍‌ ଚନ୍ଦ୍ରଶେଖର ପଣ୍ଡା କୁହନ୍ତି, ଏହା ଏକ ଅସୌଜନ୍ୟ ବ୍ୟବହାର। ଯଦି କିଛି ଭୁଲତ୍ରୁଟି ଥିଲା, ତେବେ ଆଇନ ଅନୁଯାୟୀ ପଦକ୍ଷେପ ନେବାର ଥିଲା। କାଉନସିଲର ଶିବାନନ୍ଦ ନାୟକ କୁହନ୍ତି, ନିର୍ବାହୀ ଅଧିକାରୀଙ୍କ ଉପରକୁ ଫାଇଲ ଫୋପାଡିବା ଉଚିତ ନୁହେଁ, ଯାହା ବି ଅଫିସ ମଧ୍ୟରେ ହୋଇଥିଲେ ଠିକ ହୋଇଥାନ୍ତା। ବିଦ୍ୟାଧର ମହାନ୍ତି କୁହନ୍ତି, ରାତିଅଧିଆ ନିର୍ବାହୀ ଅଧିକାରୀଙ୍କୁ ବଦଳି ପଛରେ ୩ ମାସର ନାଟକ ରହିଛି। ଦୁର୍ନୀତି ପାଇଁ କିମ୍ବା ଦୁର୍ନୀତିକୁ ବିରୋଧ କରିବାରୁ ତାଙ୍କ ବଦଳି ହୋଇଛି ତାହାର ତଦନ୍ତ ହେଉ। ଭିଡିଓରେ ପୌରାଧ୍ୟକ୍ଷାଙ୍କ ବ୍ୟବହାର ସହରବାସୀଙ୍କ ପାଇଁ ଲଜ୍ଜାକର ଘଟଣା ବୋଲି ମହାନ୍ତି କହିଛନ୍ତି ଅନ୍ୟପକ୍ଷେ ପୌରାଧ୍ୟକ୍ଷା ସଙ୍ଗିତା ପିଙ୍ଗୁଆ କୁହନ୍ତି, ସେଭଳି କୌଣସି ଆଭିମୁଖ୍ୟ ନଥିଲା। ନିର୍ବାହୀ ଅଧିକାରୀ ଦୂରରେ ବସିଥିବାରୁ ଫାଇଲଟିକୁ ତାଙ୍କୁ ଦିଆଯାଇଥିଲା।
କେବଳ ପରିମଳ ନୁହେଁ, ଉନ୍ନୟନ କାର୍ଯ୍ୟରେ ମଧ୍ୟ ପିିସିରାଜ୍‌ ଚାଲିଛି, ଯାହାକି ବିକାଶରେ ଅନ୍ତରାୟ ସୃଷ୍ଟି ବୋଲି କୁହାଯାଉଛି। ଏଠାରେ ୨୫ ନମ୍ବର ୱାର୍ଡ ଗୋଶାଳା ଛକଠାରୁ ମହତାବନଗର ରାସ୍ତାକୁ ଉଦାହରଣ ଭାବେ ନିଆଯାଇପାରେ। ଏହି ରାସ୍ତା ପାଇଁ ୨୦୨୦-୨୧ରେ ୮ ଲକ୍ଷ ୨୫ ହଜାର ୫୦୦ ଟଙ୍କା ବ୍ୟୟ ଅଟକଳ ହୋଇଥିଲା। ଗତ ଜୁନରେ ଏହି କଂକ୍ରିଟକରଣ ଶେଷ ହୋଇଥିଲା। ହେଲେ ରାସ୍ତା ନିର୍ମାଣ ପୂର୍ବରୁ ଯନ୍ତ୍ରୀଙ୍କ ଏଷ୍ଟିମେଟରେ ତ୍ରୁଟି ଏବଂ ନିମ୍ନମାନର କାର୍ଯ୍ୟ କାରଣରୁ ରାସ୍ତା ମଝିରେ ଦୁଇଫାଳ ହେବାକୁ ବସିଛି। ଆଉ କିଛି ଦିନ ପରେ ରାସ୍ତାଟି ସମ୍ପୂର୍ଣ୍ଣ ଭାବେ ଗମନାଗମନ ଅନୁପଯୋଗୀ ହୋଇଯିବ ବୋଲି ସ୍ପଷ୍ଟ ଜଣାପଡୁଛି। ସେହିପରି ଚୂନଭାଟି ଆଦିବାସୀ ସାହିରେ ନିର୍ମିତ ଫେବର ରାସ୍ତାର ୱାଲ ମାସକ ମଧ୍ୟରେ ଭାଙ୍ଗି ଯାଇ ଚୂନା ହେବାକୁ ବସିଛି। ସହରରେ ଏଭଳି ଅନେକ ରାସ୍ତା ପିସିରାଜ୍‌ ପାଇଁ ଲୋକଙ୍କ କାମରେ ଲାଗିପାରୁ ନାହିଁ ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri