ଦୋହା,୨୯।୧୧: Asia Cup Rising Stars 2026 ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ୍ ଅତ୍ୟନ୍ତ ରୋମାଞ୍ଚକପୂର୍ଣ୍ଣ ହୋଇଥିଲା। ଯେଉଁଥିରେ ଶ୍ରୀଲଙ୍କା ‘ଏ’ (Sri Lanka ’A’) ଦଳ ପାକିସ୍ତାନ ‘ଏ’ (Pakistan ’A’) କୁ ୧ ଉଇକେଟରେ ପରାସ୍ତ କରି ଏସିଆ କପ୍ ରାଇଜିଂ ଷ୍ଟାର୍ସ-୨୦୨୬ ଟାଇଟଲ ହାସଲ କରିଛି।
ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ମାତ୍ର ୨୧୬ ରନ୍ରେ ଅଟକି ଯାଇଥିଲା। ଜବାବରେ ଶ୍ରୀଲଙ୍କା ଦଳ ଭଲ ଆରମ୍ଭ କରିଥିଲା, କିନ୍ତୁ କ୍ରମାଗତ ଭାବେ କିଛି ଉଇକେଟ ପଡ଼ିଯିବାରୁ ଦଳ ପରାଜୟର ଆଶଙ୍କା ମଧ୍ୟରେ ଫସି ଯାଇଥିଲା। ଶେଷରେ, ଶ୍ରୀଲଙ୍କାର ଶେଷ ଯୋଡ଼ି ଦଳକୁ ବିଜୟ ଲକ୍ଷ୍ୟରେ ପହଞ୍ଚାଇ ଥିଲେ।
୨୧୭ ରନର ଲକ୍ଷ୍ୟକୁ ପିଛା କରୁଥିବା ଶ୍ରୀଲଙ୍କା ’ଏ’ ଦଳ ଭଲ ଆରମ୍ଭ କରିଥିଲା। ଯଦିଓ ଓପନର ଲାସିଥ କ୍ରୁସ୍ପୁଲ୍ଲେ (୨୬) ଏବଂ ସିନେଥ ଜୟବର୍ଦ୍ଧନେ (୨୦) ଭଲ ଆରମ୍ଭ କରିଥିଲେ ମଧ୍ୟ ଏହାକୁ ବଡ଼ ସ୍କୋରରେ ପରିଣତ କରିପାରି ନ ଥିଲେ। ତଥାପି ତୃତୀୟ ଉଇକେଟ ପାଇଁ ନିଶାନ ମଧୁସ୍କା ଏବଂ ଅଧିନାୟକ ପବନ ରତ୍ନାୟକେଙ୍କ ମଧ୍ୟରେ ହୋଇଥିବା ୮୦ ରନର ଭାଗୀଦାରୀ ଦଳକୁ ଏକ ମଜବୁତ ସ୍ଥିତିରେ ପହଞ୍ଚାଇ ଦେଇଥିଲା।
ମଦୁଶଙ୍କା ୮୭ ରନ୍ ସଂଗ୍ରହ କରିଥିଲେ, ଯେଉଁଥିରେ ୨ଟି ଛକା ଏବଂ ୬ଟି ଚୌକା ସାମିଲ ଥିଲା। ତେବେ ଏହି ଯୋଡ଼ି ଭାଙ୍ଗିବା ପରେ ଶ୍ରୀଲଙ୍କାର ଇନିଂସ ଭୁଷୁଡ଼ି ପଡ଼ିଥିଲା; ସେହି ସମୟରେ ଦଳର ସ୍କୋର ଥିଲା ୩ ଉଇକେଟ ବିନିମୟରେ ୧୪୦ ରନ୍। ଜିତିବା ପାଇଁ ଆଉ ୭୭ ରନ୍ ଆବଶ୍ୟକ ଥିଲା ଏବଂ ହାତରେ ୭ଟି ଉଇକେଟ ରହିଥିଲା। ଏହା ପରେ, ନିପୁନ ଧନଞ୍ଜୟ ବିନା କୌଣସି ରନ୍ କରି ଆଉଟ ହୋଇଯାଇଥିଲେ। ଜାନିଥ ମାତ୍ର ୩ ରନ କରି ପାଭିଲିୟନ ଫେରିଲେ। ୧୯୮ ରନ ସ୍କୋରରେ ଦଳର ସପ୍ତମ, ଅଷ୍ଟମ ଏବଂ ନବମ ୱିକେଟ ପଡ଼ିଯାଇଥିଲା। ଏହି ସମୟରେ ବିଜୟ ପାଇଁ ଆଉ ୧୯ ରନ୍ ଦରକାର ଥିଲା। ଶ୍ରୀଲଙ୍କା ପାଖରେ କେବଳ ଗୋଟିଏ ଉଇକେଟ ରହିଥିଲା।
ଶେଷ ଯୋଡ଼ି ଲାହିରୁ ସମରକୋନ ଏବଂ ଗରୁକା ସଙ୍କେତ, ନିଜ ନିଜ ଉଇକେଟ ବଞ୍ଚାଇ ରଖିବାରେ ସଫଳ ହୋଇ ଧୀରେ ଧୀରେ ଲକ୍ଷ୍ୟ ଆଡ଼କୁ ଅଗ୍ରସର ହୋଇଥିଲେ। ଯଦିଓ କିଛି ବଲ ବାକି ଥିଲା, ତଥାପି ଗୋଟିଏ ଭଲ ବଲ ଶ୍ରୀଲଙ୍କାକୁ ଏହି ମ୍ୟାଚ୍ ହରାଇ ଦେଇଥାନ୍ତା।