ଓଡ଼ିଆ ଝିଅ ଅପ୍‌ସରା ରାନୀଙ୍କ ଫିଲ୍ମ ‘ଥ୍ରୀଲର’ର ଟ୍ରେଲର୍‌ ରିଲିଜ୍‌: ଦେଖନ୍ତୁ..

ଭୁବନେଶ୍ୱର: ରିଲିଜ ହୋଇଛି ବହୁ ଚର୍ଚ୍ଚିତ ଅପସରା ରାନୀ ଓରଫ ଅଙ୍କିତା ମହାରଣାଙ୍କ ଫିଲ୍ମ ‘ଥ୍ରୀଲର’ର ଟ୍ରେଲର। ୨.୪୩ ମିନିଟ୍‌ର ଏହି ଟ୍ରେଲରକୁ ଭରପୁର ଭଲପାଇବା ମିଳୁଛି। ଦର୍ଶକେ ଏହାକୁ ବେଶ୍‌ ପସନ୍ଦ କରୁଛନ୍ତି। ନିର୍ଦ୍ଦେଶକ ରାମ ଗୋପାଲ ବର୍ମା ନିଜର ଟୁଇଟର ପୃଷ୍ଠାରେ ଏନେଇ ଜଣାଇଛନ୍ତି। ଏହାପରେ ଅପ୍‌ସରା ଏନେଇ ଟୁଇଟ୍‌ ମଧ୍ୟ କରିଛନ୍ତି।

ଅପ୍‌ସରା ଓଡ଼ିଶାର ନୟାଗଡ଼ରେ ଜନ୍ମିତ ହେଲେ ହେଁ ଡେରାଡୁନ୍‌ରେ ବଡ ହୋଇଛନ୍ତି। ସେ ଏବେ ହାଇଦ୍ରାବାଦରେ ରହୁଛନ୍ତି। ବୋଲ୍ଡ ଲୁକ୍‌, ଅଭିନୟ ସାଙ୍ଗକୁ ସେ ଜଣେ ଭଲ ଡ୍ୟାନ୍ସର ମଧ୍ୟ। ସେ ଏକାଧିକ ତେଲୁଗୁ ସିନେମାରେ କାମ କରିଛନ୍ତି। ଥ୍ରିଲର୍‌ ଫିଲ୍ମ ପାଇଁ ବର୍ମା ତାଙ୍କ ନାମକୁ ବଦଳାଇ ଅପ୍‌ସରା ରାନୀ କରିଥିବା ଜଣାଯାଏ।

ଥ୍ରୀଲରରେ ଅପ୍‌ସରାଙ୍କ ନାୟକ ସାଜିଛନ୍ତି ଓଡ଼ିଆ ପୁଅ ରକ୍‌। ସେ ନବରଙ୍ଗପୁରର। ଏଯାବତ୍‌ ରିଲିଜ କରାଯାଇଥିବା ଫଟୋରେ ଉଭୟଙ୍କ ମଧ୍ୟରେ ପାଓ୍ବାରଫୁଲ୍‌ କେମିଷ୍ଟ୍ରୀ ଦେଖାଯାଉଛି।

ଦେଖନ୍ତୁ ଭିଡିଓ:

Share